ଶିବସେନା ନେତାଙ୍କୁ ଆଣିବାକୁ ଯାଇଥିବା ହେଲିକପ୍ଟର କ୍ରାଶ

ଉକ୍ତ ହେଲିକପ୍ଟରରେ ବସିବା ପାଇଁ ଅସ୍ଥାୟୀ ହେଲିପ୍ୟାଡ ନିକଟରେ ସୁଷମା ରହିଥିଲେ। ତାଙ୍କ ଆଖି ସାମ୍ନାରେ ପୂରା ଘଟଣା ଘଟିଥିଲା

ଶିବସେନା ନେତାଙ୍କୁ ଆଣିବାକୁ ଯାଇଥିବା ହେଲିକପ୍ଟର କ୍ରାଶ

ଗୋଟିଏ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଶିବସେନା(ଉଦ୍ଧବ ଠାକରେ)ର ଉପ ନେତା ସୁଷମା ଅନ୍ଧାରେ। ଆଜି ତାଙ୍କୁ ଆଣିବାକୁ ଯାଇଥିବା ହେଲିକପ୍ଟରଟି ଲ୍ୟାଣ୍ଡିଂ ସମୟରେ କ୍ରାଶ କରାଯାଇଛି।

ଉକ୍ତ ହେଲିକପ୍ଟରରେ ବସିବା ପାଇଁ ଅସ୍ଥାୟୀ ହେଲିପ୍ୟାଡ ନିକଟରେ ସୁଷମା ରହିଥିଲେ। ତାଙ୍କ ଆଖି ସାମ୍ନାରେ ପୂରା ଘଟଣା ଘଟିଥିଲା। ହେଲିକପ୍ଟର କ୍ରାଶ ହୋଇଯିବାରୁ ସେ ସଡ଼କ ପଥରେ ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ବାହାରି ଯାଇଥିଲେ।

ସକାଳ ପ୍ରାୟ ୯.୨୦ରେ ପୂରା ଘଟଣା ଘଟିଛି। ସୁଷମା ହେଲିକପ୍ଟରେ ବସିବା ପାଇଁ ରାଇଗଡ଼ ଜିଲ୍ଲା ବଶିରଭାଇ ଚିନଚକର ଗ୍ରାଉଣ୍ଡରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡ ନିକଟରେ ଅପେକ୍ଷା କରିଥିଲେ। ଏହି ସମୟରେ ଦଳ ପକ୍ଷରୁ ପୁଣେରୁ ପଠା ଯାଇଥିବା ହେଲିକପ୍ଟର ସେଠାରେ ପହଞ୍ଚି ଥିଲା।

ଉକ୍ତ ହେଲିକପ୍ଟଟି ସୁଷମାଙ୍କୁ ମାହାଦର ଶିବାଜୀ ଚୌକକୁ ନେବାର ଥିଲା। କିନ୍ତୁ ଲ୍ୟାଣ୍ଡିଂ କରିବାର ୨ରୁ ୩ ମିନିଟ ପୂର୍ବରୁ ହେଲିକପ୍ଟରରେ ବୈଷୟିକ ତ୍ରୁଟି ଦେଖାଯାଇଥିଲା। ଏହା ନିୟନ୍ତ୍ରଣ ହରାଇ ତଳେ ଜୋରରେ ପିଟି ହୋଇ ଯାଇଥିଲା।

ହେଲିକପ୍ଟରଟି ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲେ ହେଁ ପାଇଲଟ ଓ ସହାୟକ ପାଇଲଟ ସୁରକ୍ଷିତ ରହିଛନ୍ତି। ସେମାନେ ଠିକ କ୍ରାଶ କରିବା ପୂର୍ବରୁ ଏହା ମଧ୍ୟରୁ ବାହାରି ଯାଇଥିବାରୁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। 

ପୁଣେ ଭିତ୍ତିକ ମହାଲକ୍ଷ୍ମୀ ଆଭିଏସନ ପକ୍ଷରୁ ଏହାକୁ ଚଳାଚଳ କରାଯାଉଥିଲା। ହେଲିକପ୍ଟର କ୍ରାଶ ହୋଇ ଯିବାର ସୁଷମା ତାଙ୍କ ଭାଇଙ୍କ ସହ ସଡ଼କ ପଥରେ ଶିବାଜୀ ଚୌକ କାର୍ଯ୍ୟକ୍ରମକୁ ଯାଇଥିଲେ।

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସ୍ ଓ ଆମ୍ବୁଲାନ୍ସ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲା। ଏବେ କେଉଁ ପରିସ୍ଥିତିରେ ହେଲିକପ୍ଟରଟି ଦୁର୍ଘଟଣା ଗ୍ରସ୍ତ ହେଲା, ତା’ର ତଦନ୍ତ କରାଯାଉଛି।