ଶିଳାନ୍ୟାସ ନ କରି ବାଟରୁ ଫେରିଗଲେ ବିଧାୟକ

ମଙ୍ଗୁଳି-ଜଗତପୁର,୯ା୧୧(ମାନସ ସାମଲ):କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ ଆଗ୍ରାହାଟ ପଞ୍ଚାୟତ ଅଧୀନ ଯାଜଭୈରବ ନୂଆଗଁାରେ ଯାଜଭୈରବ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଶିଳାନ୍ୟାସ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ହେଲେ ସ୍ଥାନୀୟ ବିଧାୟକ ସୌଭିକ୍‌ ବିଶ୍ୱାଳ ଏହାର ଶିଳାନ୍ୟାସ ନ କରି ବାଟରୁ ଫେରିଯାଇଥିବାବେଳେ ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟ ଶିଳାନ୍ୟାସ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ମନ୍ଦିରର ଶିଳାନ୍ୟାସ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ମୁଖ୍ୟ ଅତିଥି ଭାବେ ବିଧାୟକ ବିଶ୍ୱାଳ ଯୋଗଦେଇ ଶିଳାନ୍ୟାସ କରିଥାନ୍ତେ। ହେଲେ […] The post ଶିଳାନ୍ୟାସ ନ କରି ବାଟରୁ ଫେରିଗଲେ ବିଧାୟକ appeared first on Dharitri Odia News.

ଶିଳାନ୍ୟାସ ନ କରି ବାଟରୁ ଫେରିଗଲେ ବିଧାୟକ

ମଙ୍ଗୁଳି-ଜଗତପୁର,୯ା୧୧(ମାନସ ସାମଲ):କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ ଆଗ୍ରାହାଟ ପଞ୍ଚାୟତ ଅଧୀନ ଯାଜଭୈରବ ନୂଆଗଁାରେ ଯାଜଭୈରବ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଶିଳାନ୍ୟାସ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ହେଲେ ସ୍ଥାନୀୟ ବିଧାୟକ ସୌଭିକ୍‌ ବିଶ୍ୱାଳ ଏହାର ଶିଳାନ୍ୟାସ ନ କରି ବାଟରୁ ଫେରିଯାଇଥିବାବେଳେ ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟ ଶିଳାନ୍ୟାସ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ମନ୍ଦିରର ଶିଳାନ୍ୟାସ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ମୁଖ୍ୟ ଅତିଥି ଭାବେ ବିଧାୟକ ବିଶ୍ୱାଳ ଯୋଗଦେଇ ଶିଳାନ୍ୟାସ କରିଥାନ୍ତେ। ହେଲେ ଏହା ପୂର୍ବରୁ କଟକ ଏମ୍‌ପି ଭର୍ତ୍ତୃହରି ମହତାବଙ୍କ କେତେଜଣ ସମର୍ଥକ ସେଠାରେ ପହଞ୍ଚି ପାଟିତୁଣ୍ଡ କରିଥିଲେ। ଆମ ସରକାର ଚାଲିଛି। କିନ୍ତୁ କାହିଁକି ଏମ୍‌ପିଙ୍କୁ ଡକାଯାଇନି। ବିନା ଏମ୍‌ପିରେ ବିଧାୟକଙ୍କ କାମ କ’ଣ ବୋଲି ନାରାବାଜି ଦେବା ସହ ସେଠାରେ ଉପସ୍ଥିତ ଥିବା ମହିଳାମାନଙ୍କୁ ଯଥାଶୀଘ୍ର ଚାଲିଯିବାକୁ କହିଥିଲେ। ଖବରପାଇ ଚୌଦ୍ୱାର ଥାନା ପକ୍ଷରୁ ଏକ ପ୍ଲାଟୁନ୍‌ ପୋଲିସ ଫୋର୍ସ ସେଠାରେ ପହଞ୍ଚିଥିଲା। କାହିଁକି ପାଟିତୁଣ୍ଡ କରୁଛ ବୋଲି ଏମ୍‌ପିଙ୍କ ସମର୍ଥକଙ୍କୁ ପୋଲିସ ପଚାରିଥିଲା। ବିନା ଏମ୍‌ପିରେ ବିଧାୟକ ଆସିଲେ ତାଙ୍କୁ ବାଡେଇବା ପାଇଁ ଏମ୍‌ପି ଆମକୁ କହିଥିବା ସମର୍ଥକମାନେ ପୋଲିସ ଆଗରେ ପ୍ରକାଶ କରିଥିଲେ। ପୋଲିସ କେବଳ ଦେଖଣାହାରି ସାଜିଥିବାବେଳେ ମହିଳାମାନେ ଅସହାୟ ମନେକରି ସେଠାରୁ ପଳାଇଥିଲେ। ପ୍ରାୟ ୨ ଘଣ୍ଟା ପରେ ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟ ନଡ଼ିଆ ବାଡ଼େଇ ଶିଳାନ୍ୟାସ କରି ଚାଲିଯାଇଥିଲେ। ଏହି କାର୍ଯ୍ୟକ୍ରମରେ ଯୁବ ସଙ୍ଗଠକ ସାରଦା ରଞ୍ଜନ ପରିଜା, ୱାର୍ଡମେମ୍ବର ପ୍ରମୋଦ ସାମଲ, ବିବେକ ସାମଲଙ୍କ ସମେତ ଗ୍ରାମର ଜନସାଧାରଣ ଉପସ୍ଥିତ ଥିଲେ। ଅପରପକ୍ଷରେ ଏହି ପ୍ରକଳ୍ପ ୪ମାସ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଥିବାବେଳେ ୪୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଛି। କିନ୍ତୁ କୌଣସି ସୂଚନାଫଳକ ନ ଲଗାଯାଇ କାହିଁକି ଏତେ ବଡ଼ ପ୍ରକଳ୍ପ କରାଯାଉଛି ବୋଲି ସାଧାରଣ ଚର୍ଚ୍ଚା ହେଉଛି। ଏ ନେଇ ଏମ୍‌ପି ଓ ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

The post ଶିଳାନ୍ୟାସ ନ କରି ବାଟରୁ ଫେରିଗଲେ ବିଧାୟକ appeared first on Dharitri Odia News.