ଶୁକ୍ରବାରଠାରୁ ସକାଳୁଆ ସ୍କୁଲ: ଗଣଶିକ୍ଷା ପକ୍ଷରୁ ଆସିଲା ବଡ଼ ଅପଡେଟ୍‌

ଭୁବନେଶ୍ୱର,୨୦।୧: ରାଜ୍ୟରେ କ୍ରମାଗତ ତାପମାତ୍ରା ବୃଦ୍ଧି ପାଉଛି। ପିଲାମାନେ ଖରା ସମୟରେ ସ୍କୁଲ ଯାଇ ପାଠପଢ଼ିବା ସମ୍ଭବ ହେଉନାହିଁ। ତେଣୁ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ସମୟ ପରିବର୍ତ୍ତନ କରିଛନ୍ତି। ଶୁକ୍ରବାରଠାରୁ ସକାଳୁଆ ସ୍କୁଲ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ସକାଳ ୬ଟା ୩୦ରୁ ଆରମ୍ଭ ହେବ ସ୍କୁଲ ୧୦ଟା ୩୦ରେ ସରିବ। ଏହା ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଲାଗୁ କରାଯାଇଛି। ଏହାପୂର୍ବରୁ ଆସନ୍ତା ଏପ୍ରିଲ […] The post ଶୁକ୍ରବାରଠାରୁ ସକାଳୁଆ ସ୍କୁଲ: ଗଣଶିକ୍ଷା ପକ୍ଷରୁ ଆସିଲା ବଡ଼ ଅପଡେଟ୍‌ appeared first on Dharitri Odia News.

ଶୁକ୍ରବାରଠାରୁ ସକାଳୁଆ ସ୍କୁଲ: ଗଣଶିକ୍ଷା ପକ୍ଷରୁ ଆସିଲା ବଡ଼ ଅପଡେଟ୍‌

ଭୁବନେଶ୍ୱର,୨୦।୧: ରାଜ୍ୟରେ କ୍ରମାଗତ ତାପମାତ୍ରା ବୃଦ୍ଧି ପାଉଛି। ପିଲାମାନେ ଖରା ସମୟରେ ସ୍କୁଲ ଯାଇ ପାଠପଢ଼ିବା ସମ୍ଭବ ହେଉନାହିଁ। ତେଣୁ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ସମୟ ପରିବର୍ତ୍ତନ କରିଛନ୍ତି। ଶୁକ୍ରବାରଠାରୁ ସକାଳୁଆ ସ୍କୁଲ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ସକାଳ ୬ଟା ୩୦ରୁ ଆରମ୍ଭ ହେବ ସ୍କୁଲ ୧୦ଟା ୩୦ରେ ସରିବ। ଏହା ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଲାଗୁ କରାଯାଇଛି।

ଏହାପୂର୍ବରୁ ଆସନ୍ତା ଏପ୍ରିଲ ୨ରୁ ବିଦ୍ୟାଳୟଗୁଡିକରେ ପାଠପଢ଼ା ସକାଳୁ ଆରମ୍ଭ କରାଯିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଥିଲେ। ଏହି ସମୟରେ ସ୍କୁଲରେ ସୁରକ୍ଷିତ ପାନୀୟ ଜଳ, ଓଆର୍‌ଏସ୍‌ ପ୍ୟାକେଟ ମହଜୁଦ ରଖିବା ସହ ଅନ୍ୟ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲାପାଳମାନେ ନିଜ ଜିଲାର ପାଣିପାଗ ସ୍ଥିତିକୁ ଦେଖି ବିଦ୍ୟାଳୟ ଖୋଲିବା ନିଷ୍ପତ୍ତି ନେଇପାରିବେ ବୋଲି ମନ୍ତ୍ରୀ କହିଥିଲେ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ରକୁ ସକାଳ ୭ଟାରୁ ୯ଟା ଯାଏ ଖୋଲା ରଖିବାକୁ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ଚିଠି କରାଯାଇଛି। ଆବଶ୍ୟକସ୍ଥଳେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ହେଲେ ନିଜ ଜିଲାର ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକୁ ଜିଲାପାଳମାନେ ଛୁଟି ଘୋଷଣା କରିପାରିବେ ବୋଲି ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ, ରାଜ୍ୟର ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ରକୁ ସକାଳ ୭ରୁ ଖୋଲିବା ପାଇଁ ବିଭାଗ ପକ୍ଷରୁ ପୂର୍ବରୁ ମଧ୍ୟ ସବୁ ଜିଲାପାଳଙ୍କୁ ପତ୍ର ଜରିଆରେ ନିର୍ଦ୍ଦେଶ ଦିଆଯାଇଥିଲା।

The post ଶୁକ୍ରବାରଠାରୁ ସକାଳୁଆ ସ୍କୁଲ: ଗଣଶିକ୍ଷା ପକ୍ଷରୁ ଆସିଲା ବଡ଼ ଅପଡେଟ୍‌ appeared first on Dharitri Odia News.