ଶେଷ ଘଣ୍ଟାରେ ଖସିଲା ସେନସେକ୍ସ, ବଜାରରେ ଦେଖାଗଲା ବିକ୍ରିର ଚାପ, ତଥାପି ନିବେଶକଙ୍କ ଲାଭ ୬ ହଜାର କୋଟି
ନୂଆଦିଲ୍ଲୀ: ଶେଷ ଘଣ୍ଟାରେ ବିକ୍ରିର ଚାପ ଯୋଗୁଁ ସେନସେକ୍ସ ଏବଂ ନିଫ୍ଟି ମଙ୍ଗଳବାର ଏପ୍ରିଲ୍ ୩୦ରେ ହ୍ରାସ ସହ ବନ୍ଦ ହୋଇଛି । ସେନସେକ୍ସ ୧୮୮ ଅଙ୍କ କମିଛି । ଅନ୍ୟପଟେ ନିଫ୍ଟି ମଧ୍ୟ ୨୨,୬୦୦ ସ୍ତରରେ ବନ୍ଦ ହୋଇଛି । ତେବେ ଛୋଟ ଏବଂ ମଧ୍ୟମ ସେୟରେ ବୃଦ୍ଧି ଯୋଗୁଁ ବିଏସଇର ନିବେଶକଙ୍କୁ ଆଜିର କାରବାରରେରେ ପ୍ରାୟ ୬ ହଜାର କୋଟି ଟଙ୍କା ଲାଭ ହୋଇଛି । ବିଏସଇର ମିଡକ୍ୟାପ୍ ସୂଚକାଙ୍କ ୦.୪୯ ପ୍ରତିଶତ ଏବଂ ସ୍ମଲକ୍ୟାପ୍ ଇଣ୍ଡେକ୍ସ ୦.୧୦ ପ୍ରତିଶତ ବଢି ବନ୍ଦ ହୋଇଛି ।କାରବାର ଶେଷରେ ବିଏସଇ ସେନସେକ୍ସ ୧୮୮.୫୦ ଅଙ୍କ ବା ୦.୨୫ ପ୍ରତିଶତ ହ୍ରାସ ସହ ୭୪,୪୮୨.୭୮ ଅଙ୍କରେ ବନ୍ଦ ହୋଇଛି । ଅନ୍ୟପଟେ ଏନଏସଇର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟି ୪୫.୬୦ ଅଙ୍କ ବା ୦.୨୦ ପ୍ରତିଶତ କମି ୨୨,୬୦୪.୮୫ ସ୍ତରରେ ବନ୍ଦ ହୋଇଛି । ଏନଏସଇ ନିଫ୍ଟି ମଧ୍ୟାହ୍ଣ କାରବାର ସମୟରେ ୧୩୭ ଅଙ୍କ ବଢି ୨୨,୭୮୩ର ସର୍ବକାଳୀନ ସ୍ତରରେ ପହଞ୍ଚିଥିଲା ।ବିଏସଇରେ ସୂଚୀବଦ୍ଧ କମ୍ପାନଗୁଡିକର ମୋଟ୍ ମାର୍କେଟ୍ କ୍ୟାପ୍ ଆଜି ଏପ୍ରିଲ ୩୦ରେ ଆଜି ବଢି ୪୦୬.୫୮ ଲକ୍ଷ କୋଟି ଟଙ୍କା ହୋଇଛି । ଯାହା ପୂର୍ବ କରାବାର ଦିନ ମଙ୍ଗଳବାର ଏପ୍ରିଲ ୨୯ରେ ୪୦୬.୫୨ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ଆଜି ନିବେଶକଙ୍କ ସମ୍ପତ୍ତିରେ ପ୍ରାୟ ୬ ହଜାର କୋଟି ଟଙ୍କା ବୃଦ୍ଧି ହୋଇଛି । ବିଏସଇ ସେନସେକ୍ସର ୩୦ରୁ ୧୮ ସେୟାର ଆଜି ସବୁଜ ସଂକେତରେ ବନ୍ଦ ହୋଇଛି ।
