ଶେଷ ହେବ କି ରୁଷିଆ-ୟୁକ୍ରେନ ଯୁଦ୍ଧ: ଆଉ କିଛି ସମୟ ପରେ କିଭ୍‌ରେ ପହଞ୍ଚିବେ ମୋଦି

କିଭ୍‌,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିକାଲି ପୋଲାଣ୍ଡ ଏବଂ ୟୁକ୍ରେନ ଗସ୍ତରେ ଅଛନ୍ତି। ପୋଲାଣ୍ଡ ଗସ୍ତ ଶେଷ କରିବା ପରେ ଆଜି ସେ ଟ୍ରେନରେ ୧୦ ଘଣ୍ଟା ଯାତ୍ରା କରି ୟୁକ୍ରେନରେ ପହଞ୍ଚିବେ। ଶୁକ୍ରବାର ସକାଳେ ମୋଦି ୟୁକ୍ରେନର ରାଜଧାନୀ କଭରେ ରହିବେ। ତାଙ୍କ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଆଲୋଚନା କରିବେ। ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ମଧ୍ୟ ଆଲୋଚନା ହେବ। ସୂଚନାଯୋଗ୍ୟ ଯେ, ପ୍ରାୟ ତିନି […] The post ଶେଷ ହେବ କି ରୁଷିଆ-ୟୁକ୍ରେନ ଯୁଦ୍ଧ: ଆଉ କିଛି ସମୟ ପରେ କିଭ୍‌ରେ ପହଞ୍ଚିବେ ମୋଦି appeared first on Dharitri Odia News.

ଶେଷ ହେବ କି ରୁଷିଆ-ୟୁକ୍ରେନ ଯୁଦ୍ଧ: ଆଉ କିଛି ସମୟ ପରେ କିଭ୍‌ରେ ପହଞ୍ଚିବେ ମୋଦି

କିଭ୍‌,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିକାଲି ପୋଲାଣ୍ଡ ଏବଂ ୟୁକ୍ରେନ ଗସ୍ତରେ ଅଛନ୍ତି। ପୋଲାଣ୍ଡ ଗସ୍ତ ଶେଷ କରିବା ପରେ ଆଜି ସେ ଟ୍ରେନରେ ୧୦ ଘଣ୍ଟା ଯାତ୍ରା କରି ୟୁକ୍ରେନରେ ପହଞ୍ଚିବେ। ଶୁକ୍ରବାର ସକାଳେ ମୋଦି ୟୁକ୍ରେନର ରାଜଧାନୀ କଭରେ ରହିବେ। ତାଙ୍କ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଆଲୋଚନା କରିବେ। ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ମଧ୍ୟ ଆଲୋଚନା ହେବ।
ସୂଚନାଯୋଗ୍ୟ ଯେ, ପ୍ରାୟ ତିନି ଦଶନ୍ଧି ପୂର୍ବରୁ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ପରେ ଏହା ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ୟୁକ୍ରେନକୁ ପ୍ରଥମ ଗସ୍ତ ହେବ। ଏହି ଯାତ୍ରା ଉପରେ ସମଗ୍ର ବିଶ୍ୱ ନଜର ରଖିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ୟୁକ୍ରେନ ଗସ୍ତକୁ ଆମେରିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛି।
ପ୍ରଧାନମନ୍ତ୍ରୀ ମୋଦି ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ପୋଲାଣ୍ଡରେ ଯୁଦ୍ଧକ୍ଷେତ୍ରର ସମାଧାନ ପରିବର୍ତ୍ତେ ସଂଳାପର କୂଟନୈତିକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଛନ୍ତି, ୟୁକ୍ରେନ ଏବଂ ପଶ୍ଚିମ ଏସିଆରେ ଶାନ୍ତି ପ୍ରୟାସକୁ ସମର୍ଥନ କରିବାକୁ ଭାରତ ପ୍ରସ୍ତୁତ ଅଛି। ୟୁକ୍ରେନ ଏବଂ ପଶ୍ଚିମ ଏସିଆରେ ଶାନ୍ତି ଏବଂ ସ୍ଥିରତାର ଶୀଘ୍ର ପୁନରୁଦ୍ଧାର ପାଇଁ ବନ୍ଧୁତ୍ୱପୂର୍ଣ୍ଣ ଦେଶମାନଙ୍କୁ ଭାରତ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, କାରଣ ଯୁଦ୍ଧକ୍ଷେତ୍ରରେ କୌଣସି ସମସ୍ୟାର ସମାଧାନ ହୋଇପାରିବ ନାହିଁ। ୱାର୍ସରେ ତାଙ୍କ ପୋଲାଣ୍ଡ ପ୍ରତିପକ୍ଷ ଡୋନାଲ୍ଡ ଟସ୍କଙ୍କ ସହ ଆଲୋଚନା ପରେ ଗଣମାଧ୍ୟମକୁ ସୂଚନା ଦେଇ ମୋଦି କହିଛନ୍ତି, ୟୁକ୍ରେନ ଏବଂ ପଶ୍ଚିମ ଏସିଆରେ ଲାଗିଥିବା ବିବାଦ ଆମ ସମସ୍ତଙ୍କ ପାଇଁ ଗଭୀର ଚିନ୍ତାର ବିଷୟ।
ମୋଦିଙ୍କ ଏହି ଗସ୍ତ ଐତିହାସିକ ଅଟେ। ୧୯୯୨ରେ ଭାରତ ଏବଂ ୟୁକ୍ରେନ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ହେବା ପରେ ଏହା ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହେବ। ରୁଷିଆ ସହିତ ଚାଲିଥିବା ୟୁକ୍ରେନ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତରେ ସମଗ୍ର ବିଶ୍ୱର ନଜର ରହିଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୟୁକ୍ରେନ ଗସ୍ତ ଯୁଦ୍ଧ ଶେଷ କରିବାରେ ସହାୟକ ହେବ ବୋଲି ଜାତିସଂଘ ମୁଖ୍ୟ ଆଶା ପ୍ରକଟ କରିଛନ୍ତି।

The post ଶେଷ ହେବ କି ରୁଷିଆ-ୟୁକ୍ରେନ ଯୁଦ୍ଧ: ଆଉ କିଛି ସମୟ ପରେ କିଭ୍‌ରେ ପହଞ୍ଚିବେ ମୋଦି appeared first on Dharitri Odia News.