ଶୀତଦିନେ ବଢ଼ୁଛି ହୃଦ୍ଘାତ: ସତର୍କ କରାଇଲେ ସ୍ବାସ୍ଥ୍ୟ ବିଶେଷଜ୍ଞ
ନୂଆଦିଲ୍ଲୀ,୭।୧: ଶୀତଋତୁରେ ହୃଦ୍ଘାତ ଏବଂ ଆଖି ସମସ୍ୟା ବଢ଼ୁଥିବାରୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତାବ୍ୟକ୍ତ କରିଛନ୍ତି। ଆଖିର ଯତ୍ନ ନେବା ଉପରେ ସେମାନେ ଗୁରୁତ୍ୱ ଦେଇଛନ୍ତି। ଶୀତ ବଢ଼ିବା ସହ ହୃଦ୍ଘାତ ହାର ବଢ଼ୁଥିବା ଏକ ସଦ୍ୟ ଅଧ୍ୟୟନରୁ ଜଣାପଡ଼ିଛି। ଅତ୍ୟଧିକ ଥଣ୍ଡା ଏବଂ ଋତୁକାଳୀନ କାରକଗୁଡ଼ିକ ହୃଦ୍ରୋଗ ଓ ଆଖିର ଜଟିଳତା ବଢ଼ାଇବାର କାରଣ ବୋଲି କୁହାଯାଉଛି। ଥଣ୍ଡା ଯୋଗୁ ରକ୍ତବାହୀ ନଳୀଗୁଡ଼ିକ ସଂକୁଚିତ ହେବାରୁ ରକ୍ତଚାପ ବଢ଼ୁଛି, ଯାହା ହୃଦ୍ଘାତ ଆଶଙ୍କା ବଢ଼ାଉଛି। ବିଶେଷ କରି […] The post ଶୀତଦିନେ ବଢ଼ୁଛି ହୃଦ୍ଘାତ: ସତର୍କ କରାଇଲେ ସ୍ବାସ୍ଥ୍ୟ ବିଶେଷଜ୍ଞ appeared first on Dharitri Odia News.
ନୂଆଦିଲ୍ଲୀ,୭।୧: ଶୀତଋତୁରେ ହୃଦ୍ଘାତ ଏବଂ ଆଖି ସମସ୍ୟା ବଢ଼ୁଥିବାରୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତାବ୍ୟକ୍ତ କରିଛନ୍ତି। ଆଖିର ଯତ୍ନ ନେବା ଉପରେ ସେମାନେ ଗୁରୁତ୍ୱ ଦେଇଛନ୍ତି। ଶୀତ ବଢ଼ିବା ସହ ହୃଦ୍ଘାତ ହାର ବଢ଼ୁଥିବା ଏକ ସଦ୍ୟ ଅଧ୍ୟୟନରୁ ଜଣାପଡ଼ିଛି। ଅତ୍ୟଧିକ ଥଣ୍ଡା ଏବଂ ଋତୁକାଳୀନ କାରକଗୁଡ଼ିକ ହୃଦ୍ରୋଗ ଓ ଆଖିର ଜଟିଳତା ବଢ଼ାଇବାର କାରଣ ବୋଲି କୁହାଯାଉଛି। ଥଣ୍ଡା ଯୋଗୁ ରକ୍ତବାହୀ ନଳୀଗୁଡ଼ିକ ସଂକୁଚିତ ହେବାରୁ ରକ୍ତଚାପ ବଢ଼ୁଛି, ଯାହା ହୃଦ୍ଘାତ ଆଶଙ୍କା ବଢ଼ାଉଛି। ବିଶେଷ କରି ଯେଉଁମାନଙ୍କର ଆଗରୁ ହୃଦ୍ରୋଗ ସମସ୍ୟା ରହିଛି, ସେମାନଙ୍କୁ ହୃଦ୍ଘାତ ହେବାର ସମ୍ଭାବନା ଅଧିକ ବୋଲି ଡାକ୍ତରମାନେ କହିଛନ୍ତି। ତେଣୁ ଶୀତଦିନେ ହୃଦ୍ପିଣ୍ଡ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନ ରହିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ନିୟମିତ ବ୍ୟାୟମ କରିବା ସହ ହୃତ୍ପିଣ୍ଡ ପ୍ରତି ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଓ ଉଷ୍ମ ପରିବେଶରେ ରହିବାକୁ ସେମାନଙ୍କୁ କୁହାଯାଇଛି।
The post ଶୀତଦିନେ ବଢ଼ୁଛି ହୃଦ୍ଘାତ: ସତର୍କ କରାଇଲେ ସ୍ବାସ୍ଥ୍ୟ ବିଶେଷଜ୍ଞ appeared first on Dharitri Odia News.