ଶୀତ ସାଙ୍ଗକୁ କୋହଲା ପାଗ, ହାଲୁକା ପବନ ଆଉ ଝିପିଝିପ ବର୍ଷା

ଭୁବନେଶ୍ୱର: ସାରା ଦିନ ଲଘୁଚାପଜନିତ ବର୍ଷା ଲାଗି ରହିଥିଲା। ସନ୍ଧ୍ୟାରେ କୋହଲା ପାଗ ସାଙ୍ଗକୁ ବର୍ଷା ଯୋଗୁଁ ଶୀତକୁ ଦ୍ବିଗୁଣିତ କରିଥିଲା। ଏହାଦ୍ଵାରା ରାଜଧାନୀରେ ଜନଜୀବନ ପ୍ରଭାବିତ ହେବା ସହ ଦିନରେ ଶୀତ ଅନୁଭୂତ ହୋଇଥିଲା। ଶୀତ ଓ ବର୍ଷା ଯୋଗୁଁ ରାଜଧାନୀ ବାସିନ୍ଦା ଓ ପଥଚାରୀନଙ୍କ ଚଳପ୍ରଚଳ ପ୍ରଭାବିତ ହୋଇଥିଲା। ଦିନତମାମ ବର୍ଷା ଯୋଗୁ ଲୋକେ ଘରୁ ବାହାରି ନଥିଲେ। ରାସ୍ତାକଡ଼ ବ୍ୟବସାୟ ଏବଂ ଉପକଣ୍ଠରେ ପରିବା ମଧ୍ୟ ପ୍ରଭାବିତ ହୋଇଛି। ଆଗକୁ ଆଉ ଗୋଟିଏ […]

ଶୀତ ସାଙ୍ଗକୁ କୋହଲା ପାଗ, ହାଲୁକା ପବନ ଆଉ ଝିପିଝିପ ବର୍ଷା

ଭୁବନେଶ୍ୱର: ସାରା ଦିନ ଲଘୁଚାପଜନିତ ବର୍ଷା ଲାଗି ରହିଥିଲା। ସନ୍ଧ୍ୟାରେ କୋହଲା ପାଗ ସାଙ୍ଗକୁ ବର୍ଷା ଯୋଗୁଁ ଶୀତକୁ ଦ୍ବିଗୁଣିତ କରିଥିଲା। ଏହାଦ୍ଵାରା ରାଜଧାନୀରେ ଜନଜୀବନ ପ୍ରଭାବିତ ହେବା ସହ ଦିନରେ ଶୀତ ଅନୁଭୂତ ହୋଇଥିଲା। ଶୀତ ଓ ବର୍ଷା ଯୋଗୁଁ ରାଜଧାନୀ ବାସିନ୍ଦା ଓ ପଥଚାରୀନଙ୍କ ଚଳପ୍ରଚଳ ପ୍ରଭାବିତ ହୋଇଥିଲା। ଦିନତମାମ ବର୍ଷା ଯୋଗୁ ଲୋକେ ଘରୁ ବାହାରି ନଥିଲେ। ରାସ୍ତାକଡ଼ ବ୍ୟବସାୟ ଏବଂ ଉପକଣ୍ଠରେ ପରିବା ମଧ୍ୟ ପ୍ରଭାବିତ ହୋଇଛି। ଆଗକୁ ଆଉ ଗୋଟିଏ ଦିନ ଏଭଳି ପାଗ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଶୀତ ସାଙ୍ଗକୁ କୋହଲା ପାଗ ଏବଂ ହାଲୁକା ପବନ ଆଉ ଝିପିଝିପ ବର୍ଷା ହୋଇଥିଲା ଏବଂ ଦିନ ସାରା ଏଭଳି ପାଗ ରହିଥିବା ଦେଖିବାକୁ ମିଳିଥିଲା। ବର୍ଷାରେ ଅନେକ ବିଭିନ୍ନ ସ୍ଥାନରେ ଅଟକି ରହିଥିଲେ। ପରବର୍ତ୍ତୀ ସମୟରେ କେଉଁଠି ଝିପିଝିପି ସହିତ ମଧ୍ୟମ ଧରଣର ବର୍ଷା ହୋଇଥିଲା। ଯଦିଓ ବଡ଼ ବର୍ଷା ହୋଇନଥିଲା ହେଲେ ରାସ୍ତାରେ ଥିବା ଛୋଟ ଖାଲ ବର୍ଷା ପାଣିରେ ଭରିଯାଇଥିଲା।