ଶୀତ ଓ ଘନ କୁହୁଡ଼ି ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ବର: ପ୍ରବଳ ଜାଡ଼ରେ ଥରୁଛି ସାରା ଓଡ଼ିଶା । ପ୍ରବଳ ଥଣ୍ଡାରେ ଜନଜୀବନ ଅସ୍ତବ୍ୟସ୍ତ । ରାଜ୍ୟରେ ଗତ ତିନି/ଚାରି ଦିନ ହେବ ତାପମାତ୍ରା କମିବା ସହ ଶୀତ ବଢ଼ିଛି। କୋଇଡ଼ା, ଶିମିଳିପାଳ ଅଭୟାରଣ୍ୟ ଓ ରାଇକିଆରେ ତୁଷାରପାତ । ୨୪ ଘଣ୍ଟାରେ ଶୀତ ଲହରୀ ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୪ ଘଣ୍ଟାରେ ଶୀତ ଲହରୀ ପାଇଁ ଝାରସୁଗୁଡ଼ା, ସୁନ୍ଦରଗଡ଼, ଜଗତସିଂହପୁର ଓ ଅନୁଗୁଳକୁ ୟେଲୋ ୱାର୍ଣ୍ଣିଂ […]

ଭୁବନେଶ୍ବର: ପ୍ରବଳ ଜାଡ଼ରେ ଥରୁଛି ସାରା ଓଡ଼ିଶା । ପ୍ରବଳ ଥଣ୍ଡାରେ ଜନଜୀବନ ଅସ୍ତବ୍ୟସ୍ତ । ରାଜ୍ୟରେ ଗତ ତିନି/ଚାରି ଦିନ ହେବ ତାପମାତ୍ରା କମିବା ସହ ଶୀତ ବଢ଼ିଛି। କୋଇଡ଼ା, ଶିମିଳିପାଳ ଅଭୟାରଣ୍ୟ ଓ ରାଇକିଆରେ ତୁଷାରପାତ । ୨୪ ଘଣ୍ଟାରେ ଶୀତ ଲହରୀ ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
୨୪ ଘଣ୍ଟାରେ ଶୀତ ଲହରୀ ପାଇଁ ଝାରସୁଗୁଡ଼ା, ସୁନ୍ଦରଗଡ଼, ଜଗତସିଂହପୁର ଓ ଅନୁଗୁଳକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ଘନ କୁହୁଡ଼ି ପାଇଁ କୋରାପୁଟ ଓ କନ୍ଧମାଳକୁ ୟେଲୋ ଆଲର୍ଟ ଦିଆଯାଇଛି ।
ଉପକୂଳରୁ ଉପାନ୍ତ, ଉତ୍ତରରୁ ଦକ୍ଷିଣ ସବୁଠି ଥଣ୍ଡାର ପ୍ରକୋପ। ରାଜ୍ୟର ବିଭିନ୍ନ ସ୍ଥାନରେ ତୁଷାରପାତ। ସୁନ୍ଦରଗଡ଼ର କୋଇଡ଼ା, ମୟୂରଭଞ୍ଜର ଶିମିଳିପାଳ ଅଭୟାରଣ୍ୟ ଓ କନ୍ଧମାଳର ରାଇକିଆରେ ତୁଷାରପାତ । ଶିମିଳିପାଳ ଅଭୟାରଣ୍ୟର ଉପର ବାରାକାମୁଡ଼ାରେ ସର୍ବନିମ୍ନ ୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । କୋଇଡ଼ାରେ ରାତି ତାପମାତ୍ରା ୫ ଡିଗ୍ରୀ ତଳେ ରହିବା ପରେ ବିଭିନ୍ନ ସ୍ଥାନରେ ପ୍ରବଳ ତୁଷାର ଦେଖିବାକୁ ମିଳିଛି । ପ୍ରବଳ ଜାଡ଼ ସାଙ୍ଗକୁ ପ୍ରାୟ ଦିନ ୧୦ଟା ଯାଏ ଘନ କୁହୁଡ଼ି ରହୁଥିବାରୁ ଯାତାୟାତ ବାଧାପ୍ରାପ୍ତ ହେଉଛି । ଜାଡ଼ରେ ଥରିଛି କନ୍ଧମାଳ ଜିଲ୍ଲା ଉଦୟଗିରି । କନ୍ଧମାଳ ଜିଲ୍ଲାର ସବୁଠୁ ଥଣ୍ଡା ସହର ପାଲଟିଛି ଜି. ଉଦୟଗିରି । ରାଇକିଆରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ଦେଖିବାକୁ ମିଳିଛି।