ଶିବରାତ୍ରି ପାଇଁ ଲିଙ୍ଗରାଜ ମନ୍ଦିରରେ ମୁତୟନ ହେବ ୪୦ପ୍ଳାଟୁନ ଫୋର୍ସ, ରାତି ୧୦ରେ ଉଠିବ ମହାଦୀପ

ଭୁବନେଶ୍ୱର : ଆସନ୍ତା ୨୬ ତାରିଖରେ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଉତ୍ସବ ପାଇଁ ରାତି ୧୦ଟାରେ ଉଠିବ ମହାଦୀପ । ସ୍ୱତନ୍ତ୍ର ପ୍ରଦକ୍ଷଣ ଭବନ ସମିଳନୀ କକ୍ଷରେ ଆୟୋଜିତ ସମନ୍ୱୟ କମିଟି ବୈଠକରେ ସର୍ବସମତି କ୍ରମେ ନିଷ୍ପତି ନିଆଯାଇଛି । ଚଟାଣରେ କାରପେଟ ବିଛା, ପୋଲିସ ପ୍ରଶାସନ ପକ୍ଷରୁ ୪୦ପ୍ଳାଟୁନ ଫୋର୍ସ ମୁତୟନ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ମନ୍ଦିର ସେବାୟତା ଏବଂ ଭିଆଇପିମାନଙ୍କ ନିମନ୍ତେ ପୃଥକ ଦ୍ୱାର ବ୍ୟବହାର କରାଯିବା । ୨୬ ତାରିଖ […] The post ଶିବରାତ୍ରି ପାଇଁ ଲିଙ୍ଗରାଜ ମନ୍ଦିରରେ ମୁତୟନ ହେବ ୪୦ପ୍ଳାଟୁନ ଫୋର୍ସ, ରାତି ୧୦ରେ ଉଠିବ ମହାଦୀପ appeared first on KNews Odisha.

ଶିବରାତ୍ରି ପାଇଁ ଲିଙ୍ଗରାଜ ମନ୍ଦିରରେ ମୁତୟନ ହେବ ୪୦ପ୍ଳାଟୁନ ଫୋର୍ସ, ରାତି ୧୦ରେ ଉଠିବ ମହାଦୀପ
lingaraj temple

ଭୁବନେଶ୍ୱର : ଆସନ୍ତା ୨୬ ତାରିଖରେ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଉତ୍ସବ ପାଇଁ ରାତି ୧୦ଟାରେ ଉଠିବ ମହାଦୀପ । ସ୍ୱତନ୍ତ୍ର ପ୍ରଦକ୍ଷଣ ଭବନ ସମିଳନୀ କକ୍ଷରେ ଆୟୋଜିତ ସମନ୍ୱୟ କମିଟି ବୈଠକରେ ସର୍ବସମତି କ୍ରମେ ନିଷ୍ପତି ନିଆଯାଇଛି । ଚଟାଣରେ କାରପେଟ ବିଛା, ପୋଲିସ ପ୍ରଶାସନ ପକ୍ଷରୁ ୪୦ପ୍ଳାଟୁନ ଫୋର୍ସ ମୁତୟନ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ମନ୍ଦିର ସେବାୟତା ଏବଂ ଭିଆଇପିମାନଙ୍କ ନିମନ୍ତେ ପୃଥକ ଦ୍ୱାର ବ୍ୟବହାର କରାଯିବା । ୨୬ ତାରିଖ ଭୋର ୩ଟା ୩୦ରୁ ପୂର୍ବାହ୍ନ ୧୧ଟା ଏବଂ ସନ୍ଧ୍ୟା ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ ।

ଜୋତା ଷ୍ଟାଣ୍ଡ ,ଭକ୍ତ ଶ୍ରଦ୍ଧାଳୁ ମାନେ ଯେପରି ବିନା ଦ୍ଵିଧାରେ ଧାଡ଼ିରେ ଯାଇ ପ୍ରଭୁଙ୍କୁ ଦର୍ଶନ କରିବେ, ଅଗ୍ନିଶମ ସେବା, ଲାଇଭ ଟେଲିକାଷ୍ଟ, ଆସ୍ଥାୟୀ ସ୍ୱାସ୍ଥ୍ୟ ସେବା, ଜରୁରୀ ସ୍ୱାସ୍ଥ୍ୟ ସେବା ଆଦି ବିଭିନ୍ନ ଅତ୍ୟାବଶ୍ୟକ ସେବା ଉପରେ ଜିଲ୍ଲାପାଳ ଓ ମନ୍ତ୍ରୀ ଗୁରୁତ୍ୱାରାପ କରିଥିଲେ । ବୈଠକରେ ସର୍ବସମତି କ୍ରମେ ନିଷ୍ପତି ନିଆଯାଇଛି। ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଏକ୍ରାମ ବିଧାୟକ ବାବୁ ସିଂହ, ବିଏମସି ମେୟର ସୁଲୋଚନା ଦାସ, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ, ଭୁବନେଶ୍ୱର ଶ୍ରୀ ରୁଦ୍ର ନାରାୟଣ ମହାନ୍ତି ଯୋଗଦେଇ ସମନ୍ୱୟ କମିଟି ସହ ପୁଙ୍ଖାନୁପୁଙ୍ଖ ଭାବେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ ।

 

 

 

ଆହୁରି ପଢ଼ନ୍ତୁ : ମୋହନ ସରକାରଙ୍କ ୨୦୨୫-୨୬ ପାଇଁ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ୍, ଜାଣନ୍ତୁ କେଉଁ ଯୋଜନାକୁ କେତେ

The post ଶିବରାତ୍ରି ପାଇଁ ଲିଙ୍ଗରାଜ ମନ୍ଦିରରେ ମୁତୟନ ହେବ ୪୦ପ୍ଳାଟୁନ ଫୋର୍ସ, ରାତି ୧୦ରେ ଉଠିବ ମହାଦୀପ appeared first on KNews Odisha.