ଶିକାରୀଙ୍କ ଗଳା କାଟି ହତ୍ୟା
ଦେବଗଡ଼,୩ା୫(ଶଶାଙ୍କ ଶେଖର ଝାଙ୍କର):ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ମର୍ହା ଗ୍ରାମରେ ଜଣେ ବନ୍ୟଜନ୍ତୁ ଶିକାରୀଙ୍କ ଗଳା କାଟି ହତ୍ୟା କରାଯାଇଛି। ମୃତକ ହେଲେ ସୁରେଶ ଶବର(୫୯)। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସୁରେଶଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଥାନାରେ ଏକ ହତ୍ୟା ମାମଲା(ନଂ.୧୭୭/୨୫) ରୁଜୁ ହୋଇଛି। ଘରୋଇ କାମ ପାଇଁ ସୁରେଶ ବୁଧବାର ରାତି ପ୍ରାୟ ୮ଟାରେ ନିକଟସ୍ଥ ଔତଳ ଗ୍ରାମକୁ ଶ୍ରମିକ ଯୋଗାଡ଼ କରିବାକୁ ଯାଇଥିଲେ। ଗୁରୁବାର ସକାଳ […] The post ଶିକାରୀଙ୍କ ଗଳା କାଟି ହତ୍ୟା appeared first on Dharitri Odia News.
ଦେବଗଡ଼,୩ା୫(ଶଶାଙ୍କ ଶେଖର ଝାଙ୍କର):ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ମର୍ହା ଗ୍ରାମରେ ଜଣେ ବନ୍ୟଜନ୍ତୁ ଶିକାରୀଙ୍କ ଗଳା କାଟି ହତ୍ୟା କରାଯାଇଛି। ମୃତକ ହେଲେ ସୁରେଶ ଶବର(୫୯)। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସୁରେଶଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଥାନାରେ ଏକ ହତ୍ୟା ମାମଲା(ନଂ.୧୭୭/୨୫) ରୁଜୁ ହୋଇଛି।
ଘରୋଇ କାମ ପାଇଁ ସୁରେଶ ବୁଧବାର ରାତି ପ୍ରାୟ ୮ଟାରେ ନିକଟସ୍ଥ ଔତଳ ଗ୍ରାମକୁ ଶ୍ରମିକ ଯୋଗାଡ଼ କରିବାକୁ ଯାଇଥିଲେ। ଗୁରୁବାର ସକାଳ ସୁଦ୍ଧା ସେ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପୂର୍ବରୁ ସୁରେଶଙ୍କ ବିରୋଧରେ ବନ୍ୟଜନ୍ତୁ ଶିକାର ସମେତ ଏକାଧିକ ମାମଲା ରହିଛି। ତେଣୁ ତାଙ୍କୁ କାଳେ ପୋଲିସ ଡାକି ନେଇଥିବ ଭାବି ସୁରେଶଙ୍କ ସ୍ତ୍ରୀ, ପୁଅ ଏବଂ ଭଉଣୀ ବାରକୋଟ ଥାନାକୁ ଯାଇ ପଚାରିଥିଲେ। ସୁରେଶଙ୍କୁ ଥାନାକୁ ଡକାଯାଇ ନ ଥିବା ପୋଲିସ ସ୍ପଷ୍ଟ କରିବାସହ ତାଙ୍କ ନିଖୋଜ ସମ୍ପର୍କରେ ଏତଲା ଦେବାକୁ କହିଥିଲା। ଅପରପକ୍ଷରେ ମର୍ହା ଗ୍ରାମର ଏକ ଡ୍ରେନ୍ରେ ସୁରେଶଙ୍କ ମୃତଦେହ ପଡିଥିବା କେତେଜଣ ପିଲା ଦେଖି ଜଣାଇଥିଲେ। ପୋଲିସ ପହଞ୍ଚି ତଦନ୍ତ କରିବାବେଳେ ସୁରେଶଙ୍କ ଗଳା କଟାଯାଇଥିବା ଓ ମୁଣ୍ଡରେ ଗଭୀର କ୍ଷତ ଥିବା ଦେଖିବାକୁ ପାଇଥିଲା। ଆଇଆଇସି ମମତା ପାଣିଗ୍ରାହୀ କହିଛନ୍ତି, ଏହା ଏକ ହତ୍ୟାକାଣ୍ଡ। ହତ୍ୟାକାରୀ ପ୍ରମାଣ ଲୁଚାଇବା ଉଦ୍ଦେଶ୍ୟରେ ସୁରେଶଙ୍କ ବାଇକ୍କୁ ଅନ୍ୟତ୍ର ଫିଙ୍ଗି ଦେଇଥିବା ଜଣାପଡିଛି। ହତ୍ୟାକାରୀଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି।
The post ଶିକାରୀଙ୍କ ଗଳା କାଟି ହତ୍ୟା appeared first on Dharitri Odia News.