ଶୀତ ପୂର୍ବରୁ ଚିଲିକାରେ ବିଦେଶୀ ପକ୍ଷୀ
ବାଲୁଗଁା,୨ା୧୦(ସଂଗ୍ରାମ ପାଇକରାୟ):ଶୀତ ଆସିବା ପୂର୍ବରୁ ନୀଳାମ୍ବୁ ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଛି। କେତେକ ବିଦେଶୀ ପକ୍ଷୀ ଘୂରି ବୁଲୁଥିବା ବେଳେ କିଛି ପକ୍ଷୀ ଚିଲିକା ଜଳରାଶିକୁ ଅବତରଣ କରିଥିବା ଦେଖିବାକୁ ମିଳିଛି। ପ୍ରାୟତଃ ଅକ୍ଟୋବର ଶେଷାର୍ଦ୍ଧରେ ବାୟୁମଣ୍ଡଳକୁ ଶୀତ ସ୍ପର୍ଶ କରିବା ମାତ୍ରେ ଚିଲିକାକୁ ପକ୍ଷୀଙ୍କ ଆଗମନ ହୋଇଥାଏ। କିନ୍ତୁ ଚଳିତବର୍ଷ ଅକ୍ଟୋବର ପହିଲାରୁ ବିଦେଶୀ ପକ୍ଷୀଙ୍କ ଦୃଷ୍ଟିଗୋଚର ହୋଇଥିବା ବେଳେ କେତେ ସଂଖ୍ୟକ ଓ କେଉଁ ପ୍ରଜାତିର ପକ୍ଷୀ ଆସିଛନ୍ତି, ତାହା ଆସନ୍ତା […] The post ଶୀତ ପୂର୍ବରୁ ଚିଲିକାରେ ବିଦେଶୀ ପକ୍ଷୀ appeared first on Dharitri Odia News.
ବାଲୁଗଁା,୨ା୧୦(ସଂଗ୍ରାମ ପାଇକରାୟ):ଶୀତ ଆସିବା ପୂର୍ବରୁ ନୀଳାମ୍ବୁ ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଛି। କେତେକ ବିଦେଶୀ ପକ୍ଷୀ ଘୂରି ବୁଲୁଥିବା ବେଳେ କିଛି ପକ୍ଷୀ ଚିଲିକା ଜଳରାଶିକୁ ଅବତରଣ କରିଥିବା ଦେଖିବାକୁ ମିଳିଛି। ପ୍ରାୟତଃ ଅକ୍ଟୋବର ଶେଷାର୍ଦ୍ଧରେ ବାୟୁମଣ୍ଡଳକୁ ଶୀତ ସ୍ପର୍ଶ କରିବା ମାତ୍ରେ ଚିଲିକାକୁ ପକ୍ଷୀଙ୍କ ଆଗମନ ହୋଇଥାଏ। କିନ୍ତୁ ଚଳିତବର୍ଷ ଅକ୍ଟୋବର ପହିଲାରୁ ବିଦେଶୀ ପକ୍ଷୀଙ୍କ ଦୃଷ୍ଟିଗୋଚର ହୋଇଥିବା ବେଳେ କେତେ ସଂଖ୍ୟକ ଓ କେଉଁ ପ୍ରଜାତିର ପକ୍ଷୀ ଆସିଛନ୍ତି, ତାହା ଆସନ୍ତା ଏକ ସପ୍ତାହ ମଧ୍ୟରେ ସ୍ପଷ୍ଟ ହେବ ବୋଲି ଚିଲିକା ବନ୍ୟପ୍ରାଣୀ ବିଭାଗ ଡିଏଫ୍ଓ ଅମ୍ଳାନ ନାୟକ କହିଛନ୍ତି।
କି, ପ୍ରତିବର୍ଷ ଅକ୍ଟୋବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଚିଲିକାକୁ ନିରାପଦ ବାସସ୍ଥାନ ଭାବେ ବିଦେଶୀ ପକ୍ଷୀ ଆଦରି ନେଇଥାନ୍ତି। ଗ୍ରୀଷ୍ମଋତୁ ଆରମ୍ଭ ହେବା ମାତ୍ରେ ଅର୍ଥାତ୍ ଏପ୍ରିଲରୁ ପକ୍ଷୀ ସମୂହ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ତେବେ ପକ୍ଷୀଙ୍କ ଏହି ୬ମାସ ରହଣିକାଳ ମଧ୍ୟରେ ସେମାନଙ୍କର ସୁରକ୍ଷା ନିମିତ୍ତ ଚିଲିକା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଥାଏ। