ଶିଶୁପୁତ୍ର ଜନ୍ମ ଦେଲେ ଆଦିବାସୀ ନାବାଳିକା: ଅଚିନ୍ତାରେ ବୁଲୁଛନ୍ତି ଅଭିଯୁକ୍ତ
ଅମରପାଲି,୩୦/୬(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଠେଙ୍ଗୋ ଡ୍ୟାମ ଫାଣ୍ଡି ଅଞ୍ଚଳରେ ଜଣେ ଆଦିବାସୀ ମା’-ବାପା ଛେଉଣ୍ଡ ନାବାଳିକା ଏକ ଶିଶୁ ପୁତ୍ର ଜନ୍ମ କରିଛନ୍ତି। ଅପରପକ୍ଷରେ ଅଭିଯୁକ୍ତ ଯୁବକ ଜଣକ ବେଫିକର ବୁଲୁଥିବା ଦେଖିବାକୁ ମିଳିଛି। ଅଭିଯୋଗ ଅନୁସାରେ, ବିନିକା ଥାନା ଅନ୍ତର୍ଗତ ବିନିକା କଲେଜ ପଡାର ସୁନୀଲ ଷାଣ୍ଢ ନାମକ ଜଣେ ଯୁବକ ଦୀର୍ଘ ଦିନ ହେଲା ଉକ୍ତ ୧୭ ବର୍ଷିଆ ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ। ନାବାଳିକା […] The post ଶିଶୁପୁତ୍ର ଜନ୍ମ ଦେଲେ ଆଦିବାସୀ ନାବାଳିକା: ଅଚିନ୍ତାରେ ବୁଲୁଛନ୍ତି ଅଭିଯୁକ୍ତ appeared first on Dharitri Odia News.
ଅମରପାଲି,୩୦/୬(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଠେଙ୍ଗୋ ଡ୍ୟାମ ଫାଣ୍ଡି ଅଞ୍ଚଳରେ ଜଣେ ଆଦିବାସୀ ମା’-ବାପା ଛେଉଣ୍ଡ ନାବାଳିକା ଏକ ଶିଶୁ ପୁତ୍ର ଜନ୍ମ କରିଛନ୍ତି। ଅପରପକ୍ଷରେ ଅଭିଯୁକ୍ତ ଯୁବକ ଜଣକ ବେଫିକର ବୁଲୁଥିବା ଦେଖିବାକୁ ମିଳିଛି। ଅଭିଯୋଗ ଅନୁସାରେ, ବିନିକା ଥାନା ଅନ୍ତର୍ଗତ ବିନିକା କଲେଜ ପଡାର ସୁନୀଲ ଷାଣ୍ଢ ନାମକ ଜଣେ ଯୁବକ ଦୀର୍ଘ ଦିନ ହେଲା ଉକ୍ତ ୧୭ ବର୍ଷିଆ ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ। ନାବାଳିକା ଜଣକ ତାଙ୍କୁ ବାହା ହେବାକୁ କହିଲେ ମଧ୍ୟ ସେ ବିଭିନ୍ନ ବାହାନା ଦେଖାଇ ପ୍ରଲୋଭିତ କରୁଥିଲେ। ଗତ ୧୭ ତାରିଖରେ ନାବାଳିକା ଜଣକ ନିଜ ଘରେ ଏକ ପୁତ୍ର ସନ୍ତାନ ଜନ୍ମ କରିଛନ୍ତି। ଶିଶୁ ପୁତ୍ର ଜନ୍ମ ହେବାପରେ ନାବାଳିକା ନିଜ ଜାତି ସମାଜର କିଛି କର୍ମକର୍ତ୍ତା ଓ ସମ୍ପର୍କୀୟଙ୍କ ସହିତ ଯୁବକଙ୍କ ଘରକୁ ଯାଇଥିଲେ ମଧ୍ୟ ଅଭିଯୁକ୍ତ ଯୁବକ ଓ ତାଙ୍କ ପରିବାର ଲୋକେ ତାଙ୍କୁ ଗ୍ରହଣ କରି ନ ଥିଲେ। ତାଙ୍କୁ ଓଲଟା ଘରୁ ବାହାର କରିଦେଇଥିଲେ।
