ଶିକ୍ଷକଙ୍କୁ ଉଠାଇ ନେଲା ପୋଲିସ, କ୍ରାଇମବ୍ରାଞ୍ଚର ଏକ ମାମଲାରେ ସମ୍ପୃକ୍ତି ନେଇ ଚର୍ଚ୍ଚା

ରାୟଗଡ଼ା,୨୯।୭(ଆଶିଷ ରଞ୍ଜନ ପଣ୍ଡା) – ରାୟଗଡ଼ା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଗ୍ରାମର ଶିକ୍ଷକ ବିଜୟ ମିଶ୍ରଙ୍କୁ ପୋଲିସ ଉଠାଇ ନେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। କ୍ରାଇମବ୍ରାଞ୍ଚର ଏକ ମାମଲାରେ ତାଙ୍କୁ ପୋଲିସ ଉଠାଇ ନେଇଥିବା କୁହାଯାଉଛି। ଘଟଣାରୁ ପ୍ରକାଶ ଯେ, ଗତ ଦିନରେ ହେବାକୁ ଥିବା ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ ହେବା କାରଣରୁ ପରୀକ୍ଷା ବାତିଲ କରାଯାଇଥିଲା। ତେବେ ଏହି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ଏହି ମାମଲାରେ ବିଜୟଙ୍କ ହାତ ଥିବା ନେଇ […] The post ଶିକ୍ଷକଙ୍କୁ ଉଠାଇ ନେଲା ପୋଲିସ, କ୍ରାଇମବ୍ରାଞ୍ଚର ଏକ ମାମଲାରେ ସମ୍ପୃକ୍ତି ନେଇ ଚର୍ଚ୍ଚା appeared first on Dharitri Odia News.

ଶିକ୍ଷକଙ୍କୁ ଉଠାଇ ନେଲା ପୋଲିସ, କ୍ରାଇମବ୍ରାଞ୍ଚର ଏକ ମାମଲାରେ ସମ୍ପୃକ୍ତି ନେଇ ଚର୍ଚ୍ଚା
ରାୟଗଡ଼ା,୨୯।୭(ଆଶିଷ ରଞ୍ଜନ ପଣ୍ଡା) – ରାୟଗଡ଼ା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଗ୍ରାମର ଶିକ୍ଷକ ବିଜୟ ମିଶ୍ରଙ୍କୁ ପୋଲିସ ଉଠାଇ ନେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। କ୍ରାଇମବ୍ରାଞ୍ଚର ଏକ ମାମଲାରେ ତାଙ୍କୁ ପୋଲିସ ଉଠାଇ ନେଇଥିବା କୁହାଯାଉଛି।
ଘଟଣାରୁ ପ୍ରକାଶ ଯେ, ଗତ ଦିନରେ ହେବାକୁ ଥିବା ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ ହେବା କାରଣରୁ ପରୀକ୍ଷା ବାତିଲ କରାଯାଇଥିଲା। ତେବେ ଏହି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ଏହି ମାମଲାରେ ବିଜୟଙ୍କ ହାତ ଥିବା ନେଇ ସନ୍ଦେହରେ ଏହି ଘଟଣା ଘଟିଛି ବୋଲି ଆଲୋଚନା ଚାଲିଛି। ବିଜୟ ରାୟଗଡ଼ା ଜିଲା ଏକ୍ସ କ୍ୟାଡର ଶିକ୍ଷକ ସଂଘର ସଭାପତି ତଥା ଡ଼ଙ୍ଗରବୋରି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ।  ମଙ୍ଗଳବାର ପୋଲିସ ସାହାଯ୍ୟରେ କ୍ରାଇମବ୍ରାଞ୍ଚ ବିଜୟଙ୍କୁ ନେଇଥିବା ବିଶସ୍ତ ସୂତ୍ରରୁ ଜଣାପଡିଛି। ତେବେ ଖବର ଲେଖାଯିବା ସୁଦ୍ଧା କେଉଁ କାରଣରୁ ତାଙ୍କୁ ଉଠାଇ ନେଇଛି ପୋଲିସ ତାହା ସ୍ପଷ୍ଟ କରିନାହିଁ।

The post ଶିକ୍ଷକଙ୍କୁ ଉଠାଇ ନେଲା ପୋଲିସ, କ୍ରାଇମବ୍ରାଞ୍ଚର ଏକ ମାମଲାରେ ସମ୍ପୃକ୍ତି ନେଇ ଚର୍ଚ୍ଚା appeared first on Dharitri Odia News.