ଶିମିଳିପାଳରେ ମହାବଳ ବାଘର ମୃତଦେହ ଠାବ
ମୟୁରଭଞ୍ଜ : ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘର ମୃତ୍ୟୁ I ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ନଅଁଣା ସାଉଥ ରେଞ୍ଜ ଧୁଡୁରୁଚମ୍ପା ଅଞ୍ଚଳ ଜଙ୍ଗଲରେ ବାଘର ମୃତଦେହକୁ ବନ କର୍ମଚାରୀମାନେ ଠାବ କରିଛନ୍ତି। ଓଡ଼ିଶାର ଏକମାତ୍ର ମହାବଳ ବାଘ ରହୁଥିବା ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘର ମୃତ୍ୟୁ ହୋଇଛି।ମୃତ ମହାବଳ ବାଘର ବୟସ ସାଢେ ୩ ବର୍ଷ ହେବ I ଗତ ୫ ତାରିଖ ରାତିରେ ଶିମିଳିପାଳ କର୍ତୃପକ୍ଷ ପାଟ୍ରୋଲିଂ କରୁଥିବାବେଳେ ମହାବଳ ବାଘର […]

ମୟୁରଭଞ୍ଜ : ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘର ମୃତ୍ୟୁ I ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ନଅଁଣା ସାଉଥ ରେଞ୍ଜ ଧୁଡୁରୁଚମ୍ପା ଅଞ୍ଚଳ ଜଙ୍ଗଲରେ ବାଘର ମୃତଦେହକୁ ବନ କର୍ମଚାରୀମାନେ ଠାବ କରିଛନ୍ତି। ଓଡ଼ିଶାର ଏକମାତ୍ର ମହାବଳ ବାଘ ରହୁଥିବା ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘର ମୃତ୍ୟୁ ହୋଇଛି।ମୃତ ମହାବଳ ବାଘର ବୟସ ସାଢେ ୩ ବର୍ଷ ହେବ I ଗତ ୫ ତାରିଖ ରାତିରେ ଶିମିଳିପାଳ କର୍ତୃପକ୍ଷ ପାଟ୍ରୋଲିଂ କରୁଥିବାବେଳେ ମହାବଳ ବାଘର ମୃତଦେହ ଦେଖିଥିଲେ I ତେବେ ବାଘଟି ଦେହରେ କୌଣସି କ୍ଷତ ଚିହ୍ନ ନଥିବାବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି I ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ତଥା କ୍ଷେତ୍ର ନିର୍ଦ୍ଦେଶକ ଡା. ପ୍ରକାଶ ଚାନ୍ଦ ଗୋଗିନେନୀ ପ୍ରକାଶ କରିଛନ୍ତି।