ଶିବସେନାକୁ ମିଳିବନି ଗୃହ ବିଭାଗ: ଭାଜପା
ମୁମ୍ବାଇ,୧୨।୧୨ (ପି.ଟି.): ଆସନ୍ତା ୧୪ ତାରିଖ ସୁଦ୍ଧା ମହାରାଷ୍ଟ୍ରର ନୂତନ ମହାୟୁତି ସରକାରର କ୍ୟାବିନେଟ ଗଠନ ହୋଇପାରେ। ବୁଧବାର ଏନେଇ ଜଣେ ବରିଷ୍ଠ ଭାଜପା ନେତା ସୂଚନା ଦେଇଛନ୍ତି। ତେବେ ଶିବସେନାକୁ ଗୃହ ବିଭାଗ ମିଳିବ ନାହିଁ ବୋଲି ସେ କହିଛନ୍ତି। ମହାୟୁତିରେ ୩ ଦଳ ରହିଥିବାରୁ କ୍ୟାବିନେଟ୍ ସମ୍ପ୍ରସାରଣରେ ବିଳମ୍ବ ଘଟିଛି। ଶିବସେନାକୁ ନଗର ଉନ୍ନୟନ ବିଭାଗ ମିଳିପାରେ ବୋଲି ସେ ସୂଚନା ଦେଇଛନ୍ତି। ବୁଧବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନ୍ବିସ୍ ଦିଲ୍ଲୀ ଗସ୍ତ କରିଛନ୍ତି। […] The post ଶିବସେନାକୁ ମିଳିବନି ଗୃହ ବିଭାଗ: ଭାଜପା appeared first on Dharitri Odia News.
ମୁମ୍ବାଇ,୧୨।୧୨ (ପି.ଟି.): ଆସନ୍ତା ୧୪ ତାରିଖ ସୁଦ୍ଧା ମହାରାଷ୍ଟ୍ରର ନୂତନ ମହାୟୁତି ସରକାରର କ୍ୟାବିନେଟ ଗଠନ ହୋଇପାରେ। ବୁଧବାର ଏନେଇ ଜଣେ ବରିଷ୍ଠ ଭାଜପା ନେତା ସୂଚନା ଦେଇଛନ୍ତି। ତେବେ ଶିବସେନାକୁ ଗୃହ ବିଭାଗ ମିଳିବ ନାହିଁ ବୋଲି ସେ କହିଛନ୍ତି। ମହାୟୁତିରେ ୩ ଦଳ ରହିଥିବାରୁ କ୍ୟାବିନେଟ୍ ସମ୍ପ୍ରସାରଣରେ ବିଳମ୍ବ ଘଟିଛି। ଶିବସେନାକୁ ନଗର ଉନ୍ନୟନ ବିଭାଗ ମିଳିପାରେ ବୋଲି ସେ ସୂଚନା ଦେଇଛନ୍ତି। ବୁଧବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନ୍ବିସ୍ ଦିଲ୍ଲୀ ଗସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଏହା ତାଙ୍କର ପ୍ରଥମ ଦିଲ୍ଲୀ ଗସ୍ତ। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଉପ ରାଷ୍ଟ୍ରପତି ଜଗଦୀପ ଧନକରଙ୍କୁ ଭେଟିବେ। ଏହା ଏକ ଔପଚାରିକ ଗସ୍ତ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ପ୍ରକାଶ ଯେ, ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ସର୍ବାଧିକ ୪୩ ଜଣ ମନ୍ତ୍ରୀ ରହିପାରିବେ।
The post ଶିବସେନାକୁ ମିଳିବନି ଗୃହ ବିଭାଗ: ଭାଜପା appeared first on Dharitri Odia News.