ଶିକ୍ଷା ଦେବା ନାଁରେ ଆସି ଧର୍ମାନ୍ତରୀକରଣ ଅଭିଯୋଗ
ବାଲିଗୁଡ଼ା,୧୩।୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅଧୀନ ତୁମୁଡ଼ିବନ୍ଧ ବ୍ଲକ ବେଲଘର ଥାନା ଅଞ୍ଚଳରେ କିଛି ବର୍ଷ ହେବ ଜଣେ ବ୍ୟକ୍ତି ଶିକ୍ଷା ଦେବା ନାଁରେ ଆସି ରହିଥିଲେ। ହେଲେ ବ୍ୟକ୍ତି ଜଣକ ବର୍ତ୍ତମାନ ଅନୁସୂଚିତ ଆଦିମ ଜନଜାତି ବର୍ଗର ଲୋକଙ୍କୁ ଧର୍ମାନ୍ତରୀକରଣ କରୁଥିବା ଅଭିଯୋଗ ହୋଇଛି। ଏନେଇ ଉଷାବାଲି ଗ୍ରାମର ଶତାଧିକ ଯୁବକ ଶୁକ୍ରବାର ବେଲଘର ଥାନାର ଦ୍ବାରସ୍ଥ ହୋଇଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ମଣିପୁର ରାଜ୍ୟର ଜଣେ ବ୍ୟକ୍ତି ଦୀର୍ଘ ୧୦ବର୍ଷ […] The post ଶିକ୍ଷା ଦେବା ନାଁରେ ଆସି ଧର୍ମାନ୍ତରୀକରଣ ଅଭିଯୋଗ appeared first on Dharitri Odia News.
ବାଲିଗୁଡ଼ା,୧୩।୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅଧୀନ ତୁମୁଡ଼ିବନ୍ଧ ବ୍ଲକ ବେଲଘର ଥାନା ଅଞ୍ଚଳରେ କିଛି ବର୍ଷ ହେବ ଜଣେ ବ୍ୟକ୍ତି ଶିକ୍ଷା ଦେବା ନାଁରେ ଆସି ରହିଥିଲେ। ହେଲେ ବ୍ୟକ୍ତି ଜଣକ ବର୍ତ୍ତମାନ ଅନୁସୂଚିତ ଆଦିମ ଜନଜାତି ବର୍ଗର ଲୋକଙ୍କୁ ଧର୍ମାନ୍ତରୀକରଣ କରୁଥିବା ଅଭିଯୋଗ ହୋଇଛି। ଏନେଇ ଉଷାବାଲି ଗ୍ରାମର ଶତାଧିକ ଯୁବକ ଶୁକ୍ରବାର ବେଲଘର ଥାନାର ଦ୍ବାରସ୍ଥ ହୋଇଥିଲେ।
ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ମଣିପୁର ରାଜ୍ୟର ଜଣେ ବ୍ୟକ୍ତି ଦୀର୍ଘ ୧୦ବର୍ଷ ହେଲା ଆସି ଅଶିକ୍ଷିତ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ଶିକ୍ଷା ପ୍ରଦାନ କରିବା ନେଇ ଲୋକଙ୍କୁ ବୁଝାଇ ତରଲଙ୍ଗିଠାରେ ରହିବା ଆରମ୍ଭ କରିଥିଲେ। ଏହା ପରେ ସେ ଶିକ୍ଷା ଦେବା ନାଁରେ ବିଭିନ୍ନ ଗ୍ରାମକୁ ଯାଇ ନୀରକ୍ଷର ଲୋକଙ୍କ ସହ ମଶି ସରଳତାର ସୁଯୋଗ ନେଇ ଧର୍ମ ପରିବର୍ତ୍ତନ କରୁଥିବା ଅଭିଯୋଗ ହୋଇଛି। ଉଷାବାଲି ଗ୍ରାମର କିଛି ପରିବାରକୁ ବିଭିନ୍ନ ପ୍ରଲୋଭନ ଦେଖାଇବା ସହ ଧମକ ଦେଇ ଧର୍ମାନ୍ତରୀକରଣ ହେବାକୁ ବାଧ୍ୟ କରୁଥିବା ନେଇ ଅଭିଯୋଗ ହେବା ପରେ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି।
ଏଣୁ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ସହ ଅଞ୍ଚଳ ଛାଡ଼ି ମଣିପୁର ଚାଲିଯିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଅନ୍ୟପକ୍ଷେ ବାଲେଶ୍ୱର ମାଝି, ପିତାମ୍ବର ମାଝି, ଗୋବିନ୍ଦ ମାଝୀ, ସୁଜିତ ମାଝି, ସୁଶୀଳ ମାଝି ପ୍ରମୁଖ ବେଲଘର ଥାନାରେ ପହଞ୍ଚି ଏକ ଲିଖିତ ଅଭିଯୋଗ କରିଛନ୍ତି। ଏହି ସମ୍ପର୍କରେ ବେଲଘର ଥାନା ଅଧିକାରୀ ସୌମ୍ୟରଞ୍ଜନ ପତିଙ୍କୁ ପଚାରିବାରୁ ଗ୍ରାମବାସୀ ଏକ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ କରି ସତ୍ୟାସତ୍ୟ ଅନୁସନ୍ଧାନ ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
The post ଶିକ୍ଷା ଦେବା ନାଁରେ ଆସି ଧର୍ମାନ୍ତରୀକରଣ ଅଭିଯୋଗ appeared first on Dharitri Odia News.