ଶୁଭମନ ଗିଲ୍ଙ୍କ ଅଧିନାୟକତ୍ଵ ଇନିଂସ, ପଞ୍ଜାବକୁ ବଡ଼ ବିଜୟ ଲକ୍ଷ୍ୟ ଦେଲା ଗୁଜରାଟ
ଅହମ୍ମଦାବାଦ: ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଇପିଏଲ୍ର ୧୭ତମ ମ୍ୟାଚ୍ରେ ମୁହାଁମୁହିଁ ହୋଇଛନ୍ତି ଗୁଜରାଟ ଟାଇଟନ୍ସ ଓ ପଞ୍ଜାବ କିଙ୍ଗ୍ସ। ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ୍ ୪ ଓ୍ଵିକେଟ୍ ହରାଇ ୧୯୯ ରନର ବିଶାଳ ସ୍କୋର କରିଛି। ଦଳ ପକ୍ଷରୁ ଅଧିନାୟକ ଶୁଭମନ ଗିଲ୍ ୮୯ ରନର ଅଧିନାୟକତ୍ଵ ଇନିଂସ ଖେଳିଥିବା ବେଳେ ସାଇ ସୁଦର୍ଶନ ୩୩ ରନ ଓ ରାହୁଲ ତେଓ୍ଵତିଆ ୮ ବଲରୁ ୨୩ ରନ କରିଛନ୍ତି। ପଞ୍ଜାବ କିଙ୍ଗ୍ସ ସମ୍ମୁଖରେ ୨୦୦ ରନର ବିଜୟ ଲକ୍ଷ୍ୟ ରହିଛି। କାଗିସ ରାବଡାଙ୍କୁ ସର୍ବାଧିକ ୨ଟି ସଫଳତା ମିଳିଛି। ଉଭୟ ଦଳର ଏହା ହେଉଛି ଚତୁର୍ଥ ମ୍ୟାଚ୍। ତିନିଟି ମ୍ୟାଚ୍ ଖେଳି ଗୁଜରାଟ ୨ଟି ମ୍ୟାଚ୍ ଜିତିଥିବା ବେଲେ ପଞ୍ଜାବ ଗୋଟିଏ ଜିତିଛି।Also read: ଆଇପିଏଲ୍ ୨୦୨୪ ଭାଙ୍ଗିଲା ଭ୍ୟୁଅରସିପ୍ର ପୁରୁଣା ରେକର୍ଡ, ପ୍ରଥମ ୧୦ ମ୍ୟାଚ୍କୁ ଦେଖିଲେ ୩୫ କୋଟି ଲୋକଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଗୁଜରାଟ ୨୯ ରନରେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଋଦ୍ଧିମାନ ଶାହ ୧୧ ରନ କରିଥିଲେ। ଏହାପରେ ଅଧିନାୟକ ଶୁଭମନ ଗିଲ୍ ଓ କେନ ଓ୍ଵିଲିୟମସନ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୪୦ ରନ ଯୋଡ଼ିଥିଲେ। ୬୯ ରନ ସ୍କୋରରେ ଓ୍ଵିଲିୟମସନ(୨୬) ପାଭିଲିୟନ ଫେରିଥିଲେ। ଅନ୍ୟପଟେ ଗିଲ୍ ଦର୍ଶନୀୟ ସଟ୍ ଖେଳି ଦଳର ସ୍କୋରକୁ ଆଗକୁ ବଢାଇଥିଲେ। ସେ ସାଇ ସୁଦର୍ଶନଙ୍କ ସହ ମିଶି ତୃତୀୟ ଓ୍ଵିକେଟ୍ରେ ୫୩ ରନ ଯୋଡ଼ିଥିଲେ। ସୁଦର୍ଶନ ୧୯
