ଶେଖ ହାସିନାଙ୍କ ପରେ ଏବେ ଏମିତି କରୁଛନ୍ତି ୟୁନୁସ ସରକାର, ଯାହାକୁ ନେଇ…

ଢାକା,୨୫।୧୦: ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପରେ ମଧ୍ୟ ରାସ୍ତାରେ ଲୋକଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ବର୍ତ୍ତମାନ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମହମ୍ମଦ ୟୁନୁସ ଦେଶର ସେନାରୁ ବହୁ ସଂଖ୍ୟକ ସେନା ଅଧିକାରୀଙ୍କୁ ହଟାଇବାକୁ ଯୋଜନା କରୁଛନ୍ତି। ଯେଉଁଥିରେ ବାଂଲାଦେଶ ସେନା ମୁଖ୍ୟ ୱାକର-ଉଜ-ଜମାନଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଏହା ସହିତ ମହମ୍ମଦ ୟୁନୁସ ମଧ୍ୟ ୬୪ ବରିଷ୍ଠ ସେନା ଅଧିକାରୀଙ୍କ ସହ ୩୮୭୨ସେନା କର୍ମଚାରୀଙ୍କୁ ହଟାଇବାକୁ ଚାହୁଁଛନ୍ତି। ମହମ୍ମଦ ୟୁନୁସଙ୍କ ଏହି ଯୋଜନାର […] The post ଶେଖ ହାସିନାଙ୍କ ପରେ ଏବେ ଏମିତି କରୁଛନ୍ତି ୟୁନୁସ ସରକାର, ଯାହାକୁ ନେଇ… appeared first on Dharitri Odia News.

ଶେଖ ହାସିନାଙ୍କ ପରେ ଏବେ ଏମିତି କରୁଛନ୍ତି ୟୁନୁସ ସରକାର, ଯାହାକୁ ନେଇ…

ଢାକା,୨୫।୧୦: ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପରେ ମଧ୍ୟ ରାସ୍ତାରେ ଲୋକଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ବର୍ତ୍ତମାନ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମହମ୍ମଦ ୟୁନୁସ ଦେଶର ସେନାରୁ ବହୁ ସଂଖ୍ୟକ ସେନା ଅଧିକାରୀଙ୍କୁ ହଟାଇବାକୁ ଯୋଜନା କରୁଛନ୍ତି। ଯେଉଁଥିରେ ବାଂଲାଦେଶ ସେନା ମୁଖ୍ୟ ୱାକର-ଉଜ-ଜମାନଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଏହା ସହିତ ମହମ୍ମଦ ୟୁନୁସ ମଧ୍ୟ ୬୪ ବରିଷ୍ଠ ସେନା ଅଧିକାରୀଙ୍କ ସହ ୩୮୭୨ସେନା କର୍ମଚାରୀଙ୍କୁ ହଟାଇବାକୁ ଚାହୁଁଛନ୍ତି।

ମହମ୍ମଦ ୟୁନୁସଙ୍କ ଏହି ଯୋଜନାର ଦାବି ଭାରତରେ ସ୍ବନିର୍ବାସନରେ ରହୁଥିବା ବାଂଲାଦେଶୀ ଲେଖକ ତସଲିମା ନାସିରିନ ନିଜର ବିଶ୍ୱସ୍ତ ଗୁପ୍ତ ସୂତ୍ରରୁ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ତସଲିମା ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ଯେ ୟୁନୁସ ୩୮୭୨ ସେନା ସହ ସେନା ମୁଖ୍ୟଙ୍କ ସମେତ ୬୪ ଜଣ ବରିଷ୍ଠ ସେନାଙ୍କୁ ସେମାନଙ୍କ ପଦବୀରୁ ହଟାଇବାକୁ ଯୋଜନା କରୁଛନ୍ତି।

The post ଶେଖ ହାସିନାଙ୍କ ପରେ ଏବେ ଏମିତି କରୁଛନ୍ତି ୟୁନୁସ ସରକାର, ଯାହାକୁ ନେଇ… appeared first on Dharitri Odia News.