ଶିଶୁ, ପ୍ରସୂତି, ଗର୍ଭବତୀ ମା’ମାନଙ୍କ ଜୀବନ ସହ ଖେଳ, ଛତୁଆରେ ମିଶାଯାଉଛି…
ରାଜନଗର, ୨୪ା୯(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅଞ୍ଚଳରେ କୋମଳମତି ଶିଶୁ, ପ୍ରସୂତି ଏବଂ ଗର୍ଭବତୀ ମା’ମାନଙ୍କ ଜୀବନ ସହ ଖେଳାଯାଉଛି। ପୁଷ୍ଟିକର ଛତୁଆ ବଦଳରେ ନିମ୍ନମାନର ଗୋରୁକୁଣ୍ଡକୁ ଯିବାଭଳି ଖାଦ୍ୟ ପ୍ରଦାନ କରାଯାଉଛି। ପୂର୍ବରୁ ଏ ନେଇ ଅଭିଯୋଗ ହୋଇ ଆସୁଥିବା ବେଳେ ସୋମବାର ତାର ପ୍ରମାଣ ମିଳିଛି। କେବଳ ଗହମକୁ ପେସି ଛତୁଆ ପ୍ରସ୍ତୁତ କରି ଦେବାକୁ ହୋଇଥିବା ଯୋଜନା ପଣ୍ଡ ହୋଇଛି। ଠିକ୍ ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ଛତୁଆ ସେଣ୍ଟରରେ ପହଞ୍ଚତ୍ […] The post ଶିଶୁ, ପ୍ରସୂତି, ଗର୍ଭବତୀ ମା’ମାନଙ୍କ ଜୀବନ ସହ ଖେଳ, ଛତୁଆରେ ମିଶାଯାଉଛି… appeared first on Dharitri Odia News.
ରାଜନଗର, ୨୪ା୯(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅଞ୍ଚଳରେ କୋମଳମତି ଶିଶୁ, ପ୍ରସୂତି ଏବଂ ଗର୍ଭବତୀ ମା’ମାନଙ୍କ ଜୀବନ ସହ ଖେଳାଯାଉଛି। ପୁଷ୍ଟିକର ଛତୁଆ ବଦଳରେ ନିମ୍ନମାନର ଗୋରୁକୁଣ୍ଡକୁ ଯିବାଭଳି ଖାଦ୍ୟ ପ୍ରଦାନ କରାଯାଉଛି। ପୂର୍ବରୁ ଏ ନେଇ ଅଭିଯୋଗ ହୋଇ ଆସୁଥିବା ବେଳେ ସୋମବାର ତାର ପ୍ରମାଣ ମିଳିଛି। କେବଳ ଗହମକୁ ପେସି ଛତୁଆ ପ୍ରସ୍ତୁତ କରି ଦେବାକୁ ହୋଇଥିବା ଯୋଜନା ପଣ୍ଡ ହୋଇଛି। ଠିକ୍ ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ଛତୁଆ ସେଣ୍ଟରରେ ପହଞ୍ଚତ୍ ଯିବାରୁ ସୁପରଭାଇଜର ସଫେଇ ଦେବା ସହ ବୁଟ ଓ ବାଦମ ନ ଥିବାରୁ ସୋମବାର ମିଶ୍ରଣ ହେଉନାହିଁ ବୋଲି ସେ କହିଛନ୍ତି।
ସରକାର ପୁଷ୍ଟିହୀନତା ଦୂର କରିବାକୁ ୬ ମାସରୁ ୩ ବର୍ଷର ଶିଶୁଙ୍କୁ ସରକାର ଛତୁଆ ଓ ସୁଜି ପ୍ରତି ମାସରେ ଯୋଗାଇ ଦେଉଥିବା ବେଳେ ଗର୍ଭବତୀ ଓ ପ୍ରସୂତିମାନଙ୍କୁ ଛତୁଆ, ଖସାଲଡୁ, ବାଦାମଲଡୁ, ମୁଢ଼ି, ସୋଲା, ଖଜୁରୀକୋଳି ଯୋଗାଇ ଦେଉଛନ୍ତି। ଶିଶୁମାନଙ୍କୁ ଅପପୁଷ୍ଟିରୁ ରୋକିବାକୁ ସରକାର ସୁଷମ ଓ ଉତ୍ତମ ଖାଦ୍ୟ ଯୋଗାଇ ଦେଉଥିବାବେଳେ ଅତି ନିମ୍ନମାନର ଛତୁଆ ଯୋଗ ଯାଉଛି। ଯାହାକି ଶିଶୁଙ୍କ ପେଟକୁ ଯିବା ପରିବର୍ତ୍ତେ ଏହି ଛତୁଆ ଗୋରୁକୁଣ୍ଡକୁ ଯାଉଛି। ସରକାରଙ୍କ ନିୟମ ମୁତାବକ, ପ୍ରତି ମାସର ୨୩ ତାରିଖରେ ଛତୁଆ ପ୍ରସ୍ତୁତ ପାଇଁ ପୂର୍ବରୁ ଭଜା