ଶାହବାଜଙ୍କୁ ବୋକା ବନେଇଦେଲେ ପାକ୍ ସେନା ମୁଖ୍ୟ, ଚୀନ୍ର ଫଟୋକୁ ଭାରତର କହି ଧରାଇଦେଲେ
ନୂଆଦିଲ୍ଲୀ: ଫିଲ୍ଡ ମାର୍ଶାଲ ଭାବେ ନିର୍ବାଚିତ ହେବା ପରେ ଉଚ୍ଚସ୍ତରୀୟ ନୈଶ୍ୟ ଭୋଜନର ଆୟୋଜନ କରିଥିଲେ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର। ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ଏବଂ ବିଲାୱାଲ ଭୁଟ୍ଟୋଙ୍କ ପର୍ଯ୍ୟନ୍ତ, ରାଜନୀତି ଏବଂ ସାମରିକ ବାହିନୀର ଅନେକ ଉଚ୍ଚ ପଦାଧିକାରୀ ଏହି ପାର୍ଟିରେ ଯୋଗ ଦେଇଥିଲେ। ଏହି ସମୟରେ ଶାହବାଜ ସରିଫଙ୍କୁ ଉପହାର ଦିଆଯାଇଥିବା ଏକ ଫଟୋଗ୍ରାଫକୁ ନେଇ ଏବେ ବିବାଦ ଦେଖାଦେଇଛି।ଏହି ସମୟରେ ଅସୀମ ମୁନିର ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ଏକ ଫଟୋଗ୍ରାଫ ପ୍ରଦାନ କରିଥିଲେ। ଏହି ଫଟୋଟି ତାଙ୍କୁ ଉପହାର ଦିଆଯାଇଥିଲା ଏବଂ ସେ କହିଥିଲେ ଯେ ଏହା ପାକିସ୍ତାନ ଦ୍ୱାରା ଭାରତ ଉପରେ ହୋଇଥିବା ସମ୍ପ୍ରତି ଆକ୍ରମଣର। କିନ୍ତୁ ଏହି ଫଟୋଟି ପ୍ରକୃତରେ ୨୦୧୯ ମସିହାର।ଶାହବାଜ ସରିଫଙ୍କୁ ଦିଆଯାଇଥିବା ଏହି ପାଞ୍ଚ ବର୍ଷ ପୁରୁଣା ଫଟୋଟି ଚୀନ୍ ସେନାର, ଯାହାକୁ ଅନେକ ଥର ବ୍ୟବହାର କରାଯାଇଛି। କିନ୍ତୁ ମୁନିର ଏହାକୁ ଅପରେସନ ବୁନୟାନ ସମୟରେ ଭାରତ ଉପରେ ହୋଇଥିବା ଆକ୍ରମଣର ଏକ ଚିତ୍ର ଭାବରେ ବର୍ଣ୍ଣନା କରିଥିଲେ, ଯାହାକୁ ନେଇ ଏବେ ପ୍ରବଳ ଟ୍ରୋଲ କରାଯାଉଛି।ଏହି ଫଟୋଟି ୧୮ ଅଗଷ୍ଟ ୨୦୧୮ର। ଚୀନ୍ ସେନା ପିଏଲଏର ୭୪ତମ ଗ୍ରୁପ୍ ଅଧୀନରେ PHL-୦୩ ଦୂରଗାମୀ ରକେଟ୍ ସିଷ୍ଟମ ମାଧ୍ୟମରେ ଅନେକ ରକେଟ୍ ନିକ୍ଷେପ କରାଯାଇଥିଲା। ଏହି ରକେଟଗୁଡ଼ିକ ରାତିରେ ମାଡ଼ କର
