ଶିଳ୍ପନଗରୀରୁ ମାୟାନଗରୀକୁ ଉଡ଼ିଲା ବିମାନ, ପ୍ରଥମ ଦିନରେ ଯାତ୍ରା କଲେ…

ଝାରସୁଗୁଡ଼ା,୧ା୩(ଆଶିଷ ରଞ୍ଜନ ଦାଶ): ଶିଳ୍ପନଗରୀ ଝାରସୁଗୁଡ଼ା ସହ ମାୟାନଗରୀ ମୁମ୍ବାଇକୁ ବିମାନସେବାର ଶୁଭାରମ୍ଭ ହୋଇଛି। ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଏହାର ଉଦ୍‌ଘାଟନ କରିଛନ୍ତି। ଶନିବାର ପୂର୍ବାହ୍ନ ୧୦ଟା ୫୫ରେ ମୁମ୍ବାଇରୁ ଇଣ୍ଡିଗୋ ଏୟାର ବସ୍‌ ବାହାରି ଅପରାହ୍ନ ୧ଟାରେ ଝାରସୁଗୁଡ଼ାରେ ପହଞ୍ଚିଥିଲା। ପୁଣି ଝାରସୁଗୁଡ଼ାରୁ ୨ଟାରେ ବାହାରି ଅପରାହ୍ନ ୪ଟା ୧୫ରେ ଏହି ବିମାନ ମୁମ୍ବାଇରେ ପହଞ୍ଚିଥିଲା। ପ୍ରଥମ ଦିନରେ ୯୦ଜଣ ଯାତ୍ରୀ ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଇଣ୍ଟରନ୍ୟାଶନାଲ ବିମାନ ବନ୍ଦରରୁ ଇଣ୍ଡିଗୋ ଏୟାର […] The post ଶିଳ୍ପନଗରୀରୁ ମାୟାନଗରୀକୁ ଉଡ଼ିଲା ବିମାନ, ପ୍ରଥମ ଦିନରେ ଯାତ୍ରା କଲେ… appeared first on Dharitri Odia News.

ଶିଳ୍ପନଗରୀରୁ ମାୟାନଗରୀକୁ ଉଡ଼ିଲା ବିମାନ, ପ୍ରଥମ ଦିନରେ ଯାତ୍ରା କଲେ…

ଝାରସୁଗୁଡ଼ା,୧ା୩(ଆଶିଷ ରଞ୍ଜନ ଦାଶ): ଶିଳ୍ପନଗରୀ ଝାରସୁଗୁଡ଼ା ସହ ମାୟାନଗରୀ ମୁମ୍ବାଇକୁ ବିମାନସେବାର ଶୁଭାରମ୍ଭ ହୋଇଛି। ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଏହାର ଉଦ୍‌ଘାଟନ କରିଛନ୍ତି। ଶନିବାର ପୂର୍ବାହ୍ନ ୧୦ଟା ୫୫ରେ ମୁମ୍ବାଇରୁ ଇଣ୍ଡିଗୋ ଏୟାର ବସ୍‌ ବାହାରି ଅପରାହ୍ନ ୧ଟାରେ ଝାରସୁଗୁଡ଼ାରେ ପହଞ୍ଚିଥିଲା। ପୁଣି ଝାରସୁଗୁଡ଼ାରୁ ୨ଟାରେ ବାହାରି ଅପରାହ୍ନ ୪ଟା ୧୫ରେ ଏହି ବିମାନ ମୁମ୍ବାଇରେ ପହଞ୍ଚିଥିଲା। ପ୍ରଥମ ଦିନରେ ୯୦ଜଣ ଯାତ୍ରୀ ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଇଣ୍ଟରନ୍ୟାଶନାଲ ବିମାନ ବନ୍ଦରରୁ ଇଣ୍ଡିଗୋ ଏୟାର ବସ୍‌ରେ ଝାରସୁଗୁଡ଼ାକୁ ଯାତ୍ରା କରିଥିଲେ। ଅନୁରୂପ ଭାବେ ୯୦ ଜଣ ଯାତ୍ରୀ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ମୁମ୍ବାଇକୁ ଯାତ୍ରା କରିଛନ୍ତି।
ସୂଚନାଯୋଗ୍ୟ, ସପ୍ତାହକୁ ୩ ଦିନ ସୋମବାର, ବୁଧବାର, ଶୁକ୍ରବାର ଏହି ବିମାନ ଚଳାଚଳ କରିବ ବୋଲି ଜଣାପଡ଼ିଛି। ଇଣ୍ଡିଗୋର ଏୟାର ବସ୍‌-୩୨୦ ବିମାନ ଏହି ରୁଟ୍‌ରେ ଚଳାଚଳ କରିବ। ୨୩୨ଜଣ ଯାତ୍ରୀ ଏଥିରେ ସୁବିଧାରେ ଯାତ୍ରା କରିପାରିବେ। ରାଜଧାନୀ ଦିଲ୍ଲୀ, କୋଲକାତା, ବେଙ୍ଗାଲୁରୁକୁ ଇଣ୍ଡିଗୋର ବିମାନସେବା ଜାରି ରହିଛି। ସେହିପରି ଷ୍ଟାର ଏୟାର ପକ୍ଷରୁ ହାଇଦ୍ରାବାଦ, ରାୟପୁର ଏବଂ ଲକ୍ଷ୍ନୌକୁ ବିମାନସେବା ଆରମ୍ଭ ହୋଇଛି। ଏଲାୟନ୍ସ ଏୟାର ପକ୍ଷରୁ ଭୁବନେଶ୍ୱର- ଝାରସୁଗୁଡ଼ା ମଧ୍ୟରେ ବିମାନସେବା ସପ୍ତାହକୁ ତିନି ଦିନ ଜାରି ରହିଛି। ଝାରସୁଗୁଡ଼ାରୁ ମୁମ୍ବାଇ ସେକ୍ଟରରେ ବିମାନ ଚଳାଚଳକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଉତ୍ସୁକତା ବୃଦ୍ଧି ପାଇଛି।

The post ଶିଳ୍ପନଗରୀରୁ ମାୟାନଗରୀକୁ ଉଡ଼ିଲା ବିମାନ, ପ୍ରଥମ ଦିନରେ ଯାତ୍ରା କଲେ… appeared first on Dharitri Odia News.