ଶୁଣିଲାନି ପ୍ରଶାସନ, ଅର୍ଥ ଆଦାୟ କରି ମିଳିମିଶି ରାସ୍ତା ମରାମତି କଲେ ଗ୍ରାମବାସୀ

ବହୁ ଦିନ କଷ୍ଟ ଭୋଗିଲେ । ଅନେକ ବଡ଼ ବଡ଼ ଅଧିକାରୀଙ୍କ ପାଖରେ ଅଭିଯୋଗ କଲେ । କିନ୍ତୁ କିଛି ବି ଫଳ ମିଳିଲାନି । ଆଉ ଶେଷରେ ବାଧ୍ୟ ହୋଇ ଗାଁ ଲୋକେ ମିଶି ରାସ୍ତାକୁ ମରାମତି କରିଛନ୍ତି । ରାସ୍ତା ଭଲ ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗାଁ ଲୋକ । ଗାଁରେ ଜରୁରୀକାଳୀନ ସମୟରେ ଆମ୍ବୁଲାନ୍ସ ଆସି ପାରୁନାହିଁ ଫଳରେ ଗର୍ଭବତୀ ମହିଳାଙ୍କ ଠାରୁ ଆରମ୍ଭ କରି ରୋଗୀମାନେ ଠିକ୍ […] The post ଶୁଣିଲାନି ପ୍ରଶାସନ, ଅର୍ଥ ଆଦାୟ କରି ମିଳିମିଶି ରାସ୍ତା ମରାମତି କଲେ ଗ୍ରାମବାସୀ appeared first on KNews Odisha.

ଶୁଣିଲାନି ପ୍ରଶାସନ, ଅର୍ଥ ଆଦାୟ କରି ମିଳିମିଶି ରାସ୍ତା ମରାମତି କଲେ ଗ୍ରାମବାସୀ

ବହୁ ଦିନ କଷ୍ଟ ଭୋଗିଲେ । ଅନେକ ବଡ଼ ବଡ଼ ଅଧିକାରୀଙ୍କ ପାଖରେ ଅଭିଯୋଗ କଲେ । କିନ୍ତୁ କିଛି ବି ଫଳ ମିଳିଲାନି । ଆଉ ଶେଷରେ ବାଧ୍ୟ ହୋଇ ଗାଁ ଲୋକେ ମିଶି ରାସ୍ତାକୁ ମରାମତି କରିଛନ୍ତି । ରାସ୍ତା ଭଲ ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗାଁ ଲୋକ । ଗାଁରେ ଜରୁରୀକାଳୀନ ସମୟରେ ଆମ୍ବୁଲାନ୍ସ ଆସି ପାରୁନାହିଁ ଫଳରେ ଗର୍ଭବତୀ ମହିଳାଙ୍କ ଠାରୁ ଆରମ୍ଭ କରି ରୋଗୀମାନେ ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚି ପାରୁ ନାହାନ୍ତି । ରାସ୍ତା ମରାମତି ପାଇଁ ଗ୍ରାମବାସୀମାନେ ଅନେକ ଲୋକଙ୍କୁ ଜଣାଇଥିଲେ । ହେଲେ ରାସ୍ତା ମରାମତି ନହେବାରୁ ଏବେ ସ୍ଥାନୀୟ ଲୋକମାନେ ମିଶି ଗାଁ ରାସ୍ତାକୁ ମରାମତି କରିଛନ୍ତି ।

ଗ୍ରାମାଞ୍ଚଳର ବିକାଶ ନିମନ୍ତେ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ବିଭାଗୀୟ ଅଧିକାରୀଙ୍କ ତଦାରଖ ଅଭାବରୁ ବର୍ତ୍ତମାନ ଏକ ସୀମାନ୍ତ ଦୁର୍ଗମ ରାସ୍ତା ବିପର୍ଯ୍ୟସ୍ତ ହେବା ସହ ଦୁର୍ଦ୍ଦଶା ବଢ଼ିଛି । ବାରମ୍ବାର ଗ୍ରାମବାସୀ ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏଥିପ୍ରତି କେହି ଗୁରୁତ୍ୱ ନଦେବାରୁ ଶେଷରେ ଗ୍ରାମବାସୀ ଅର୍ଥ ଆଦାୟ କରି ସମସ୍ତେ ଶ୍ରମଦାନ କରି ରାସ୍ତା ନିର୍ମାଣ କରିଛନ୍ତି ।

