ଶିକ୍ଷକଙ୍କ ଘରେ ଫୁଟିଲା ବୋମା!

ଘର ଭିତରେ ବୋମାର ସୁତୁଲି ଓ ଗନ ପାଉଡର ପଡିଥିବା ଦେଖିବାକୁ ମିଳିଥିଲା। ଆଉ ଗୁରୁତର ଅସୁସ୍ଥ ହୋଇଥିଲେ ଟୁକୁନା ଭୂୟାଁ। ତାଙ୍କ ଶରୀର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଥିଲା। ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଶିକ୍ଷକଙ୍କ ଘରେ ଫୁଟିଲା ବୋମା!

ଆଜି ସନ୍ଧ୍ୟା ବେଳେ ଶିକ୍ଷକଙ୍କ ଘରେ ଫୁଟିଲା ବୋମା। ବୋମା ବିସ୍ଫୋରଣରେ ଶିକ୍ଷକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ତେବେ କେଉଁ ପରିସ୍ଥିତିରେ ବୋମା ବିସ୍ଫୋରଣ ହେଲା, ତାହା ଜଣାପଡ଼ି ନାହିଁ। ପୁଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ରଘୁପତି ନଗର ୨ ନମ୍ୱର ଲାଇନ୍‌ରେ ବାସ କରନ୍ତି ଶିକ୍ଷକ ଟୁକୁନା ଭୂୟାଁ। ଦୁଇ ମହଲା ବିଶିଷ୍ଟ ଘରର ଉପର ରୁମ୍‌ରେ ନିଜ ପରିବାର ସହ ରୁହନ୍ତି ଟୁକୁନା ସାର୍‌। ଆଜି ସନ୍ଧ୍ୟା ପ୍ରାୟ ୭ଟା ବେଳେ ସାର୍‌ ଘରେ ଏକୁଟିଆ ଥିଲେ। ଠିକ୍‌ ସେହି ସମୟରେ ହଠାତ ବୋମା ବିସ୍ଫୋରଣ ହେବାର ଶବ୍ଦ ଶୁଣିବାକୁ ମିଳିଥିଲା। ଶବ୍ଦ ଶୁଣି ସାହିଭାଇ ସେଠାକୁ ଧାଇଁ ଯାଇଥିଲେ। ସେଠାକାର ପରିବେଶ ଧୂଆମୟ ହୋଇଯାଇଥିଲା।

ଘର ଭିତରେ ବୋମାର ସୁତୁଲି ଓ ଗନ ପାଉଡର ପଡିଥିବା ଦେଖିବାକୁ ମିଳିଥିଲା। ଆଉ ଗୁରୁତର ଅସୁସ୍ଥ ହୋଇଥିଲେ ଟୁକୁନା ଭୂୟାଁ। ତାଙ୍କ ଶରୀର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଥିଲା। ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ହେଲେ କିଭଳି ବୋମା ଫୁଟିଲା, ତାହା ଏବେ ମଧ୍ୟ ଅସ୍ପଷ୍ଟ ରହିଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ରିପୋର୍ଟ-ବ୍ରହ୍ମପୁରରୁ ଜଗନ୍ନାଥ ସାହୁ