ଶିବସେନା ନିମନ୍ତ୍ରଣ ପତ୍ରରେ ନାହିଁ ଶିନ୍ଦେଙ୍କ ନାମ! ମହାରଷ୍ଟ୍ରରେ ବାକି ଅଛି କି ମହା ଟୁଇଷ୍ଟ?

ମୁମ୍ବାଇ,୫।୧୨: ମହାରାଷ୍ଟ୍ରର ମୁମ୍ବାଇରେଥେିବା ଐତିହାସିକ ଆଜାଦ ମଇଦାନରେ ରାଜ୍ୟ ନୂଆ ସରକାର ଶପଥ ଗ୍ରହଣ କରିବେ। ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଏକନାଥ ଶିନ୍ଦେ ଏବଂ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରୁଥିବା ନେଇ ଚର୍ଚ୍ଚା ହେଉଛି, କିନ୍ତୁ ଶେଷ ରାଉଣ୍ଡ ପର୍ଯ୍ୟନ୍ତ ଟୁଇଷ୍ଟ କମ୍‌ ହେବାର ଦେଖାଯାଉ ନାହିଁ। ବର୍ତ୍ତମାନ ଏକ ମଜାଦାର ବିଷୟ ସାମ୍ନାକୁ ଆସୁଛି ଯେ ଶିବସେନାର ନିମନ୍ତ୍ରଣ ପତ୍ରରେ ଏକନାଥ ଶିନ୍ଦେଙ୍କ ନାମ […] The post ଶିବସେନା ନିମନ୍ତ୍ରଣ ପତ୍ରରେ ନାହିଁ ଶିନ୍ଦେଙ୍କ ନାମ! ମହାରଷ୍ଟ୍ରରେ ବାକି ଅଛି କି ମହା ଟୁଇଷ୍ଟ? appeared first on Dharitri Odia News.

ଶିବସେନା ନିମନ୍ତ୍ରଣ ପତ୍ରରେ ନାହିଁ ଶିନ୍ଦେଙ୍କ ନାମ! ମହାରଷ୍ଟ୍ରରେ ବାକି ଅଛି କି ମହା ଟୁଇଷ୍ଟ?

ମୁମ୍ବାଇ,୫।୧୨: ମହାରାଷ୍ଟ୍ରର ମୁମ୍ବାଇରେଥେିବା ଐତିହାସିକ ଆଜାଦ ମଇଦାନରେ ରାଜ୍ୟ ନୂଆ ସରକାର ଶପଥ ଗ୍ରହଣ କରିବେ। ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଏକନାଥ ଶିନ୍ଦେ ଏବଂ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରୁଥିବା ନେଇ ଚର୍ଚ୍ଚା ହେଉଛି, କିନ୍ତୁ ଶେଷ ରାଉଣ୍ଡ ପର୍ଯ୍ୟନ୍ତ ଟୁଇଷ୍ଟ କମ୍‌ ହେବାର ଦେଖାଯାଉ ନାହିଁ। ବର୍ତ୍ତମାନ ଏକ ମଜାଦାର ବିଷୟ ସାମ୍ନାକୁ ଆସୁଛି ଯେ ଶିବସେନାର ନିମନ୍ତ୍ରଣ ପତ୍ରରେ ଏକନାଥ ଶିନ୍ଦେଙ୍କ ନାମ ନାହିଁ, କେବଳ ଫଡନାଭିସଙ୍କ ନାମ ଲେଖାଯାଇଛି। ଅନ୍ୟପକ୍ଷରେ, ଅଜିତ ପାୱାରଙ୍କ ନାମ ଏନସିପିର ନିମନ୍ତ୍ରଣ ପତ୍ରରେ ସ୍ପଷ୍ଟ ଭାବେ ଲେଖାଯାଇଛି। ଏହାର ଅର୍ଥ ହେଉଛି ଏକନାଥ ଶିନ୍ଦେଙ୍କ ପ୍ରେସର ପଲିଟକ୍ସର ଗେମ୍‌ ଏବେବି ଜାରି ରହିଛି।

ସୂଚନାଯୋଗ୍ୟ, ଗୃହ ବିଭାଗର ଚାହିଦା ଉପରେ ଶିନ୍ଦେ କ୍ରମାଗତ ଭାବରେ ଜିଦ ଧରିଥିବାରୁ ଏହି ବିନ୍ଦୁ ଦୃଢ ହେବାରେ ଲାଗିଛି। ତେଣୁ ଚାପ ରାଜନୀତିର ଏହି ଖେଳ ଜାରି ରହିଛି। ଏସବୁ ମଧ୍ୟରେ ଶିବସେନା ବିଧାୟକ ଉଦୟ ସାମନ୍ତ କହିଛନ୍ତି ଯେ ଆମେ ଚାହୁଁ ଯେ ଏକନାଥ ଶିନ୍ଦେ ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରନ୍ତୁ। ଏପରିକି ସେ କହିଛନ୍ତି ଯେ ଯଦି ଶିନ୍ଦେ ଡେପୁଟି ସିଏମ ନ ହୁଅନ୍ତି ତେବେ ଆମ ମଧ୍ୟରୁ କେହି ମନ୍ତ୍ରୀ ହେବେ ନାହିଁ।

The post ଶିବସେନା ନିମନ୍ତ୍ରଣ ପତ୍ରରେ ନାହିଁ ଶିନ୍ଦେଙ୍କ ନାମ! ମହାରଷ୍ଟ୍ରରେ ବାକି ଅଛି କି ମହା ଟୁଇଷ୍ଟ? appeared first on Dharitri Odia News.