ଶେଷ ପର୍ଯ୍ୟାୟ ବେଳେ ଲୋକଙ୍କୁ ବଡ଼ ଉପହାର, କମିଲା LPG ଦର

ମୁମ୍ବାଇରେ ପୂର୍ବରୁ କମର୍ସିଆଲ ଏଲପିଜି ସିଲିଣ୍ଡର ୧୬୯୮.୫୦ ଟଙ୍କାରେ ବିକ୍ରି ହେଉଥିଲା, ଯାହା ବର୍ତ୍ତମାନ ୧୬୨୯ ଟଙ୍କାରେ ଉପଲବ୍ଧ ହେବ। ଚେନ୍ନାଇରେ ୧୯୧୧ ଟଙ୍କାରେ ବିକ୍ରି ହୋଇଥିବା ସିଲିଣ୍ଡରର ମୂଲ୍ୟ ୧୮୪୦.୫୦ ଟଙ୍କାକୁ ଖସି ଆସିଛି।

ଶେଷ ପର୍ଯ୍ୟାୟ ବେଳେ ଲୋକଙ୍କୁ ବଡ଼ ଉପହାର, କମିଲା LPG ଦର

ଦେଶରେ ଲୋକସଭା ନିର୍ବାଚନର ଆଜି ଅନ୍ତିମ ପର୍ଯ୍ୟାୟ ଭୋଟ୍‌ ଚାଲିଛି। ଏହାରି ଭିତରେ ଗ୍ରାହକଙ୍କୁ ମିଳିଛି ଭେଟି । କମିଲା ଏଲ୍‌ପିଜି ସିଲିଣ୍ଡର ଦର। ସିଲିଣ୍ଡର ପିଛା ୬୯.୫୦ ଟଙ୍କା ଶସ୍ତା ହୋଇଛି।

ତୈଳ ମାର୍କେଟିଂ କମ୍ପାନୀଗୁଡିକ ଦେଶରେ ୧୯ କିଲୋଗ୍ରାମ କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟରେ ହ୍ରାସ କରିଛନ୍ତି। ଫଳରେ ଦିଲ୍ଲୀରେ ୬୯.୫୦ ଟଙ୍କା, କୋଲକାତାରେ ୭୨ ଟଙ୍କା, ମୁମ୍ବାଇରେ ୬୯.୫୦ ଟଙ୍କା ଏବଂ ଚେନ୍ନାଇରେ ୭୦.୫୦ ଟଙ୍କା ଶସ୍ତା ହୋଇଛି।

ଦାମ୍‌ କମିବା ପରେ ଆଜିଠାରୁ ଦିଲ୍ଲୀରେ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୭୪୫.୫୦ ଟଙ୍କାରୁ ଏହା ୧,୬୭୬ ଟଙ୍କାରେ ପହଞ୍ଚିଛି। ସେହିପରି ସିଲିଣ୍ଡର ଦର କମିବା ପରେ କୋଲକାତାରେ ଏହା ଏବେ ୧୮୫୯ ଟଙ୍କା ବଦଳରେ ୧୭୮୭ ଟଙ୍କାରେ ମିଳିବ। 

ମୁମ୍ବାଇରେ ପୂର୍ବରୁ କମର୍ସିଆଲ ଏଲପିଜି ସିଲିଣ୍ଡର ୧୬୯୮.୫୦ ଟଙ୍କାରେ ବିକ୍ରି ହେଉଥିଲା, ଯାହା ବର୍ତ୍ତମାନ ୧୬୨୯ ଟଙ୍କାରେ ଉପଲବ୍ଧ ହେବ। ଚେନ୍ନାଇରେ ୧୯୧୧ ଟଙ୍କାରେ ବିକ୍ରି ହୋଇଥିବା ସିଲିଣ୍ଡରର ମୂଲ୍ୟ ୧୮୪୦.୫୦ ଟଙ୍କାକୁ ଖସି ଆସିଛି।

ଲଗାତର ତୃତୀୟ ଥର ପାଇଁ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ହ୍ରାସ ପାଇଛି। ଏହା ପୂର୍ବରୁ ଏପ୍ରିଲ ଓ ମେ' ମାସ ଆରମ୍ଭରେ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ରେ ହ୍ରାସ କରାଯାଇଥିଲା। ତୈଳ ମାର୍କେଟିଂ କମ୍ପାନୀଗୁଡିକ ଲଗାତାର ଦ୍ୱିତୀୟ ମାସ ପାଇଁ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦ ଟଙ୍କା ଯାଏ ହ୍ରାସ କରିଥିଲେ।