ଶିମିଳିପାଳ ଅଭୟାରଣ୍ୟରେ କମିଲା କୁମ୍ଭୀର ସଂଖ୍ୟା

ବାରିପଦା,୧୯ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଚଳିତ ବର୍ଷ କୁମ୍ଭୀର ସଂଖ୍ୟା ହ୍ରାସ ପାଇଛି। ଗତବର୍ଷ ତୁଳନାରେ ୪ଟି କୁମ୍ଭୀର କମ୍‌ ଥିବା ଗଣନା ରିପୋର୍ଟରୁ ଜଣାପଡ଼ିଛି । ଶିମିଳିପାଳ ଅଭୟାରଣ୍ୟ ଓ ଏହାର ପାଦଦେଶରେ ଥିବା ବିଭିନ୍ନ ଜଳାଶୟ ଓ ରାମତୀର୍ଥ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ମୋଟ ୮୨ଟି କୁମ୍ଭୀର ଥିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ.ପ୍ରକାଶ ଚାନ୍ଦ ଗୋଗିନେନି […] The post ଶିମିଳିପାଳ ଅଭୟାରଣ୍ୟରେ କମିଲା କୁମ୍ଭୀର ସଂଖ୍ୟା appeared first on Dharitri Odia News.

ଶିମିଳିପାଳ ଅଭୟାରଣ୍ୟରେ କମିଲା କୁମ୍ଭୀର ସଂଖ୍ୟା

ବାରିପଦା,୧୯ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଚଳିତ ବର୍ଷ କୁମ୍ଭୀର ସଂଖ୍ୟା ହ୍ରାସ ପାଇଛି। ଗତବର୍ଷ ତୁଳନାରେ ୪ଟି କୁମ୍ଭୀର କମ୍‌ ଥିବା ଗଣନା ରିପୋର୍ଟରୁ ଜଣାପଡ଼ିଛି । ଶିମିଳିପାଳ ଅଭୟାରଣ୍ୟ ଓ ଏହାର ପାଦଦେଶରେ ଥିବା ବିଭିନ୍ନ ଜଳାଶୟ ଓ ରାମତୀର୍ଥ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ମୋଟ ୮୨ଟି କୁମ୍ଭୀର ଥିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ.ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି।

ପଶ୍ଚିମ ଓ ପୂର୍ବ ଦେଓ ନଦୀ, ଖଈରୀ, ଖଡ଼ଖାଇ, ଠକଠକି, ବୁଢ଼ାବଳଙ୍ଗ ଏବଂ ରାମତୀର୍ଥଠାରେ ଥିବା କୁମ୍ଭୀର ପ୍ରଜନନ କେନ୍ଦ୍ରରେ କୁମ୍ଭୀର ଗଣନା ଜାନୁଆରୀ ୬ରୁ ୮ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଚାଲିଥିଲା। ଉତ୍ତର ଶିମିଳିପାଳର ୭ ଓ ଦକ୍ଷିଣ ଶିମିଳିପାଳରେ ୯ଟି ରେଞ୍ଜରେ ଗୋଟିଏ ଲେଖାଏ ଟିମ୍‌ ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ। ଦକ୍ଷିଣ ଡିଭିଜନରେ ୭୫ଟି କୁମ୍ଭୀର, ଉତ୍ତର ଡିଭିଜନରେ ଗୋଟିଏ ଓ ରାମତୀର୍ଥ ପ୍ରଜନନ କେନ୍ଦ୍ରରେ ୬ କୁମ୍ଭୀର ରହିଥିବା ନେଇ ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ୨୦୨୧ ଗଣନାରେ ୮୧, ୨୦୨୨ରେ ୮୩ ଓ ୨୦୨୩ରେ ୮୬ଟି କୁମ୍ଭୀର ରହିଥିବା ବେଳେ ଚଳିତ ବର୍ଷ ୪ଟି କୁମ୍ଭୀର କମିଥିବା ଜଣାପଡିଛି। ତେବେ ଉକ୍ତ କୁମ୍ଭୀରଗୁଡ଼ିକର ମୃତ୍ୟୁ ହୋଇଛି ନା ଶିକାର କରାଯାଇଛି ତାହାକୁ ପ୍ରାଣୀପ୍ରେମୀମାନେ ସନ୍ଦେହ ପ୍ରକାଶ କରିଛନ୍ତି।

The post ଶିମିଳିପାଳ ଅଭୟାରଣ୍ୟରେ କମିଲା କୁମ୍ଭୀର ସଂଖ୍ୟା appeared first on Dharitri Odia News.