ଶୀତଦିନେ କାହିଁକି ବଢ଼ିଯାଏ ରକ୍ତଚାପ ? ଜାଣନ୍ତୁ କିପରି କରିବେ ଏହାର ନିୟନ୍ତ୍ରଣ…
ଉଚ୍ଚରକ୍ତଚାପ ଏକ ଗମ୍ଭୀର ସମସ୍ୟା। ଅଧିକ ତେଲ ମସଲାଯୁକ୍ତ ଖାଦ୍ୟପେୟ ଓ ଆଜିକାଲିର ଜୀବନଶୈଳୀ ଯୋଗୁଁ ଉଚ୍ଚରକ୍ତଚାପ ଆଶଙ୍କା ଥାଏ। ହେଲେ ଅନ୍ୟଦିନ ତୁଳନାରେ ଶୀତଋତୁରେ ମଧ୍ୟ ରକ୍ତଚାପ ବଢ଼ିଥାଏ। ଏହାର କାରଣ କ’ଣ ଓ ରକ୍ତଚାପକୁ କିପରି ନିୟନ୍ତ୍ରଣରେ ରଖିବେ ଜାଣନ୍ତୁ। ଶୀତଋତୁରେ ବାୟୁମଣ୍ଡଳର ତାପମାତ୍ରା କମିଯାଏ। ଏହି ପରିବର୍ତ୍ତନ ମନୁଷ୍ୟର ହୃତ୍ପିଣ୍ଡ ଏବଂ ରକ୍ତସଞ୍ଚାଳନ ନଳୀଗୁଡ଼ିକ ଉପରେ ପ୍ରଭାବ ପକାଏ। ତେଣୁ ରକ୍ତଜାଲିକା ମନୁଷ୍ୟ ଧମନୀ ଓ ଶିରାର ଅଂଶବିଶେଷ ହୋଇଥିବାରୁ ଏହା କମ୍ […]

ଉଚ୍ଚରକ୍ତଚାପ ଏକ ଗମ୍ଭୀର ସମସ୍ୟା। ଅଧିକ ତେଲ ମସଲାଯୁକ୍ତ ଖାଦ୍ୟପେୟ ଓ ଆଜିକାଲିର ଜୀବନଶୈଳୀ ଯୋଗୁଁ ଉଚ୍ଚରକ୍ତଚାପ ଆଶଙ୍କା ଥାଏ। ହେଲେ ଅନ୍ୟଦିନ ତୁଳନାରେ ଶୀତଋତୁରେ ମଧ୍ୟ ରକ୍ତଚାପ ବଢ଼ିଥାଏ। ଏହାର କାରଣ କ’ଣ ଓ ରକ୍ତଚାପକୁ କିପରି ନିୟନ୍ତ୍ରଣରେ ରଖିବେ ଜାଣନ୍ତୁ।
ଶୀତଋତୁରେ ବାୟୁମଣ୍ଡଳର ତାପମାତ୍ରା କମିଯାଏ। ଏହି ପରିବର୍ତ୍ତନ ମନୁଷ୍ୟର ହୃତ୍ପିଣ୍ଡ ଏବଂ ରକ୍ତସଞ୍ଚାଳନ ନଳୀଗୁଡ଼ିକ ଉପରେ ପ୍ରଭାବ ପକାଏ। ତେଣୁ ରକ୍ତଜାଲିକା ମନୁଷ୍ୟ ଧମନୀ ଓ ଶିରାର ଅଂଶବିଶେଷ ହୋଇଥିବାରୁ ଏହା କମ୍ ତାପମାତ୍ରା ସଂସ୍ପର୍ଶରେ ଆସି ମନୁଷ୍ୟ ଶରୀରର ବିଭିନ୍ନ ଧମନୀ ସଙ୍କୁଚିତ ହୋଇଯାଏ। ଏହା ଯୋଗୁଁ ଶରୀରରେ ରକ୍ତଚାପ ସ୍ତର ବଢ଼ିଯାଇଥାଏ। ରକ୍ତଚାପ ବଢ଼ିଲେ ହୃଦୟ ଉପରେ ଚାପ ପଡ଼ିଥାଏ। ତେଣୁ ପୂର୍ବରୁ ଉଚ୍ଚରକ୍ତଚାପରେ ପୀଡ଼ିତ, ହୃଦ୍ରୋଗ ତଥା ମଧୁମେହ ରୋଗୀଙ୍କ ରକ୍ତଚାପ ବଢ଼ିବାର ଆଶଙ୍କା ଥିବାରୁ ଥଣ୍ଡା ସମୟରେ ହୃଦ୍ଘାତ ମାମଲା ବଢ଼ିଯାଇଥାଏ। ତେଣୁ ନିୟମିତ ରକ୍ତଚାପ ସ୍ତରକୁ ପରୀକ୍ଷା କରାଇବା ଏବଂ ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କରିବା ଜରୁରି।
ସେହିପରି ଅଧିକ ଥଣ୍ଡା ସମୟରେ ଗରମ ପୋଷାକ ପିନ୍ଧିବା ଦ୍ବାରା ଥଣ୍ଡାରୁ ସୁରକ୍ଷା ମିଳେ। ଏହା ମଧ୍ୟ ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ ପ୍ରଦାନ କରେ। ନିୟମିତ ୩୦ ମିନିଟ୍ ବ୍ୟାୟାମ ଦ୍ବାରା ରକ୍ତଚାପକୁ ନିୟନ୍ତ୍ରଣ କରିପାରିବେ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଥଣ୍ଡା ଦିନେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଏ, ଏହା ମଧ୍ୟ ରକ୍ତଚାପ ବୃଦ୍ଧି କରୁଥିବାରୁ ବାହାରକୁ ଯିବା ସମୟରେ ମାସ୍କ ଲଗାଇ ଯିବା ଉଚିତ। ଯଦି ଚାହିଁବେ ଘରେ ଏୟାର ପ୍ୟୁରିଫାୟର ବ୍ୟବହାର କରିପାରିବେ। ଧୂମ୍ରପାନ ଏବଂ ମଦ୍ୟପାନ ଠାରୁ ଦୂରେଇ ରୁହନ୍ତୁ। ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ନିହାତି ଜରୁରି।
ନିୟମିତ ବ୍ୟାୟାମ ଦ୍ବାରା ହାତ ଓ ପାଦର ମାଂସପେଶୀଗୁଡ଼ିକରେ ରକ୍ତସଞ୍ଚାଳନ ହୋଇଥାଏ। କମ୍ ଲୁଣଯୁକ୍ତ ସନ୍ତୁଳିତ ଖାଦ୍ୟ ଖାଇବା ସହ ଶରୀରକୁ ହାଇଡ୍ରେଟ ରଖିବା ଦ୍ବାରା ଅତ୍ୟଧିକ ଗରମ କିମ୍ବା ଅଧିକ ଥଣ୍ଡା ସମ୍ପର୍କରେ ଆସିଲେ ବି ଶରୀରରେ ସ୍ବାସ୍ଥ୍ୟଗତ ସମସ୍ୟାକୁ କମ୍ କରିବାରେ ସାହାଯ୍ୟ କରିଥାଏ। ମୁଣ୍ଡବିନ୍ଧା, ମୁଣ୍ଡବୁଲାଇବା, ଛାତିରେ ଯନ୍ତ୍ରଣା ଆଦି ଲକ୍ଷଣ ଦେଖିବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରି।