ଶିମିଳିପାଳରୁ ପୁଣି ୧୩ ଶିକାରୀ ଗିରଫ, ଧରିଲା ଏ ଆଇ କ୍ୟାମେରା

ମୟୁରଭଞ୍ଜ : ବନ ବିଭାଗକୁ ବଡ଼ ସଫଳତା । ଶିମିଳିପାଳରୁ ପୁଣି ୧୩ ଶିକାରୀ ଗିରଫ । କେମେରା ଟ୍ରାପ୍ ରେ ଧରାପଡିଲେ ଶିକାରୀ। ଜଙ୍ଗଲ ମଧ୍ୟକୁ ଶିକାର କରିବାକୁ ଯିବ ବେଳେ ଏ ଆଇ କ୍ୟାମେରା ନଜରକୁ ଆସିଥିଲେ ଶିକାରୀମାନେ। କ୍ୟାମେରାରୁ ସିଗ୍ନାଲ ପାଇବା ପରେ ଶିମିଳିପାଳ କର୍ତ୍ତୃପକ୍ଷ ଚଢ଼ାଉ କରି ସମସ୍ତ ୧୩ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି। ସମସ୍ତ ଅଭିଯୁକ୍ତ କରଞ୍ଜିଆ ଥାନା ଅଧୀନର ବୋଲି ଜଣା ପଡିଛି। ଅଭିଯୁକ୍ତ ମାନଙ୍କ […] The post ଶିମିଳିପାଳରୁ ପୁଣି ୧୩ ଶିକାରୀ ଗିରଫ, ଧରିଲା ଏ ଆଇ କ୍ୟାମେରା appeared first on KNews Odisha.

ଶିମିଳିପାଳରୁ ପୁଣି ୧୩ ଶିକାରୀ ଗିରଫ, ଧରିଲା ଏ ଆଇ କ୍ୟାମେରା
poachers

ମୟୁରଭଞ୍ଜ : ବନ ବିଭାଗକୁ ବଡ଼ ସଫଳତା । ଶିମିଳିପାଳରୁ ପୁଣି ୧୩ ଶିକାରୀ ଗିରଫ । କେମେରା ଟ୍ରାପ୍ ରେ ଧରାପଡିଲେ ଶିକାରୀ। ଜଙ୍ଗଲ ମଧ୍ୟକୁ ଶିକାର କରିବାକୁ ଯିବ ବେଳେ ଏ ଆଇ କ୍ୟାମେରା ନଜରକୁ ଆସିଥିଲେ ଶିକାରୀମାନେ। କ୍ୟାମେରାରୁ ସିଗ୍ନାଲ ପାଇବା ପରେ ଶିମିଳିପାଳ କର୍ତ୍ତୃପକ୍ଷ ଚଢ଼ାଉ କରି ସମସ୍ତ ୧୩ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି।

ସମସ୍ତ ଅଭିଯୁକ୍ତ କରଞ୍ଜିଆ ଥାନା ଅଧୀନର ବୋଲି ଜଣା ପଡିଛି। ଅଭିଯୁକ୍ତ ମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ ଓ ୧୩ ଟି ଧନୁ ଏବଂ ୩୩ ଟି ତୀର ଜବତ୍ କରିଛି ବନ ବିଭାଗ। ଶିମିଳିପାଳ କର୍ତ୍ତୃପକ୍ଷ ଏକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଉପ ନିର୍ଦ୍ଦେଶକ ଡ଼ ସମ୍ରାଟ ଗୌଡ଼ା।

The post ଶିମିଳିପାଳରୁ ପୁଣି ୧୩ ଶିକାରୀ ଗିରଫ, ଧରିଲା ଏ ଆଇ କ୍ୟାମେରା appeared first on KNews Odisha.