ଶିକ୍ଷକଙ୍କ ଚାପୁଡ଼ା ମାଡ଼ ପରେ ୮ମ ଶ୍ରେଣୀ ଛାତ୍ରଙ୍କ ସ୍କୁଲ ଛାତରୁ ଡେଇଁ ଆତ୍ମହତ୍ୟା

ହାଇଦ୍ରାବାଦ : ସ୍କୁଲର ସିସିଟିଭି କ୍ୟାମେରାକୁ ବୁଲାଇବା ଘଟଣାରେ ସ୍କୁଲର କ୍ରୀଡ଼ା ଶିକ୍ଷକ ଜଣେ ୮ମ ଶ୍ରେଣୀ ଛାତ୍ର (୧୪)କୁ ଗାଳି କରିଥିଲେ ଏବଂ ଚାପୁଡ଼ା ମାରିଥିଲେ। ଶ୍ରେଣୀ ପ୍ରକୋଷ୍ଠରେ ଅନ୍ୟ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ମାଡ଼ ଖାଇବାରେ ଅପମାନିତ ବୋଧ କରି ଛାତ୍ରଜଣକ ସ୍କୁଲର ୪ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ପୁଲିସ ସୂଚନାନୁଯାୟୀ, ଆଜି ପୂର୍ବାହ୍‌ଣରେ ଶ୍ରେଣୀ ପ୍ର‌କୋଷ୍ଠରେ ଛାତ୍ରଜଣକୁ ଶିକ୍ଷକ ତାଗିଦ୍‌ କରିବା ସହ ମାଡ଼ ମାରିଥିଲେ। ଛାତ୍ର ଜଣକ ଶ୍ରେଣୀରେ କିଛି […]

ଶିକ୍ଷକଙ୍କ ଚାପୁଡ଼ା ମାଡ଼ ପରେ ୮ମ ଶ୍ରେଣୀ ଛାତ୍ରଙ୍କ ସ୍କୁଲ ଛାତରୁ ଡେଇଁ ଆତ୍ମହତ୍ୟା

ହାଇଦ୍ରାବାଦ : ସ୍କୁଲର ସିସିଟିଭି କ୍ୟାମେରାକୁ ବୁଲାଇବା ଘଟଣାରେ ସ୍କୁଲର କ୍ରୀଡ଼ା ଶିକ୍ଷକ ଜଣେ ୮ମ ଶ୍ରେଣୀ ଛାତ୍ର (୧୪)କୁ ଗାଳି କରିଥିଲେ ଏବଂ ଚାପୁଡ଼ା ମାରିଥିଲେ। ଶ୍ରେଣୀ ପ୍ରକୋଷ୍ଠରେ ଅନ୍ୟ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ମାଡ଼ ଖାଇବାରେ ଅପମାନିତ ବୋଧ କରି ଛାତ୍ରଜଣକ ସ୍କୁଲର ୪ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ପୁଲିସ ସୂଚନାନୁଯାୟୀ, ଆଜି ପୂର୍ବାହ୍‌ଣରେ ଶ୍ରେଣୀ ପ୍ର‌କୋଷ୍ଠରେ ଛାତ୍ରଜଣକୁ ଶିକ୍ଷକ ତାଗିଦ୍‌ କରିବା ସହ ମାଡ଼ ମାରିଥିଲେ। ଛାତ୍ର ଜଣକ ଶ୍ରେଣୀରେ କିଛି ସମୟ ବସିଥିଲେ। ପ‌ରେ ଶୌଚାଳୟକୁ ଯିବାକୁ ଅନୁମତି ମାଗି ଯାଇଥିଲେ। ଶୌଚାଳୟକୁ ଯିବା ପରିବର୍ତ୍ତେ ସେ ୪ର୍ଥ ମହଲାରୁ ଡେଇଁ ପଡ଼ିଥିଲେ। ଛାତ୍ରଜଣକୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଛାତ୍ରଙ୍କ ନୋଟ୍‌ ବୁକ୍‌ରୁ ତାଙ୍କ ମା’ଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଏକ ଚିଠି ମିଳିଛି। ଏଥିରେ ‘ନିଜ ଜୀବନ ଶେଷ କରିବା’ ନିମନ୍ତେ ମା’ଙ୍କ ନିକଟରେ କ୍ଷମା ମାଗିଛନ୍ତି। ଏନେଇ ଏକ ମାମଲା ରୁଜୁ କରାଯାଇଛି ଏବଂ ପରବର୍ତ୍ତୀ ତଦନ୍ତ ଜାରି ରହିଛି ।