ଶୀତ କାକରରେ ଚାଲିଛି ଆମରଣ ଅନଶନ; ବିମାନବନ୍ଦର ପୂର୍ଣ୍ଣାଙ୍ଗୀକରଣ ଦାବିରେ ଏୟାରପୋର୍ଟ ଆକ୍ସନ କମିଟିର ଆନ୍ଦୋଳନ
କନକ ବ୍ୟୁରୋ: ରାଉରକେଲା ବିମାନ ବନ୍ଦର ପୂର୍ଣ୍ଣାଙ୍ଗୀକରଣ ଦାବିରେ ୧୬ଦିନରେ ପହଁଚିଛି ଆନ୍ଦୋଳନ । ୪ ଦଫା ଦାବୀ ନେଇ ଆନ୍ଦୋଳନକୁ ଓହ୍ଲାଇଛି ରାଉରକେଲା ଏୟାରପୋର୍ଟ ଆକ୍ସନ କମିଟି । ବିଭିନ୍ନ ସମୟରେ ବିମାନ ଚଳାଚଳକୁ ନେଇ ଅବ୍ୟବସ୍ଥା ଲାଗି ରହୁଛି । କେତେବେଳେ ବିମାନ ବିଳମ୍ବରେ ଚାଲୁଛି ତ କେତେବେଳେ ବିମାନ ଆସୁନି । ଫଳରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସହରବାସୀ । ୧୬ ଦିନ ହେଲା ଥଣ୍ଡା କାକରରେ ଜାରି ରହିଛି ଆନ୍ଦୋଳନ । ହେଲେ ଏଯାଏଁ କୌଣସି ପ୍ରଶାସନିକ ଅଧିକାରୀ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିନାହାଁନ୍ତି ।