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଉପାନ୍ତ ଦୁର୍ଗମ ମୁଣ୍ଡିବେଡା ପଞ୍ଚାୟତ ଅଧିନସ୍ଥ ଖିଡିଙ୍ଗିଡିହି ଠାରୁ କବାଟପାଣି ଗାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଶୋଚନୀୟ ହୋଇ ପଡିଛି । ରାସ୍ତା ସମସ୍ୟା ସମ୍ପର୍କରେ ୱାର୍ଡ ମେମ୍ବର ଠାରୁ ଆରମ୍ଭ କରି କବାଟପାଣି ଗ୍ରାମବାସୀ ଅନେକ ଥର ପ୍ରଶାସନ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ କେହି ଗୁରୁତ୍ବ ନଦେବା ଯୋଗୁଁ ଗ୍ରାମବାସୀ ମିଳିତ ଭାବେ ଘରେ ଘରେ ଅର୍ଥ ଆଦାୟ କରି ଟ୍ରାକ୍ଟର ଲଗାଇ ମାଟି ମୋରମ ପକାଇ ସମସ୍ତେ ଶ୍ରମଦାନ କରି ରାସ୍ତା ସମତୁଲ କରିଛନ୍ତି । ଅନେକ ସ୍ଥାନରେ ବଡ଼ ବଡ଼ ଗାତ ଥିଲା । ଫଳରେ ଯାତାୟାତରେ ନାନା ସମସ୍ୟା ସାଙ୍ଗକୁ ଗାଁରେ ଆମ୍ବୁଲାନ୍ସ ପ୍ରବେଶ କରିବା କଷ୍ଟ ହୋଇ ପଡ଼ୁଥିଲା । ଏଭଳି ସମସ୍ୟା ଦେଖି ସମସ୍ତେ ଏକତ୍ରିତ ହୋଇ ରାସ୍ତା କାମ କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।

ଘଟଣା ସମ୍ପର୍କରେ ମୁଣ୍ଡିବେଡା ସରପଞ୍ଚ ନନ୍ଦଲାଲ ମାଝୀଙ୍କୁ ପଚାରିବାରୁ ଗାଁର ସମସ୍ୟାକୁ ଗୁରୂତ୍ୱ ଦେଇ ମନରେଗା ଯୋଜନାରେ ୧୦ ଲକ୍ଷ ଟଙ୍କା ଫାଇଲ ହୋଇ କାର୍ଯ୍ୟ ଆରମ୍ଭ ହୋଇଥିଲା ସେଥିରେ ୪ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇ ସାରିଛି l ଆଗକୁ ବଳକା ଅର୍ଥରେ ମଧ୍ୟ କାର୍ଯ୍ୟ କରାଯାଇ ରାସ୍ତାର ଉନ୍ନତି କରାଯାଇଥାନ୍ତା ବୋଲି ପ୍ରକାଶ କରିଥିଲେ ।

ରାଜ୍ୟ ଆଧୁନିକତା ଆଡ଼କୁ ଗତି କରୁଛି । ସ୍ମାର୍ଟ ସିଟି ପାଇଁ ସହରମାନଙ୍କରେ ବ୍ୟବସ୍ଥା କରାଯାଉଛି । କିନ୍ତୁ ଏବେ କିଛି ଗାଁ ରହିଛି ଯେଉଁସ୍ଥାନରେ ମୌଳିକ ସୁବିଧା ଅପହଞ୍ଚ ହୋଇପଡ଼ିଛି । ଗାଁ ଲୋକେ ମିଶି ଏ ରାସ୍ତାକୁ ଅଳ୍ପ ବହୁତେ ଠିକ୍ କରିଛନ୍ତି ସତ କିନ୍ତୁ ଏହା ଦୀର୍ଘସ୍ଥାୟୀ ନୁହେଁ ଯଦି ପ୍ରଶାସନ ତରଫରୁ ଏଠାରେ ପକ୍କା ରାସ୍ତା ହୋଇପାରନ୍ତା ତେବେ ଅନେକ ଲୋକଙ୍କ ପାଇଁ ଯାତାୟତର ସୁବିଧା ହୋଇପାରନ୍ତା ।

Also Read: ଦେହରେ ଖାକି ବର୍ଦି ହାତରେ କୋଦାଳ: ଲୋକଙ୍କ ସୁବିଧା ପାଇଁ ରାସ୍ତା ମରାମତି କଲେ ପୋଲିସ୍ ବାବୁ

The post ଶୁଣିଲାନି ପ୍ରଶାସନ, ଅର୍ଥ ଆଦାୟ କରି ମିଳିମିଶି ରାସ୍ତା ମରାମତି କଲେ ଗ୍ରାମବାସୀ appeared first on KNews Odisha.