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ପକ୍ଷୀଙ୍କ ସୁରକ୍ଷା ନିମିତ୍ତ ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ପକ୍ଷୀ ଶିକାରୀଙ୍କୁ ଧରିବା ଏବଂ ସେମାନଙ୍କ ଉପରେ ନଜର ରଖିବା ପାଇଁ ବିଭାଗ ପକ୍ଷରୁ ୫ଟି ରେଞ୍ଜ ଅଧୀନରେ ୨୧ଟି ସୁରକ୍ଷା କ୍ୟାମ୍ପ ଗଠନ କରାଯାଇଛି। ବାଲୁଗଁା ରେଞ୍ଜ ଅଧୀନ ତଥା ପକ୍ଷୀ ଅଭୟାରଣ୍ୟ ନଳବଣ ଅଞ୍ଚଳରେ ୪ଟି କ୍ୟାମ୍ପ, ଟାଙ୍ଗୀ ରେଞ୍ଜ ଅଧୀନ ମଙ୍ଗଳାଯୋଡ଼ି ଓ ଭୂଷଣ୍ଡପୁର ଅଞ୍ଚଳରେ ୧୧ଟି, ସାତପଡ଼ା ରେଞ୍ଜ ତଥା କୃଷ୍ଣପ୍ରସାଦ ଅଞ୍ଚଳରେ ୨ଟି, ନୂଆପଡ଼ା ରେଞ୍ଜ ଅଧୀନରେ ୨ଟି ଏବଂ ରମ୍ଭା ରେଞ୍ଜ ଅଞ୍ଚଳରେ ୨ଟି କ୍ୟାମ୍ପ ନିୟୋଜିତ କରାଯାଇଛି ା ଏଥିସହ ସ୍ଥଳପଥରେ ବିଭିନ୍ନ ଢାବା ଓ ହୋଟେଲ ଗୁଡ଼ିକ ତଲାସିବା ପାଇଁ ଭ୍ରାମ୍ୟମାଣ ସ୍କ୍ବାଡ୍ ଗଠନ କରାଯାଇଛି। ଚିଲିକା ଜଳରାଶିରେ ଦିବାରାତ୍ର ପାଟ୍ରୋଲିଂ ପାଇଁ ବିଭାଗ ପକ୍ଷରୁ ଏବଂ ଭଡ଼ାରେ ବୋଟର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ କ୍ୟାମ୍ପ୍ରେ ଜଣେ ବନପାଳ କିମ୍ବା ବନରକ୍ଷୀଙ୍କ ସମେତ ଚିଲିକା ତଟବର୍ତ୍ତୀ ଗ୍ରାମ ପକ୍ଷୀ ସୁରକ୍ଷା ମଞ୍ଚର ମୋଟ୍ ୩ଜଣ ଲେଖାଏ ସଦସ୍ୟଙ୍କୁ ସାମିଲ କରାଯାଇଛି। ପକ୍ଷୀ ଶିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ପାଇଁ ଜିଲା ପ୍ରଶାସନ ଏବଂ ପୋଲିସର ସହଯୋଗ ଲୋଡ଼ାଯାଇଛି। ଚିଲିକା ତଟବର୍ତ୍ତୀ ଗ୍ରାମଗୁଡ଼ିକରେ ପକ୍ଷୀ ସୁରକ୍ଷା ସମ୍ପର୍କିତ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ କରାଯିବ ବୋଲିି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କୁହାଯାଇଛି।
The post ଶୀତ ପୂର୍ବରୁ ଚିଲିକାରେ ବିଦେଶୀ ପକ୍ଷୀ appeared first on Dharitri Odia News.