ଶୀତ ଅଧିବେଶନ ପୂର୍ବରୁ ବିପକ୍ଷଙ୍କୁ ଟାର୍ଗେଟ୍‌ କଲେ ମୋଦି

ନୂଆଦିଲ୍ଲୀ,୨୫।୧୧: ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଶୀତ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି ଏବଂ ପରିବେଶ ମଧ୍ୟ ଥଣ୍ଡା ରହିବ ବୋଲି ଆଶା କରାଯାଉଛି। ସଂସଦର ଏହି ଅଧିବେଶନ ଅନେକ କ୍ଷେତ୍ରରେ ସ୍ବତନ୍ତ୍ର। ସବୁଠୁ ବଡ କଥା ହେଉଛି ଏହାର ୭୫ ତମ ବର୍ଷରେ ଆମର ସମ୍ବିଧାନର ପ୍ରବେଶ ଗଣତନ୍ତ୍ର ପାଇଁ ଏକ ଉଜ୍ଜ୍ୱଳ ସୁଯୋଗ ଅଟେ। ଆମେ ଚାହୁଁ ଯେ ସଂସଦରେ ଏକ ସୁସ୍ଥ ଆଲୋଚନା […] The post ଶୀତ ଅଧିବେଶନ ପୂର୍ବରୁ ବିପକ୍ଷଙ୍କୁ ଟାର୍ଗେଟ୍‌ କଲେ ମୋଦି appeared first on Dharitri Odia News.

ଶୀତ ଅଧିବେଶନ ପୂର୍ବରୁ ବିପକ୍ଷଙ୍କୁ ଟାର୍ଗେଟ୍‌ କଲେ ମୋଦି

ନୂଆଦିଲ୍ଲୀ,୨୫।୧୧: ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଶୀତ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି ଏବଂ ପରିବେଶ ମଧ୍ୟ ଥଣ୍ଡା ରହିବ ବୋଲି ଆଶା କରାଯାଉଛି। ସଂସଦର ଏହି ଅଧିବେଶନ ଅନେକ କ୍ଷେତ୍ରରେ ସ୍ବତନ୍ତ୍ର। ସବୁଠୁ ବଡ କଥା ହେଉଛି ଏହାର ୭୫ ତମ ବର୍ଷରେ ଆମର ସମ୍ବିଧାନର ପ୍ରବେଶ ଗଣତନ୍ତ୍ର ପାଇଁ ଏକ ଉଜ୍ଜ୍ୱଳ ସୁଯୋଗ ଅଟେ। ଆମେ ଚାହୁଁ ଯେ ସଂସଦରେ ଏକ ସୁସ୍ଥ ଆଲୋଚନା ହେବା ଉଚିତ, ଅଧିକରୁ ଅଧିକ ଲୋକ ଏହି ଆଲୋଚନାରେ ସହଯୋଗ କରିବା ଉଚିତ୍‌।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଜନସାଧାରଣଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ ହୋଇଥିବା କିଛି ଲୋକ ସଂସଦରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚାହୁଁଛନ୍ତି ଏବଂ ରାଜନୈତିକ ସ୍ବାର୍ଥ ପାଇଁ ସଂସଦକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ସେମାନେ ସଂସଦରେ ଆଲୋଚନାକୁ ଅନୁମତି ଦିଅନ୍ତି ନାହିଁ। ଲୋକଙ୍କ ଆକାଂକ୍ଷାକୁ ବୁଝନ୍ତି ନାହିଁ। ସେ ଜନସାଧାରଣଙ୍କ ଆଶା ପୂରଣ କରନ୍ତି ନାହିଁ, ତେଣୁ ଜନସାଧାରଣ ତାଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରନ୍ତି।

The post ଶୀତ ଅଧିବେଶନ ପୂର୍ବରୁ ବିପକ୍ଷଙ୍କୁ ଟାର୍ଗେଟ୍‌ କଲେ ମୋଦି appeared first on Dharitri Odia News.