ନୂଆଦିଲ୍ଲୀ: ଶେଷ ଘଣ୍ଟାରେ ବିକ୍ରିର ଚାପ ଯୋଗୁଁ ସେନସେକ୍ସ ଏବଂ ନିଫ୍ଟି ମଙ୍ଗଳବାର ଏପ୍ରିଲ୍ ୩୦ରେ ହ୍ରାସ ସହ ବନ୍ଦ ହୋଇଛି । ସେନସେକ୍ସ ୧୮୮ ଅଙ୍କ କମିଛି । ଅନ୍ୟପଟେ ନିଫ୍ଟି ମଧ୍ୟ ୨୨,୬୦୦ ସ୍ତରରେ ବନ୍ଦ ହୋଇଛି । ତେବେ ଛୋଟ ଏବଂ ମଧ୍ୟମ ସେୟରେ ବୃଦ୍ଧି ଯୋଗୁଁ ବିଏସଇର ନିବେଶକଙ୍କୁ ଆଜିର କାରବାରରେରେ ପ୍ରାୟ ୬ ହଜାର କୋଟି ଟଙ୍କା ଲାଭ ହୋଇଛି । ବିଏସଇର ମିଡକ୍ୟାପ୍ ସୂଚକାଙ୍କ ୦.୪୯ ପ୍ରତିଶତ ଏବଂ ସ୍ମଲକ୍ୟାପ୍ ଇଣ୍ଡେକ୍ସ ୦.୧୦ ପ୍ରତିଶତ ବଢି ବନ୍ଦ ହୋଇଛି ।
କାରବାର ଶେଷରେ ବିଏସଇ ସେନସେକ୍ସ ୧୮୮.୫୦ ଅଙ୍କ ବା ୦.୨୫ ପ୍ରତିଶତ ହ୍ରାସ ସହ ୭୪,୪୮୨.୭୮ ଅଙ୍କରେ ବନ୍ଦ ହୋଇଛି । ଅନ୍ୟପଟେ ଏନଏସଇର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟି ୪୫.୬୦ ଅଙ୍କ ବା ୦.୨୦ ପ୍ରତିଶତ କମି ୨୨,୬୦୪.୮୫ ସ୍ତରରେ ବନ୍ଦ ହୋଇଛି । ଏନଏସଇ ନିଫ୍ଟି ମଧ୍ୟାହ୍ଣ କାରବାର ସମୟରେ ୧୩୭ ଅଙ୍କ ବଢି ୨୨,୭୮୩ର ସର୍ବକାଳୀନ ସ୍ତରରେ ପହଞ୍ଚିଥିଲା ।
ବିଏସଇରେ ସୂଚୀବଦ୍ଧ କମ୍ପାନଗୁଡିକର ମୋଟ୍ ମାର୍କେଟ୍ କ୍ୟାପ୍ ଆଜି ଏପ୍ରିଲ ୩୦ରେ ଆଜି ବଢି ୪୦୬.୫୮ ଲକ୍ଷ କୋଟି ଟଙ୍କା ହୋଇଛି । ଯାହା ପୂର୍ବ କରାବାର ଦିନ ମଙ୍ଗଳବାର ଏପ୍ରିଲ ୨୯ରେ ୪୦୬.୫୨ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ଆଜି ନିବେଶକଙ୍କ ସମ୍ପତ୍ତିରେ ପ୍ରାୟ ୬ ହଜାର କୋଟି ଟଙ୍କା ବୃଦ୍ଧି ହୋଇଛି । ବିଏସଇ ସେନସେକ୍ସର ୩୦ରୁ ୧୮ ସେୟାର ଆଜି ସବୁଜ ସଂକେତରେ ବନ୍ଦ ହୋଇଛି ।