ଶୀଘ୍ର ଫେରାଇ ଆଣିବା ପାଇଁ ଯୋଜନା ନାହିଁ...ମହାକାଶରେ ଫସିଥିବା ସୁନୀତା ୱିଲିୟମ୍ସଙ୍କୁ ନେଇ NASAର ବୟାନ

ନୂଆଦିଲ୍ଲୀ: ନାସାର କମର୍ସିଆଲ୍ କ୍ରିୟୁ ପ୍ରୋଗାମର ମ୍ୟାନେଜର ଷ୍ଟିଭ ଷ୍ଟିଚ୍ କହିଛନ୍ତି ଯେ ଏଜେନ୍ସି ଷ୍ଟାଟଲାଇନର ମିଶନକୁ ୪୫ ଦିନରୁ ବଢାଇ ୯୦ ଦିନ କରିବା ପାଇଁ ବିଚାର କରୁଛି । ଏବେ ନାସାର ମହାକାଶ ଯାତ୍ରୀ ସୁନୀତା ୱିଲିୟମ୍ସ ଏବଂ ବୁଚ୍ ବିଲମୋରଙ୍କୁ ଅଧିକ ଦିନ ଯାଏ ଅନ୍ତରାଷ୍ଟ୍ରୀୟ ମହାକାଶ ଷ୍ଟେସନ (ଆଇଏସଏସ)ରେ ରହିବାକୁ ପଡ଼ିବ । କାରଣ ବୋଇଙ୍ଗରେ ଥିବା ସମସ୍ୟାକୁ ଏବେ ସୁଦ୍ଧା ଠିକ୍ କରାଯାଇ ପାରି ନାହିଁ । ନାସା ଶୁକ୍ରବାର ମହାକାଶ ଯାତ୍ରୀଙ୍କୁ ଫେରାଇ ଆଣିବା ଉପରେ କୌଣସି ସୂଚନା ଦେଇ ନାହିଁ ।ଷ୍ଟିଭ୍ ଷ୍ଟିଚ୍ କହିଛନ୍ତି ଯେ ଆମେ ଯାତ୍ରୀଙ୍କୁ ଶୀଘ୍ର ଫେରାଇ ଆଣିବାର କୌଣସି ଯୋଜନା ନାହିଁ । ନାସାର ପାଇଲଟ୍ ସୁନୀତା ୱିଲିୟମ୍ସ ଏବଂ ବୁଚ୍ ବିଲମୋର ସ୍ପେସରେ ରୋଟେଶନାଲ ଲ୍ୟାବରେ ଆସିଥିବା ସମସ୍ୟାକୁ ଠିକ୍ କରିବା ପାଇଁ ଜୁନ୍ ୫ରେ ବୋଇଙ୍ଗର ଷ୍ଟାରଲାଇନରେ ଯାତ୍ରା କରିଥିଲେ । ବୋଇଙ୍ଗର ଏହି କ୍ରିୟୁ ଫ୍ଲାଇଟ୍ ଟେଷ୍ଟ ମିଶନ ଅନେକ ବର୍ଷ ପରେ ଫ୍ଲୋରିଡାର କ୍ୟାପ୍ କେନବେରଲ ସ୍ପେସ୍ ଫୋର୍ସ ଷ୍ଟେସନରୁ ଉଡାଣ ଭରିଥିଲା ।ସୁନୀତା ୱିଲିୟମ୍ସ ଏବଂ ବୁଚ୍ ପ୍ରାୟ ଏକ ସପ୍ତାହ ଯାଏ ସ୍ପେସ ଷ୍ଟେସନରେ ରହିବାର ଅନୁମାନ ଥିଲା । ଏହି ଅବଧିରେ କ୍ୟାପସୁଲ ଯାଞ୍ଚ କରିବା ଏବଂ ତାହାକୁ ଠିକ୍ କରିବା ପାଇଁ ପର୍ଯ୍ୟାପ୍ତ ଅଟେ, କିନ୍ତୁ ସ୍ପେସ୍ ଶିପକୁ ଚଲାଇବା ପାଇଁ ବ୍ୟବହୃତ କ୍ୟାପସୁଲର ପ୍ରୋପସ୍ଲନ ସିଷ୍ଟମରେ ସମସ୍ୟା କାରଣରୁ ବୋଇଙ୍ଗ

ଶୀଘ୍ର ଫେରାଇ ଆଣିବା ପାଇଁ ଯୋଜନା ନାହିଁ...ମହାକାଶରେ ଫସିଥିବା ସୁନୀତା ୱିଲିୟମ୍ସଙ୍କୁ ନେଇ NASAର ବୟାନ

ନୂଆଦିଲ୍ଲୀ: ନାସାର କମର୍ସିଆଲ୍ କ୍ରିୟୁ ପ୍ରୋଗାମର ମ୍ୟାନେଜର ଷ୍ଟିଭ ଷ୍ଟିଚ୍ କହିଛନ୍ତି ଯେ ଏଜେନ୍ସି ଷ୍ଟାଟଲାଇନର ମିଶନକୁ ୪୫ ଦିନରୁ ବଢାଇ ୯୦ ଦିନ କରିବା ପାଇଁ ବିଚାର କରୁଛି । ଏବେ ନାସାର ମହାକାଶ ଯାତ୍ରୀ ସୁନୀତା ୱିଲିୟମ୍ସ ଏବଂ ବୁଚ୍ ବିଲମୋରଙ୍କୁ ଅଧିକ ଦିନ ଯାଏ ଅନ୍ତରାଷ୍ଟ୍ରୀୟ ମହାକାଶ ଷ୍ଟେସନ (ଆଇଏସଏସ)ରେ ରହିବାକୁ ପଡ଼ିବ । କାରଣ ବୋଇଙ୍ଗରେ ଥିବା ସମସ୍ୟାକୁ ଏବେ ସୁଦ୍ଧା ଠିକ୍ କରାଯାଇ ପାରି ନାହିଁ । ନାସା ଶୁକ୍ରବାର ମହାକାଶ ଯାତ୍ରୀଙ୍କୁ ଫେରାଇ ଆଣିବା ଉପରେ କୌଣସି ସୂଚନା ଦେଇ ନାହିଁ ।

ଷ୍ଟିଭ୍ ଷ୍ଟିଚ୍ କହିଛନ୍ତି ଯେ ଆମେ ଯାତ୍ରୀଙ୍କୁ ଶୀଘ୍ର ଫେରାଇ ଆଣିବାର କୌଣସି ଯୋଜନା ନାହିଁ । ନାସାର ପାଇଲଟ୍ ସୁନୀତା ୱିଲିୟମ୍ସ ଏବଂ ବୁଚ୍ ବିଲମୋର ସ୍ପେସରେ ରୋଟେଶନାଲ ଲ୍ୟାବରେ ଆସିଥିବା ସମସ୍ୟାକୁ ଠିକ୍ କରିବା ପାଇଁ ଜୁନ୍ ୫ରେ ବୋଇଙ୍ଗର ଷ୍ଟାରଲାଇନରେ ଯାତ୍ରା କରିଥିଲେ । ବୋଇଙ୍ଗର ଏହି କ୍ରିୟୁ ଫ୍ଲାଇଟ୍ ଟେଷ୍ଟ ମିଶନ ଅନେକ ବର୍ଷ ପରେ ଫ୍ଲୋରିଡାର କ୍ୟାପ୍ କେନବେରଲ ସ୍ପେସ୍ ଫୋର୍ସ ଷ୍ଟେସନରୁ ଉଡାଣ ଭରିଥିଲା ।

ସୁନୀତା ୱିଲିୟମ୍ସ ଏବଂ ବୁଚ୍ ପ୍ରାୟ ଏକ ସପ୍ତାହ ଯାଏ ସ୍ପେସ ଷ୍ଟେସନରେ ରହିବାର ଅନୁମାନ ଥିଲା । ଏହି ଅବଧିରେ କ୍ୟାପସୁଲ ଯାଞ୍ଚ କରିବା ଏବଂ ତାହାକୁ ଠିକ୍ କରିବା ପାଇଁ ପର୍ଯ୍ୟାପ୍ତ ଅଟେ, କିନ୍ତୁ ସ୍ପେସ୍ ଶିପକୁ ଚଲାଇବା ପାଇଁ ବ୍ୟବହୃତ କ୍ୟାପସୁଲର ପ୍ରୋପସ୍ଲନ ସିଷ୍ଟମରେ ସମସ୍ୟା କାରଣରୁ ବୋଇଙ୍ଗୁକୁ ପୃଥିବୀକୁ ଫେରିବା ଆଣିବା ଯୋଜନାକୁ ଅନେକ ଥର ସ୍ଥଗିତ କରିବାକୁ ପଡ଼ିଛି । 

CNNର ରିପୋର୍ଟ ଅନୁସାରେ, ସ୍ପେସ୍ ଫ୍ଲାଇଟ୍ ଇଣ୍ଡଷ୍ଟ୍ରିରେ ଅଧିକାଂଶ ସମୟରେ ଭଡ଼ା ବୃଦ୍ଧି, ବିଳମ୍ୱ ଏବଂ ସମୟ ସୀମା ପୂରା ନହେବାର ସାମନା କରିବାକୁ ପଡୁଛି । ବୋଇଙ୍ଗ ମଧ୍ୟ ଏହିପରି ଅସୁବିଧାର ସାମନା କରୁଛି । ସେପଟେ ଏବେ ଏହା ସ୍ପଷ୍ଟ ହୋଇନାହିଁ ଯେ ଏହି ମିଶନକୁ ୯୦ ଦିନର ସର୍ବାଧିକ ଅବଧି ଯାଏ ବଢାଯିବ ନା ନାହିଁ । ଷ୍ଟିଚ୍ କହିଛନ୍ତି ଯେ ଏହା ଷ୍ଟାରଲାଇନର ବ୍ୟାଟେରୀ ଲାଇଫ୍ ଉପରେ ନିର୍ଭର କରିବ । ସେ ଏହା ମଧ୍ୟ କହିଛନ୍ତି ଯେ ISSରେ ବ୍ୟାଟେରୀ ରିଚାର୍ଜ ହୋଇପାରିବ ।