ଶିମିଳିପାଳକୁ ମହାରାଷ୍ଟ୍ରରୁ ଆସିଲା ବାଘୁଣୀ, କୋର୍ ଅଞ୍ଚଳରେ ରଖାଯିବ
ଭୁବନେଶ୍ବର ୨୭।୧୦: ଶିମିଳିପାଳ ଅଭୟାରଣ୍ୟକୁ ଆସିଲା ବାଘୁଣୀ । ମହାରାଷ୍ଟ୍ରରୁ ଆସିଲା ବାଘୁଣୀ । ଶିମିଳିପାଳ କୋର୍ ଅଞ୍ଚଳରେ ରଖାଯିବ । ରବିବାର ମହାରାଷ୍ଟ୍ର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଆସି ଶିମିଳିପାଳରେ ବାଘୁଣୀ ପହଞ୍ଚିଛି । ବନ ବିଭାଗର ସ୍ୱତନ୍ତ୍ର ଟିମ୍ଙ୍କ ନିରୀକ୍ଷଣରେ ବାଘୁଣୀ ଆସି ପହଞ୍ଚିଥିବା ଜଣାପଡିଛି । ଏହାପରେ ଆଉ ଏକ ବାଘୁଣୀ ମଧ୍ୟ ଅଣାଯିବ । ମହାରାଷ୍ଟ୍ରରୁ ମୋଟ୍ ୨ଟି ବାଘୁଣୀ ଶିମିଳିପାଳକୁ ଆସିବେ ବୋଲି ଜଣାପଡିଛି । ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘ ବଂଶ ବୃଦ୍ଧି ପାଇଁ ରାଜ୍ୟ ସରକାର ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି।ଓଡ଼ିଶାରେ ୩୦ ମହାବଳ ବାଘ ଅଛନ୍ତି। ସେଥିରୁ ୨୭ଟି ମହାବଳ ଶିମିଳିପାଳ ଅଭୟାରଣ୍ୟରେ ରହିଛନ୍ତି। You Can Read:ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ, ତୁରନ୍ତ କ୍ଷୟକ୍ଷତି ଆକଳନ ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ
ଭୁବନେଶ୍ବର ୨୭।୧୦: ଶିମିଳିପାଳ ଅଭୟାରଣ୍ୟକୁ ଆସିଲା ବାଘୁଣୀ । ମହାରାଷ୍ଟ୍ରରୁ ଆସିଲା ବାଘୁଣୀ । ଶିମିଳିପାଳ କୋର୍ ଅଞ୍ଚଳରେ ରଖାଯିବ । ରବିବାର ମହାରାଷ୍ଟ୍ର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଆସି ଶିମିଳିପାଳରେ ବାଘୁଣୀ ପହଞ୍ଚିଛି । ବନ ବିଭାଗର ସ୍ୱତନ୍ତ୍ର ଟିମ୍ଙ୍କ ନିରୀକ୍ଷଣରେ ବାଘୁଣୀ ଆସି ପହଞ୍ଚିଥିବା ଜଣାପଡିଛି ।
ଏହାପରେ ଆଉ ଏକ ବାଘୁଣୀ ମଧ୍ୟ ଅଣାଯିବ । ମହାରାଷ୍ଟ୍ରରୁ ମୋଟ୍ ୨ଟି ବାଘୁଣୀ ଶିମିଳିପାଳକୁ ଆସିବେ ବୋଲି ଜଣାପଡିଛି । ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘ ବଂଶ ବୃଦ୍ଧି ପାଇଁ ରାଜ୍ୟ ସରକାର ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି।
ଓଡ଼ିଶାରେ ୩୦ ମହାବଳ ବାଘ ଅଛନ୍ତି। ସେଥିରୁ ୨୭ଟି ମହାବଳ ଶିମିଳିପାଳ ଅଭୟାରଣ୍ୟରେ ରହିଛନ୍ତି।
You Can Read: