ଶାହରୁଖଙ୍କ ଆଖିରେ ସମସ୍ୟା, ଚିକିତ୍ସା ପାଇଁ ଗଲେ ଆମେରିକା
ମୁମ୍ଵାଇ ୩୧।୦୭: ବଲିଉଡ୍ର ବାଦଶାହ ଶାହାରୁଖ ଖାନ । ବର୍ତ୍ତମାନ ସେ ଅସୁସ୍ଥ ଅଛନ୍ତି। ତାଙ୍କ ଆଖିରେ ସମସ୍ୟା ଅଛି। ଚକ୍ଷୁ ଚିକିତ୍ସା ପାଇଁ ତାଙ୍କୁ ଆମେରିକା ଯିବାକୁ ପଡିବ ବୋଲି ଖବର ରହିଛି। ସେ ମଧ୍ୟ ମୋତି ଆବିନ୍ଦୁରେ ପୀଡିତ ଥିବା ଖବର ରହିଛି। ଜୁଲାଇ ୨୯ରେ ଶାହାରୁଖ ଆଖି ଚିକିତ୍ସା ପାଇଁ ମୁମ୍ବାଇ ଡାକ୍ତରଖାନାକୁ ଯାଇଥିଲେ। କିନ୍ତୁ ଅପରେସନ୍ ଭଲ ହୋଇ ନଥିଲା। ତାଙ୍କର ଚିକିତ୍ସା ପାଇଁ ଜୁଲାଇ ୩୦ରେ ଅଭିନେତା ଆମେରିକାର ଯିବା ନେଇ ଖବର ଥିଲା। ହେଲେ ଚିକିତ୍ସାରେ ତ୍ରୁଟି ହେତୁ ତାଙ୍କୁ ତୁରନ୍ତ ଆମେରିକାକୁ ଯିବାକୁ ପଡିଲା। View this post on InstagramA post shared by D'YAVOL X (@dyavol.x)ଏକ ସୋର୍ସରୁ ଜଣାପଡିଛି କି ଶାହାରୁଖ ଖାନ ମୋତିଆବିନ୍ଦୁରେ ପୀଡିତ। ଏଥିପାଇଁ ସେ ଅସ୍ତ୍ରୋପଚାର କରିଥିଲେ। ଶାହାରୁଖଙ୍କ ଉଭୟ ଆଖିରେ ଅସୁବିଧା ହେଉଥିଲା। ସେ ମୁମ୍ବାଇରେ ଗୋଟିଏ ଆଖିରେ ଅସ୍ତ୍ରୋପଚାର କରିଥିଲେ ଏବଂ ବର୍ତ୍ତମାନ ସେ ଆମେରିକାରରେ ଅନ୍ୟ ଆଖିରେ ଅସ୍ତ୍ରୋପଚାର କରିବେ। ମେ ମାସରେ ମଧ୍ୟ ଶାହାରୁଖ ଖାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ହିଟ୍ୱେଭ୍ ଯୋଗୁଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ପରଦିନ ଡିସଚାର୍ଜ କରାଯାଇଥିଲା। ଶାହାରୁଖ ୭-୮ ଅଗଷ୍ଟରେ ସ୍ୱିଜରଲ୍ୟାଣ୍ଡ ଯାଉଛନ୍ତି। ସେ କାମ ପାଇଁ କିମ୍ବା ବ୍ୟକ୍ତିଗତ କାରଣରୁ ଏଠାକୁ ଯାଉଛନ୍ତି କି ନାହିଁ ତାହା ପ୍ରକାଶ କରା
ମୁମ୍ଵାଇ ୩୧।୦୭: ବଲିଉଡ୍ର ବାଦଶାହ ଶାହାରୁଖ ଖାନ । ବର୍ତ୍ତମାନ ସେ ଅସୁସ୍ଥ ଅଛନ୍ତି। ତାଙ୍କ ଆଖିରେ ସମସ୍ୟା ଅଛି। ଚକ୍ଷୁ ଚିକିତ୍ସା ପାଇଁ ତାଙ୍କୁ ଆମେରିକା ଯିବାକୁ ପଡିବ ବୋଲି ଖବର ରହିଛି। ସେ ମଧ୍ୟ ମୋତି ଆବିନ୍ଦୁରେ ପୀଡିତ ଥିବା ଖବର ରହିଛି। ଜୁଲାଇ ୨୯ରେ ଶାହାରୁଖ ଆଖି ଚିକିତ୍ସା ପାଇଁ ମୁମ୍ବାଇ ଡାକ୍ତରଖାନାକୁ ଯାଇଥିଲେ। କିନ୍ତୁ ଅପରେସନ୍ ଭଲ ହୋଇ ନଥିଲା। ତାଙ୍କର ଚିକିତ୍ସା ପାଇଁ ଜୁଲାଇ ୩୦ରେ ଅଭିନେତା ଆମେରିକାର ଯିବା ନେଇ ଖବର ଥିଲା। ହେଲେ ଚିକିତ୍ସାରେ ତ୍ରୁଟି ହେତୁ ତାଙ୍କୁ ତୁରନ୍ତ ଆମେରିକାକୁ ଯିବାକୁ ପଡିଲା।
ଏକ ସୋର୍ସରୁ ଜଣାପଡିଛି କି ଶାହାରୁଖ ଖାନ ମୋତିଆବିନ୍ଦୁରେ ପୀଡିତ। ଏଥିପାଇଁ ସେ ଅସ୍ତ୍ରୋପଚାର କରିଥିଲେ। ଶାହାରୁଖଙ୍କ ଉଭୟ ଆଖିରେ ଅସୁବିଧା ହେଉଥିଲା। ସେ ମୁମ୍ବାଇରେ ଗୋଟିଏ ଆଖିରେ ଅସ୍ତ୍ରୋପଚାର କରିଥିଲେ ଏବଂ ବର୍ତ୍ତମାନ ସେ ଆମେରିକାରରେ ଅନ୍ୟ ଆଖିରେ ଅସ୍ତ୍ରୋପଚାର କରିବେ।
ମେ ମାସରେ ମଧ୍ୟ ଶାହାରୁଖ ଖାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ହିଟ୍ୱେଭ୍ ଯୋଗୁଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ପରଦିନ ଡିସଚାର୍ଜ କରାଯାଇଥିଲା। ଶାହାରୁଖ ୭-୮ ଅଗଷ୍ଟରେ ସ୍ୱିଜରଲ୍ୟାଣ୍ଡ ଯାଉଛନ୍ତି। ସେ କାମ ପାଇଁ କିମ୍ବା ବ୍ୟକ୍ତିଗତ କାରଣରୁ ଏଠାକୁ ଯାଉଛନ୍ତି କି ନାହିଁ ତାହା ପ୍ରକାଶ କରାଯାଇ ନାହିଁ।