ଶିକ୍ଷକଙ୍କ ଘର ଉପରକୁ ବୋମାମାଡ଼

କଳା ପଲସରରେ ଆସି ଶିକ୍ଷକଙ୍କ ଘରକୁ ବୋମାମାଡ଼ କରିଥିଲେ ଦୁର୍ବୃତ୍ତ।

ଶିକ୍ଷକଙ୍କ ଘର ଉପରକୁ ବୋମାମାଡ଼

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ସୁଦର୍ଶନ ବିହାରରେ ଜଣେ ଶିକ୍ଷକଙ୍କ ଘର ଉପରକୁ ଆଜି ରାତିରେ ବୋମାମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। ବୋମା ମାଡ଼ରେ କେହି ହତାହତ ହୋଇ ନାହାନ୍ତି। ବୋମାମାଡ଼ର କାରଣ ଜଣାପଡ଼ି ନାହିଁ। 

ଦୁଇ ଜଣ ଦୁର୍ବୃତ୍ତ ଏକ କଳା ପଲସରରେ ଆସି ଶିକ୍ଷକଙ୍କ ଘରକୁ ବୋମା ମାଡ଼ କରିଥିବା ଅଭିଯୋଗ ହୋଇଛି। ଖବର ପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।