ଶିମିଳିପାଳ ଜଙ୍ଗଲରେ ପୁଣି କ୍ୟାମେରାରେ କଏଦ ହେଲା କଳାବାଘ

ଭୁବନେଶ୍ୱର,୫।୧୦: ଶିମିଳିପାଳ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲରେ ବିଚରଣ କରୁଛି କଳାବାଘ। ଏହା ପୁଣି ଥରେ କ୍ୟାମେରାରେ କଏଦ ହୋଇଛି। ଶୁକ୍ରବାର ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକ (ପିସିସିଏଫ୍‌) ସୁଶାନ୍ତ ନନ୍ଦ ଏହାର ଭିଡିଓକୁ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟକରି ଏନେଇ ସୂଚନା ଦେଇଛନ୍ତି। ଶିମିଳିପାଳ ଅଭୟାରଣ୍ୟ ନିକଟରେ ପ୍ରସ୍ତାବିତ ଦେଶର ପ୍ରଥମ କଳାବାଘ ସଫାରି ପ୍ରକଳ୍ପ କାମ ଆଗେଇ ଚାଲିଛି। ଏପରି ସମୟରେ କଳାବାଘ ବିଚରଣ କରୁଥିବା ଚିତ୍ର ସାମ୍ନାକୁ ଆସିଥିବାରୁ ବନ୍ୟଜନ୍ତୁ ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରି […] The post ଶିମିଳିପାଳ ଜଙ୍ଗଲରେ ପୁଣି କ୍ୟାମେରାରେ କଏଦ ହେଲା କଳାବାଘ appeared first on Dharitri Odia News.

ଶିମିଳିପାଳ ଜଙ୍ଗଲରେ ପୁଣି କ୍ୟାମେରାରେ କଏଦ ହେଲା କଳାବାଘ

ଭୁବନେଶ୍ୱର,୫।୧୦: ଶିମିଳିପାଳ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲରେ ବିଚରଣ କରୁଛି କଳାବାଘ। ଏହା ପୁଣି ଥରେ କ୍ୟାମେରାରେ କଏଦ ହୋଇଛି। ଶୁକ୍ରବାର ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକ (ପିସିସିଏଫ୍‌) ସୁଶାନ୍ତ ନନ୍ଦ ଏହାର ଭିଡିଓକୁ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟକରି ଏନେଇ ସୂଚନା ଦେଇଛନ୍ତି। ଶିମିଳିପାଳ ଅଭୟାରଣ୍ୟ ନିକଟରେ ପ୍ରସ୍ତାବିତ ଦେଶର ପ୍ରଥମ କଳାବାଘ ସଫାରି ପ୍ରକଳ୍ପ କାମ ଆଗେଇ ଚାଲିଛି। ଏପରି ସମୟରେ କଳାବାଘ ବିଚରଣ କରୁଥିବା ଚିତ୍ର ସାମ୍ନାକୁ ଆସିଥିବାରୁ ବନ୍ୟଜନ୍ତୁ ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। କଳାବାଘ ସଫାରିକୁ ପୂର୍ବରୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ) ଅନୁମୋଦନ କରିଥିବାବେଳେ ଏହାର ଡିଜାଇନ୍‌କୁ ସେଣ୍ଟ୍ରାଲ ଜୁ’ ଅଥରିଟି ନିକଟରେ ମଞ୍ଜୁରୀ ଦେଇଛନ୍ତି। ବାରିପଦାରୁ ୧୦ କି.ମି. ଦୂର ମଞ୍ଚିଆପଡ଼ାଠାରେ ୧୦୦ ଏକର ଜମିରେ ତିଆରି ହେବାକୁ ଥିବା ଏହି କଳାବାଘ ସଫାରିରେ ନନ୍ଦନକାନନରୁ କଳାବାଘ ଓ କଳା ଜିନ୍‌ ଥିବା ବାଘକୁ ଆଣି ଛଡାଯିବ। ଏଠାରେ ବାଘଙ୍କ ପାଇଁ ସ୍ବତନ୍ତ୍ର ହସ୍ପିଟାଲ ରହିବ। ଚଳିତବର୍ଷ ଡିସେମ୍ବର ସୁଦ୍ଧା ଏହି ସଫାରି ପର୍ଯ୍ୟଟକଙ୍କ ପାଇଁ ଖୋଲା ହେବ। ଫଳରେ ଶିମିଳିପାଳ ବୁଲିବାକୁ ଆସୁଥିବା ପର୍ଯ୍ୟଟକ କଳାବାଘ ଦେଖିବାର ସୁଯୋଗ ପାଇପାରିବେ। ପୂର୍ବରୁ ଗତ ମେ’ରେ ଶିମିଳିପାଳରେ ମହାବଳ ଓ କଳା ବାଘ ସାଙ୍ଗ ହୋଇ ବୁଲୁଥିବା ଦେଖିବାକୁ ମିଳିଥିଲା।

The post ଶିମିଳିପାଳ ଜଙ୍ଗଲରେ ପୁଣି କ୍ୟାମେରାରେ କଏଦ ହେଲା କଳାବାଘ appeared first on Dharitri Odia News.