ଏନେଇ ନାବାଳିକା ଜଣକ ବିନିକା ପୋଲିସର ସହଯୋଗ ନେଇଥିଲେ ମଧ୍ୟ ବିନିକା ପୋଲିସ ତାଙ୍କୁ ସାହାଯ୍ୟ କରି ନ ଥିଲା। ନାବାଳିକାଙ୍କୁ ବୀରମହାରାଜପୁର ଥାନାକୁ ଯିବାପାଇଁ କହିଥିଲା। ଫଳରେ ନାବାଳିକା ଜଣକ ଘରକୁ ଆସି ବୀରମହାରାଜପୁର ଥାନାରେ ଅଭିଯୋଗ କରିଛନ୍ତି। ଅପର ପକ୍ଷରେ ନବଜନ୍ମିତ ଶିଶୁ ପୁତ୍ରର ସ୍ବାସ୍ଥ୍ୟାବସ୍ଥା ଏବେ ଗୁରୁତର ରହିଛି। ଶିଶୁ ପୁତ୍ରକୁ ଏଯାଏ ଡାକ୍ତରଖାନାକୁ ମଧ୍ୟ ନିଆଯାଇ ନାହିଁ। ସ୍ଥାନୀୟ ଆଶା ଓ ଅଙ୍ଗନୱାଡ଼ି କର୍ମୀ ଘଟଣା ବିଷୟରେ ଜାଣିଥିଲେ ମଧ୍ୟ ଶିଶୁ ପୁତ୍ରକୁ କାହିଁକି ଡାକ୍ତରଖାନାକୁ ନେଇ ଚିକିତ୍ସା କରାଯାଉ ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ନାବାଳିକା ଜଣକ ଏକ ଗରିବ ପରିବାର ଅଟନ୍ତି। ପ୍ରାୟ ୬ ବର୍ଷ ପୂର୍ବରୁ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଥିବାବେଳେ ତିନି ବର୍ଷ ହେବା ତାଙ୍କର ବାପାଙ୍କ ମୃତ୍ୟୁ ହୋଇଛି। ପରିବାରରେ ପାଞ୍ଚ ଭଉଣୀ ମଧ୍ୟରୁ ନାବାଳିକା ଜଣକ ତୃତୀୟ କନ୍ୟା ଅଟନ୍ତି। ଘରେ ତାଙ୍କ ୮୦ ବର୍ଷୀୟ ଅଜାଙ୍କ ସହିତ ରହୁଥିଲେ। ନାବାଳିକାଙ୍କ ଜଣେ ମାତ୍ର ଭଉଣୀ ବିବାହ କରିଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଥିଲେ ମଧ୍ୟ ଅଭିଯୁକ୍ତ ବେଫିକର ବୁଲୁଥିବା ଓ ନାବାଳିକା ଜଣକ ନିଜ ଜନ୍ମିତ ଶିଶୁ ପୁତ୍ରକୁ ଧରି ବାରଦୁଆର ହେଉଥିବା ଘଟଣା ଏବେ ପ୍ରଶାସନର କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏନେଇ ବୀରମହାରାଜପୁର ଥାନା ଅଧିକାରୀ ଅଞ୍ଜୁ ଓରାମଙ୍କୁ ପଚାରିବାରୁ ଆମେ ଅଭିଯୋଗ ପାଇଛୁ। ଅଭିଯୁକ୍ତଙ୍କୁ ଧରିବା ପାଇଁ ଲୋକେସନ ଟ୍ରାକ କରାଯାଉଛି ବୋଲି ପ୍ରକାଶ କରିଛନ୍ତି। ତେବେ ଏଭଳି ଏକ ସମ୍ବେଦନଶିଳ ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
The post ଶିଶୁପୁତ୍ର ଜନ୍ମ ଦେଲେ ଆଦିବାସୀ ନାବାଳିକା: ଅଚିନ୍ତାରେ ବୁଲୁଛନ୍ତି ଅଭିଯୁକ୍ତ appeared first on Dharitri Odia News.