ଶିଶୁଙ୍କ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ
ସମ୍ବଲପୁର:ସ୍ବେଚ୍ଛାସେବୀ ଅନୁଷ୍ଠାନ ସିଡି ଓ କେଏନଏଚ ସହଯୋଗରେ ଢୋଲପଡ଼ା ଗ୍ରାମରେ ଶିଶୁମାନଙ୍କ ଦକ୍ଷତା ବୃଦ୍ଧିକୁ ନେଇ ଦୁଇଦିନିଆ ତାଲିମ କାର୍ଯ୍ୟକ୍ରମ ସ୍ନେହ ପ୍ରକଳ୍ପ ତରଫରୁ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ଦେବଗଡ ଜିଲ୍ଲାର ତିଳେଇବଣୀ ବ୍ଲକ ଅନ୍ତର୍ଗତ ଦୁଧିଆନାଳୀ, ଢୋଳାପଡ଼ା ଓ କଂସର ଗ୍ରାମ ପଞ୍ଚାୟତର ୪୦ ଜଣ ଶିଶୁ ଅଂଶଗ୍ରହଣ କରିଥିଲେ । ଏହାକୁ ସ୍ନେହ ପ୍ରକଳ୍ପର ପ୍ରୋଗ୍ରାମ ଅଫିସର ସଂସାର ବାଗ ପରିଚାଳନା କରିଥିବା ବେଳେ ବିଶିଷ୍ଟ ପ୍ରଶିକ୍ଷକ ଡ଼ା.ରାଜାରାମ […] The post ଶିଶୁଙ୍କ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ appeared first on Odisha.News.

ସମ୍ବଲପୁର:ସ୍ବେଚ୍ଛାସେବୀ ଅନୁଷ୍ଠାନ ସିଡି ଓ କେଏନଏଚ ସହଯୋଗରେ ଢୋଲପଡ଼ା ଗ୍ରାମରେ ଶିଶୁମାନଙ୍କ ଦକ୍ଷତା ବୃଦ୍ଧିକୁ ନେଇ ଦୁଇଦିନିଆ ତାଲିମ କାର୍ଯ୍ୟକ୍ରମ ସ୍ନେହ ପ୍ରକଳ୍ପ ତରଫରୁ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ଦେବଗଡ ଜିଲ୍ଲାର ତିଳେଇବଣୀ ବ୍ଲକ ଅନ୍ତର୍ଗତ ଦୁଧିଆନାଳୀ, ଢୋଳାପଡ଼ା ଓ କଂସର ଗ୍ରାମ ପଞ୍ଚାୟତର ୪୦ ଜଣ ଶିଶୁ ଅଂଶଗ୍ରହଣ କରିଥିଲେ । ଏହାକୁ ସ୍ନେହ ପ୍ରକଳ୍ପର ପ୍ରୋଗ୍ରାମ ଅଫିସର ସଂସାର ବାଗ ପରିଚାଳନା କରିଥିବା ବେଳେ ବିଶିଷ୍ଟ ପ୍ରଶିକ୍ଷକ ଡ଼ା.ରାଜାରାମ ଷଡଙ୍ଗୀ ଶିଶୁମାନଙ୍କ ଉପରେ ଦୈନଦିନ ବଢୁଥିବା ଚାପ, କଷ୍ଟ, ବାଧା ତଥା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହାକୁ ବୁଝିପାରି କିପରି ତାହାର ସରଳ ସମାଧାନ କରି ପାରିବେ ସେ ଉପରେ ଶିଶୁମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି ତାଲିମ କାର୍ଯକ୍ରମକୁ ପ୍ରିୟଙ୍କା ବାରିକ ଭାଗ୍ୟଧର ମନହୀରା, ବରୁଣ କୁଅଁର, ଯୋଗେଶ୍ଵରୀ ପାତ୍ର, ମୋନାଲିଶା ସାହୁ, ଇନ୍ଦିରା ନାୟକ, ସାରିତା କୁଅଁର ପ୍ରମୁଖ ଏଥିରେ ସହଯୋଗ କରିଥିଲେ । ଶେଷରେ ସ୍ନେହ ପ୍ରକଳ୍ପର ସଂଯୋଜକ ତପନ କୁମାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇ ତାଲିମ କାର୍ଯ୍ୟକ୍ରମକୁ ସାଙ୍ଗ କରିଥିଲେ ।
The post ଶିଶୁଙ୍କ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ appeared first on Odisha.News.