ଅହମ୍ମଦାବାଦ: ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଇପିଏଲ୍ର ୧୭ତମ ମ୍ୟାଚ୍ରେ ମୁହାଁମୁହିଁ ହୋଇଛନ୍ତି ଗୁଜରାଟ ଟାଇଟନ୍ସ ଓ ପଞ୍ଜାବ କିଙ୍ଗ୍ସ। ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ୍ ୪ ଓ୍ଵିକେଟ୍ ହରାଇ ୧୯୯ ରନର ବିଶାଳ ସ୍କୋର କରିଛି। ଦଳ ପକ୍ଷରୁ ଅଧିନାୟକ ଶୁଭମନ ଗିଲ୍ ୮୯ ରନର ଅଧିନାୟକତ୍ଵ ଇନିଂସ ଖେଳିଥିବା ବେଳେ ସାଇ ସୁଦର୍ଶନ ୩୩ ରନ ଓ ରାହୁଲ ତେଓ୍ଵତିଆ ୮ ବଲରୁ ୨୩ ରନ କରିଛନ୍ତି। ପଞ୍ଜାବ କିଙ୍ଗ୍ସ ସମ୍ମୁଖରେ ୨୦୦ ରନର ବିଜୟ ଲକ୍ଷ୍ୟ ରହିଛି। କାଗିସ ରାବଡାଙ୍କୁ ସର୍ବାଧିକ ୨ଟି ସଫଳତା ମିଳିଛି। ଉଭୟ ଦଳର ଏହା ହେଉଛି ଚତୁର୍ଥ ମ୍ୟାଚ୍। ତିନିଟି ମ୍ୟାଚ୍ ଖେଳି ଗୁଜରାଟ ୨ଟି ମ୍ୟାଚ୍ ଜିତିଥିବା ବେଲେ ପଞ୍ଜାବ ଗୋଟିଏ ଜିତିଛି।
Also read: ଆଇପିଏଲ୍ ୨୦୨୪ ଭାଙ୍ଗିଲା ଭ୍ୟୁଅରସିପ୍ର ପୁରୁଣା ରେକର୍ଡ, ପ୍ରଥମ ୧୦ ମ୍ୟାଚ୍କୁ ଦେଖିଲେ ୩୫ କୋଟି ଲୋକ
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଗୁଜରାଟ ୨୯ ରନରେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଋଦ୍ଧିମାନ ଶାହ ୧୧ ରନ କରିଥିଲେ। ଏହାପରେ ଅଧିନାୟକ ଶୁଭମନ ଗିଲ୍ ଓ କେନ ଓ୍ଵିଲିୟମସନ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୪୦ ରନ ଯୋଡ଼ିଥିଲେ। ୬୯ ରନ ସ୍କୋରରେ ଓ୍ଵିଲିୟମସନ(୨୬) ପାଭିଲିୟନ ଫେରିଥିଲେ। ଅନ୍ୟପଟେ ଗିଲ୍ ଦର୍ଶନୀୟ ସଟ୍ ଖେଳି ଦଳର ସ୍କୋରକୁ ଆଗକୁ ବଢାଇଥିଲେ। ସେ ସାଇ ସୁଦର୍ଶନଙ୍କ ସହ ମିଶି ତୃତୀୟ ଓ୍ଵିକେଟ୍ରେ ୫୩ ରନ ଯୋଡ଼ିଥିଲେ। ସୁଦର୍ଶନ ୧୯ ବଲରୁ ୬ ଚୌକା ସହ ଦ୍ରୁତ ୩୩ ରନ କରି ଆଉଟ୍ ହୋଇଥିଲେ। ଏହିକ୍ରମରେ ଗିଲ୍ ଅର୍ଦ୍ଧଶତକ ହାସଲ କରି ଗୋଟିଏ ପଟୁ ଦଳର ମୋର୍ଚ୍ଚା ସମ୍ଭାଳିଥିଲେ। ବିଜୟ ଶଙ୍କର(୮) ନିରାଶ କରିଥିଲେ। ଶେଷ ଆଡ଼କୁ ରାହୁଲ ତେଓ୍ଵତିଆ ୮ ବଲରୁ ୨୩ ରନ କରିଥିଲେ। ଗିଲ୍ ୪୮ ବଲ୍ରୁ ୬ ଚୌକା ଓ ୪ ଛକା ସହ ଅପରାଜିତ ୮୯ ରନର ଇନିଂସ ଖେଳିଥିଲେ। ଯାହା ଫଳରେ ଗୁଜରାଟ ୪ ଓ୍ଵିକେଟ୍ ହରାଇ ୧୯୯ ରନର ବଡ଼ ସ୍କୋର କରି ପାରିଛି।