ଶିବସେନା ସାଂସଦଙ୍କ ବିବାଦୀୟ ବୟାନ, କଂଗ୍ରେସର.. ମୋ ସଭାରେ ପଶିଲେ ପୋତିଦେବି

ମୁମ୍ବାଇ ୧୮।୦୯ : କଂଗ୍ରେସକୁ ନେଇ ଶିବସେନା ବିଧାୟକ ସଂଜୟ ଗାଏକଓ୍ୱାଡଙ୍କ ବିବାଦୀୟ ବୟାନ । ତାଙ୍କର ଆୟୋଜନ ହେବାକୁ ଥିବା ଏକ ସଭାକୁ ନେଇ କଂଗ୍ରେସକୁ ଚେତାବନୀ ଦେବା ସହ ବିବାଦୀୟ ବୟାନ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ଯଦି କଂଗ୍ରେସର କୁକୁରକୁ ସେହିଠାରେ ମାଟିରେ ପୋତେଦେବି ।ଖବର ଅନୁଯାୟୀ, ଶିବସେନା ସିନ୍ଦେ ଗୋଷ୍ଠୀର ବିଧାୟକ ସଂଜୟ ଗାଏକଓ୍ୱାଡ୍‌ ସାମ୍ବାଦିକଙ୍କ ସହ କୌଣସି କଥାକୁ ନେଇ ବୟାନ ଦେଉଥିଲେ । ଏହି ସମୟରେ ତାଙ୍କୁ ତାଙ୍କର କାର୍ଯ୍ୟକ୍ରମ ନେଇ ପ୍ରଶ୍ନ ପଚାରିଥିଲେ ସାମ୍ବାଦିକ । ଯାହାର ଉତ୍ତର ଦେଇ ବିଧାୟକ କହିଥିଲେ ଯେ,  ଯଦି କଂଗ୍ରେସର କୌଣସି ନେତା (କୁକୁର) ମୋ କାର୍ଯ୍ୟକ୍ରମରେ ନଜର ଆସିବେ, ତେବେ ତାଙ୍କୁ ସେହିଠାରେ ହିଁ ମାଟିରେ ପୋତିଦେବି । ବିଧାୟକଙ୍କ ଏପରି ବୟାନକୁ ନେଇ ଚାରିଆଡୁ ବିରୋଧରେ ସ୍ୱର ଉଠିଛି । ଏପିରିକି ଅନେକ ବିରୋଧୀ ଦଳର ନେତା ଏହି ବୟାନକୁ ନିନ୍ଦା କରିବା ସହ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଦାବି କରୁଛନ୍ତି । ସେହିପରି ଏହାପୂର୍ବରୁ କୁଳଢାଣା ବିଧାୟକ ଗାଏକଓ୍ୱାଡ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀଙ୍କୁ ନେଇ ମଧ୍ୟ ବିବାଦୀୟ ବୟାନ ଦେଇଥିଲେ । ଯଦି କୌଣସି ବ୍ୟକ୍ତି ରାହୁଲ ଗାନ୍ଧୀଙ୍କ ଜିଭ କାଟିଦିଏ, ତେବେ ତାକୁ ପୁରସ୍କାର ଦେବି ବୋଲି କହିଥିଲେ ବିଧାୟକ । ସେତେବେଳେ ଏହି ବୟାନକୁ ନେଇ ବଡ଼ଧରଣ ରାଜନୈତିକ ବିବାଦ ହୋଇଥିଲା ।  

ଶିବସେନା ସାଂସଦଙ୍କ ବିବାଦୀୟ ବୟାନ, କଂଗ୍ରେସର.. ମୋ ସଭାରେ ପଶିଲେ ପୋତିଦେବି

ମୁମ୍ବାଇ ୧୮।୦୯ : କଂଗ୍ରେସକୁ ନେଇ ଶିବସେନା ବିଧାୟକ ସଂଜୟ ଗାଏକଓ୍ୱାଡଙ୍କ ବିବାଦୀୟ ବୟାନ । ତାଙ୍କର ଆୟୋଜନ ହେବାକୁ ଥିବା ଏକ ସଭାକୁ ନେଇ କଂଗ୍ରେସକୁ ଚେତାବନୀ ଦେବା ସହ ବିବାଦୀୟ ବୟାନ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ଯଦି କଂଗ୍ରେସର କୁକୁରକୁ ସେହିଠାରେ ମାଟିରେ ପୋତେଦେବି ।

ଖବର ଅନୁଯାୟୀ, ଶିବସେନା ସିନ୍ଦେ ଗୋଷ୍ଠୀର ବିଧାୟକ ସଂଜୟ ଗାଏକଓ୍ୱାଡ୍‌ ସାମ୍ବାଦିକଙ୍କ ସହ କୌଣସି କଥାକୁ ନେଇ ବୟାନ ଦେଉଥିଲେ । ଏହି ସମୟରେ ତାଙ୍କୁ ତାଙ୍କର କାର୍ଯ୍ୟକ୍ରମ ନେଇ ପ୍ରଶ୍ନ ପଚାରିଥିଲେ ସାମ୍ବାଦିକ । ଯାହାର ଉତ୍ତର ଦେଇ ବିଧାୟକ କହିଥିଲେ ଯେ,  ଯଦି କଂଗ୍ରେସର କୌଣସି ନେତା (କୁକୁର) ମୋ କାର୍ଯ୍ୟକ୍ରମରେ ନଜର ଆସିବେ, ତେବେ ତାଙ୍କୁ ସେହିଠାରେ ହିଁ ମାଟିରେ ପୋତିଦେବି । ବିଧାୟକଙ୍କ ଏପରି ବୟାନକୁ ନେଇ ଚାରିଆଡୁ ବିରୋଧରେ ସ୍ୱର ଉଠିଛି । ଏପିରିକି ଅନେକ ବିରୋଧୀ ଦଳର ନେତା ଏହି ବୟାନକୁ ନିନ୍ଦା କରିବା ସହ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଦାବି କରୁଛନ୍ତି । 

ସେହିପରି ଏହାପୂର୍ବରୁ କୁଳଢାଣା ବିଧାୟକ ଗାଏକଓ୍ୱାଡ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀଙ୍କୁ ନେଇ ମଧ୍ୟ ବିବାଦୀୟ ବୟାନ ଦେଇଥିଲେ । ଯଦି କୌଣସି ବ୍ୟକ୍ତି ରାହୁଲ ଗାନ୍ଧୀଙ୍କ ଜିଭ କାଟିଦିଏ, ତେବେ ତାକୁ ପୁରସ୍କାର ଦେବି ବୋଲି କହିଥିଲେ ବିଧାୟକ । ସେତେବେଳେ ଏହି ବୟାନକୁ ନେଇ ବଡ଼ଧରଣ ରାଜନୈତିକ ବିବାଦ ହୋଇଥିଲା ।