ନୂଆଦିଲ୍ଲୀ: ଫିଲ୍ଡ ମାର୍ଶାଲ ଭାବେ ନିର୍ବାଚିତ ହେବା ପରେ ଉଚ୍ଚସ୍ତରୀୟ ନୈଶ୍ୟ ଭୋଜନର ଆୟୋଜନ କରିଥିଲେ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର। ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ଏବଂ ବିଲାୱାଲ ଭୁଟ୍ଟୋଙ୍କ ପର୍ଯ୍ୟନ୍ତ, ରାଜନୀତି ଏବଂ ସାମରିକ ବାହିନୀର ଅନେକ ଉଚ୍ଚ ପଦାଧିକାରୀ ଏହି ପାର୍ଟିରେ ଯୋଗ ଦେଇଥିଲେ। ଏହି ସମୟରେ ଶାହବାଜ ସରିଫଙ୍କୁ ଉପହାର ଦିଆଯାଇଥିବା ଏକ ଫଟୋଗ୍ରାଫକୁ ନେଇ ଏବେ ବିବାଦ ଦେଖାଦେଇଛି।
ଏହି ସମୟରେ ଅସୀମ ମୁନିର ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ଏକ ଫଟୋଗ୍ରାଫ ପ୍ରଦାନ କରିଥିଲେ। ଏହି ଫଟୋଟି ତାଙ୍କୁ ଉପହାର ଦିଆଯାଇଥିଲା ଏବଂ ସେ କହିଥିଲେ ଯେ ଏହା ପାକିସ୍ତାନ ଦ୍ୱାରା ଭାରତ ଉପରେ ହୋଇଥିବା ସମ୍ପ୍ରତି ଆକ୍ରମଣର। କିନ୍ତୁ ଏହି ଫଟୋଟି ପ୍ରକୃତରେ ୨୦୧୯ ମସିହାର।
ଶାହବାଜ ସରିଫଙ୍କୁ ଦିଆଯାଇଥିବା ଏହି ପାଞ୍ଚ ବର୍ଷ ପୁରୁଣା ଫଟୋଟି ଚୀନ୍ ସେନାର, ଯାହାକୁ ଅନେକ ଥର ବ୍ୟବହାର କରାଯାଇଛି। କିନ୍ତୁ ମୁନିର ଏହାକୁ ଅପରେସନ ବୁନୟାନ ସମୟରେ ଭାରତ ଉପରେ ହୋଇଥିବା ଆକ୍ରମଣର ଏକ ଚିତ୍ର ଭାବରେ ବର୍ଣ୍ଣନା କରିଥିଲେ, ଯାହାକୁ ନେଇ ଏବେ ପ୍ରବଳ ଟ୍ରୋଲ କରାଯାଉଛି।

ଏହି ଫଟୋଟି ୧୮ ଅଗଷ୍ଟ ୨୦୧୮ର। ଚୀନ୍ ସେନା ପିଏଲଏର ୭୪ତମ ଗ୍ରୁପ୍ ଅଧୀନରେ PHL-୦୩ ଦୂରଗାମୀ ରକେଟ୍ ସିଷ୍ଟମ ମାଧ୍ୟମରେ ଅନେକ ରକେଟ୍ ନିକ୍ଷେପ କରାଯାଇଥିଲା। ଏହି ରକେଟଗୁଡ଼ିକ ରାତିରେ ମାଡ଼ କରାଯାଇଥିଲା। ଏହି ଚିତ୍ରଟି ଚୀନର ଏହି ସାମରିକ କାର୍ଯ୍ୟାନୁଷ୍ଠାନର।
ଅସୀମ ମୁନିରଙ୍କ ଦ୍ୱାରା ଆୟୋଜିତ ରାତ୍ରୀଭୋଜନ ସମୟରେ ଏହି ଫଟୋ ଶାହବାଜ ସରିଫଙ୍କୁ ଉପହାର ଦିଆଯାଇଥିଲା। ଦେଶର ରାଜନୈତିକ ନେତୃତ୍ୱ ଏବଂ ପାକିସ୍ତାନ ସେନାକୁ ଉତ୍ସାହିତ କରିବା ପାଇଁ ଏହି ରାତ୍ରୀଭୋଜନ ପାର୍ଟିର ଆୟୋଜନ କରାଯାଇଥିଲା।