ଶାହାରୁଖଙ୍କୁ ଲାତ ମାରି ଖଟରୁ ଗଳାଇ ପକାଇଥିଲେ ସଲମାନ, କାରଣ ଜାଣିଲେ…
ମୁମ୍ବାଇ: ଉଭୟ ଖାନ୍ ସଲମାନ ଏବଂ ଶାହାରୁଖ ବିଗତ ବର୍ଷରୁ ଇଣ୍ଡଷ୍ଟ୍ରିରେ ରାଜ୍ କରିଆସୁଛନ୍ତି। ଉଭୟଙ୍କୁ ଫଲୋ କରୁଥିବା ପ୍ରଶଂସକ ମଧ୍ୟ ବହୁତ ଷ୍ଟ୍ରଙ୍ଗ୍। ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ମଧ୍ୟ ସେମାନଙ୍କର ବ୍ୟକ୍ତିଗତ ବିଷୟରେ ଜାଣିବାକୁ ଉତ୍ସାହିତ ଥାନ୍ତି। ଶାହାରୁଖ ଏବଂ ସଲମାନଙ୍କ ମଧ୍ୟରେ କ’ଣ ଏମିତି ଘଟିଲା, ଯେଉଁଥିପାଇଁ ସଲମାନ ଶାହାରୁଖଙ୍କୁ ଲାତ ମାରି ଖଟରୁ ଗଳାଇ ପକାଇଥିଲେ। ଏକ କଥା ସଲମାନ ନିଜେ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି। ଯେତେବେଳେ ସେ ଶାହାରୁଖଙ୍କ ସହ […] The post ଶାହାରୁଖଙ୍କୁ ଲାତ ମାରି ଖଟରୁ ଗଳାଇ ପକାଇଥିଲେ ସଲମାନ, କାରଣ ଜାଣିଲେ… appeared first on Dharitri Odia News.
ମୁମ୍ବାଇ: ଉଭୟ ଖାନ୍ ସଲମାନ ଏବଂ ଶାହାରୁଖ ବିଗତ ବର୍ଷରୁ ଇଣ୍ଡଷ୍ଟ୍ରିରେ ରାଜ୍ କରିଆସୁଛନ୍ତି। ଉଭୟଙ୍କୁ ଫଲୋ କରୁଥିବା ପ୍ରଶଂସକ ମଧ୍ୟ ବହୁତ ଷ୍ଟ୍ରଙ୍ଗ୍। ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ମଧ୍ୟ ସେମାନଙ୍କର ବ୍ୟକ୍ତିଗତ ବିଷୟରେ ଜାଣିବାକୁ ଉତ୍ସାହିତ ଥାନ୍ତି। ଶାହାରୁଖ ଏବଂ ସଲମାନଙ୍କ ମଧ୍ୟରେ କ’ଣ ଏମିତି ଘଟିଲା, ଯେଉଁଥିପାଇଁ ସଲମାନ ଶାହାରୁଖଙ୍କୁ ଲାତ ମାରି ଖଟରୁ ଗଳାଇ ପକାଇଥିଲେ।
ଏକ କଥା ସଲମାନ ନିଜେ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି। ଯେତେବେଳେ ସେ ଶାହାରୁଖଙ୍କ ସହ ‘କରଣ ଅର୍ଜୁନ’ ଶୁଟିଂ କରୁଥିଲେ। ତା’ପରେ ଏକ ମଜାଦାର ଘଟଣା ଘଟିଥିଲା। ସଲମାନ କହିଛନ୍ତି, ଦିନେ ମୋ’ ଭାଇ ସୋହେଲ ଶୁଟିଂ ପାଇଁ ଆସିଥିଲେ ଏବଂ ସେ ସେଠାରେ ରହିଥିଲେ। ଯାହା ପରେ ମୋତେ ଶାହାରୁଖଙ୍କ ସହିତ ବେଡ୍ ଶେୟାର କରିବାକୁ ପଡ଼ିଲା। ଶାହାରୁଖ ପ୍ରଥମେ ଶୋଇପଡ଼ିଥିଲେ ଏବଂ ମୋ ପାଖରେ ଶୋଇବା ସମୟରେ ଏତେ ଜୋର୍ରେ ଘୁଙ୍ଗୁଡ଼ି ମାରିଥିଲେ ଯେ, ମୋତେ ବିରକ୍ତ ଲାଗିଥିଲା।
କାରଣ ଘୁଙ୍ଗୁଡ଼ି ଶବ୍ଦ ମୋତେ ଭଲ ଲାଗେନି। ମୁଁ ଏହି ଶବ୍ଦ ସହି ପାରିଲି ନାହିଁ ଏବଂ ନିରାଶା ହୋଇ ଶାହାରୁଖଙ୍କ ଗୋଟିଏ ଲାତ ମାରିଲି ସେ ତଳେ ପଡ଼ିଗଲେ। ଏହା କେବଳ ଏକ ମଜାଦାର କାହାଣୀ ଥିଲା। ଏହା ପରେ ଆମେ ମଧ୍ୟ ବହୁତ ହସିଥିଲୁ।
The post ଶାହାରୁଖଙ୍କୁ ଲାତ ମାରି ଖଟରୁ ଗଳାଇ ପକାଇଥିଲେ ସଲମାନ, କାରଣ ଜାଣିଲେ… appeared first on Dharitri Odia News.