ଶୀତରେ ଥରୁଛି ଜି. ଉଦୟଗିରି: ସର୍ବନିମ୍ନ ତାପମାତ୍ରା ୪. ୮ ଡିଗ୍ରୀ
ଜି ଉଦୟଗିରି,୧୧।୧(ଶିଶିର ପଟ୍ଟନାୟକ): ଜି. ଉଦୟଗିରି ସହରରେ ଚଳିତ ମାସ ୧ ତାରିଖରୁ ଶୀତର ଲହରୀ ଜାରି ରହିଛି । ଶନିବାର ସର୍ବନିମ୍ନ ତାପମାତ୍ରା ୪. ୮ ରେକର୍ଡ କରାଯାଇଛି। ଗତ କିଛି ଦିନ ଧରି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ଚିହ୍ନଟ ହୋଇଛି ଜି. ଉଦୟଗିରି। ଶୁକ୍ରବାର ସର୍ବନିମ୍ନ ତାପମାତ୍ରା ୫.୪ ଡିଗ୍ରୀ ସେଲସିୟସ ରହିଥିବାବେଳେ ଗୁରୁବାର ଦିନ ୫.୨ଡିଗ୍ରୀ ରେକର୍ଡ କରାଯାଇଥିଲା। ରାଜ୍ୟର ଶୀତଳ ସହର ଭାବେ ପରିଚିତ ଜି. ଉଦୟଗିରିର ସର୍ବାଙ୍ଗୀନ […] The post ଶୀତରେ ଥରୁଛି ଜି. ଉଦୟଗିରି: ସର୍ବନିମ୍ନ ତାପମାତ୍ରା ୪. ୮ ଡିଗ୍ରୀ appeared first on Dharitri Odia News.
ଜି ଉଦୟଗିରି,୧୧।୧(ଶିଶିର ପଟ୍ଟନାୟକ): ଜି. ଉଦୟଗିରି ସହରରେ ଚଳିତ ମାସ ୧ ତାରିଖରୁ ଶୀତର ଲହରୀ ଜାରି ରହିଛି । ଶନିବାର ସର୍ବନିମ୍ନ ତାପମାତ୍ରା ୪. ୮ ରେକର୍ଡ କରାଯାଇଛି। ଗତ କିଛି ଦିନ ଧରି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ଚିହ୍ନଟ ହୋଇଛି ଜି. ଉଦୟଗିରି। ଶୁକ୍ରବାର ସର୍ବନିମ୍ନ ତାପମାତ୍ରା ୫.୪ ଡିଗ୍ରୀ ସେଲସିୟସ ରହିଥିବାବେଳେ ଗୁରୁବାର ଦିନ ୫.୨ଡିଗ୍ରୀ ରେକର୍ଡ କରାଯାଇଥିଲା। ରାଜ୍ୟର ଶୀତଳ ସହର ଭାବେ ପରିଚିତ ଜି. ଉଦୟଗିରିର ସର୍ବାଙ୍ଗୀନ ବିକାଶ ସହିତ ପର୍ଯ୍ୟଟନସ୍ଥଳୀଗୁଡିକର ଉନ୍ନତି କରିବାକୁ ଦାବି ହେଉଛି। ଦୀର୍ଘ ୧୨ ଦିନ ହେବ କ୍ରମାଗତ ଭାବେ ଶୀତର ପ୍ରକୋପ ବଢ଼ି ଚାଲିଥିବା ଯୋଗୁ ଲୋକେ ବିଶେଷ ଭାବେ ଅସୁବିଧାରେ ପଡ଼ୁଛନ୍ତି। ଗରିବ ଲୋକ ଓ ରାସ୍ତା ପାର୍ଶ୍ୱରେ ବସି ବିକ୍ରି କରୁଥିବା ଲୋକମାନେ ପ୍ରଭାବିତ ହେଉଛନ୍ତି। ଘନ କୁହୁଡ଼ି ଓ କୋହଲା ପବନ ଯୋଗୁ ଘରୁ ବାହାରକୁ ବାହାରିବା କଷ୍ଟ ହେଉଛି।
The post ଶୀତରେ ଥରୁଛି ଜି. ଉଦୟଗିରି: ସର୍ବନିମ୍ନ ତାପମାତ୍ରା ୪. ୮ ଡିଗ୍ରୀ appeared first on Dharitri Odia News.