ହୋଇଥିବା ଗହମ, ବୁଟ, ଚିନାବାଦାମ ସହିତ ଚିନି ମିଶ୍ରଣ କରାଯିବ। ମହିଳା ଓ ଶିଶୁ ବିକାଶ ବିଭାଗର ସୁପରଭାଇଜରଙ୍କ ଉପସ୍ଥିତିରେ ସରକାରଙ୍କ ସାମଗ୍ରୀର ଅନୁପାତ ଅନୁଯାୟୀ ଓଜନ କରାଯାଇ ମିଶ୍ରଣ ହେବ। ଏହି ମିଶ୍ରଣ ପ୍ରକ୍ରିୟା ପରେ ଛତୁଆ ପ୍ରସ୍ତୁତ ହେବ। ଏହାପରେ ଛତୁଆ ପ୍ୟାକେଟ କରାଯାଇ ବ୍ୟାଚ୍ ନମ୍ବର ଓ ପ୍ରସ୍ତୁତି ତାରିଖ ଲେଖାଯାଇ ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ରରେ ଠିକାଦାର ପହଞ୍ଚାଇବେ। ରାଜନଗର ବ୍ଲକ ମଲିଆବୁଦାଠାରେ ଥିବା ଏକ ସ୍ବୟଂ ସହାୟକ ଗୋଷ୍ଠୀର ଛତୁଆ ପ୍ରସ୍ତୁତ କେନ୍ଦ୍ରରେ ସୋମବାର କେବଳ ଗହମରେ ଛତୁଆ ପ୍ରସ୍ତୁତ କରାଯିବା ପାଇଁ ସ୍ଥିର ହୋଇଥିଲା। ଗଣମାଧ୍ୟମ ପ୍ରତିନିଧି ପହଞ୍ଚତ୍ବା ପରେ ଏହି ମସୁଧା ପଣ୍ଡ ହୋଇଛି। ଏହି ଛତୁଆ ପ୍ରସ୍ତୁତ କେନ୍ଦ୍ରରେ ୨୩ କୁଇଣ୍ଟାଲ ଗହମ ଭଜା ହୋଇ ରହିଥିବା ଦେଖାଇ ଥିଲେ। ଗହମ କୁଇଣ୍ଟାଲ ପିଛା ୨୦ କେଜି ବୁଟ ଓ ୧୫ କେଜି ବାଦାମ ମିଶ୍ରଣ କରାଯିବାର ସରକାରଙ୍କ ନିୟମ ରହିଛି ବୋଲି ସୁପରଭାଇଜର ବିଜୟାଲକ୍ଷ୍ମୀ ସ୍ବାଇଁ କହିଥିଲେ। ମାତ୍ର ଆବଶ୍ୟକ ମୁତାବକ ବାଦାମ ଓ ବୁଟ ନ ଥିଲା। ୨୩ କୁଇଣ୍ଟାଲ ଗହମ ପାଇଁ ୪ କୁଇଣ୍ଟାଲ ୬୦ କେଜି ବୁଟ ଓ ୩ କୁଇଣ୍ଟାଲ ୪୫ କେଜି ବାଦାମ ପରିବର୍ତ୍ତେ ମାତ୍ର ୫୦ କେଜି ବୁଟ ଓ ୫୦ କେଜି ବାଦାମ ଛତୁଆ ପ୍ରସ୍ତୁତ କେନ୍ଦ୍ରରେ କେବଳ ଶୋ ପାଇଁ ରଖାଯାଇଥିଲା। ୨୩ କୁଇଣ୍ଟାଲ ଗହମ ପାଇଁ ଆବଶ୍ୟକ ବୁଟ ଓ ବାଦାମ ଗୋଟିଏ ଜାଗାରେ ରଖିବାକୁ କହିବା ପରେ ସୁପରଭାଇଜର କଥା ଗୋଳାଇ ଆବଶ୍ୟକ ବୁଟ ଓ ବାଦାମ ନାହିଁ। ସେଥିପାଇଁ ଆଜି ମିଶ୍ରଣ ହେବ ନାହିଁ ବୋଲି କହିଥିଲେ। ଯଦି ଆଜି ମିଶ୍ରଣ ହେବାର ନ ଥିଲା, ତେବେ ସୁପରଭାଇଜର ସେଠାକୁ ଯାଇଁ ଦୀର୍ଘ ସମୟ ଧରି ବସି ରହିଥିଲେ କାହିଁକି। ସବୁଠୁ ବଡ଼କଥା ହେଲା ସାରା ଓଡ଼ିଶାରେ ପ୍ରତି ମାସ ୨୩ ତାରିଖରେ ଛତୁଆ ପ୍ରସ୍ତୁତ ପୂର୍ବରୁ ଗହମ, ବୁଟ, ବାଦାମ ଓ ଚିନି ତାର ପରିମାଣ ଅନୁଯାୟୀ ସୁପରଭାଇଜରଙ୍କ ଉପସ୍ଥିତିରେ ମିଶ୍ରଣ କରାଯାଇଥାଏ। ସରକାର ଏହାର ବିଧିବଦ୍ଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ମତ ପ୍ରକାଶ ପାଇଛି।
The post ଶିଶୁ, ପ୍ରସୂତି, ଗର୍ଭବତୀ ମା’ମାନଙ୍କ ଜୀବନ ସହ ଖେଳ, ଛତୁଆରେ ମିଶାଯାଉଛି… appeared first on Dharitri Odia News.