ଶେଷ ହେଲାନି ୪୪ ବର୍ଷର ଅପେକ୍ଷା, ଜର୍ମାନୀଠୁ ୩-୨ରେ ହାରିଲା ଭାରତୀୟ ହକି ଟିମ୍
ମୁମ୍ବାଇ ୦୭।୦୮: ନିରାଶ କଲା ଭାରତୀୟ ହକି ଦଳ। ପ୍ୟାରିସ୍ ଅଲିମ୍ପିକ୍ସ ହକି ସେମି ଫାଇନାଲରେ ୨-୩ରେ ଜର୍ମାନୀଠୁ ହାରିଲା ଭାରତ ।ମଙ୍ଗଳବାର ଖେଳାଯାଇଥିବା ସେମିଫାଇଇନାଲରେ ଜର୍ମାନୀ ୩-୨ରେ ହାରିଛି ହକି ଇଣ୍ଡିଆ । ପ୍ୟାରିସ ଅଲିମ୍ପିକ୍ସର ଟିକିନିକି ଖବର ପାଇଁ ପଢନ୍ତୁପ୍ରଥମ କ୍ବାର୍ଟରରୁ ହିଁ ଭାରତ ନିଜ ଆକ୍ରମଣାତ୍ମକ ଆଭିମୁଖ୍ୟକୁ ସ୍ପଷ୍ଟ କରିଥିଲା। ପ୍ରଥମ କ୍ବାର୍ଟରକୁ ଭାରତ ୧-୦ରେ ଶେଷ କରିଥିଲେ ମଧ୍ୟ ୧୮ତମ ମିନିଟ୍ ରେ ଗଞ୍ଜାଲୋ ପିଲାଟ୍ ଙ୍କ ଶକ୍ତିଶାଳୀ ସଟ୍ ପିଆର୍ ଶ୍ରୀଜେଶ ଓ ଜର୍ମନପ୍ରୀତ୍ ସିଂହଙ୍କ ମଝିରେ ଚାଲିଯିବାରୁ ମ୍ୟାଚ୍ ବରାବର ସ୍ତରକୁ ଚାଲି ଆସିଥିଲା। ୨୭ତମ ମିନିଟ୍ ରେ ରୁର୍ ଙ୍କ ଆକ୍ରମଣାତ୍ମକ ସଟ୍ ଯୋଗୁଁ ଭାରତ ୧-୨ରେ ପଛୁଆ ହୋଇ ଚାପରେ ପଡ଼ିଥିଲା। ତୃତୀୟ କ୍ବାର୍ଟର ପ୍ରାରମ୍ଭରୁ ଭାରତ ଏକାଧିକ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ ରେ ପରିଣତ କରିବାରେ ବିଫଳ ହୋଇଥିଲା। ୩୬ତମ ମିନିଟରେ ଅଭିଷେକ ଆଉ ଏକ ପିସି ଅର୍ଜନ କରିଥିଲେ। ସୁଖଜିତ୍ ସିଂହ ଏହାକୁ ଗୋଲ୍ ରେ ପରିଣତ କରି ମ୍ୟାଚ୍ କୁ ବରାବର ସ୍ତରକୁ ଆଣିବା ସହ ରୋମାଞ୍ଚ ବଢ଼ାଇଥିଲେ। ହେଲେ ୫୪ ମିନିଟ୍ ରେ ମାର୍କୋ ମିଲଟାଙ୍କ ଗୋଲ୍ ସବୁ ଆଶା ଚୂରମାର କରିଦେଇଥିଲା । Also Read: ସେମି ଜିତିଲେ ଭିନେଶ ଫୋଗାଟ୍, ସ୍ଵର୍ଣ୍ଣ ପଦକଠୁ ଗୋଟିଏ ପାଦ ଦୂରରେ ଷ୍ଟାର ରେସଲରତେବେ ଗତବର୍ଷ ବିଶ୍ବକପ୍ ଜିତିଥିବା ଜର୍ମାନୀ ଏବେ ଅଲିମ୍ପିକ୍ସ ଗୋଲ୍ଡ ମେଡାଲ ହାତ
ମୁମ୍ବାଇ ୦୭।୦୮: ନିରାଶ କଲା ଭାରତୀୟ ହକି ଦଳ। ପ୍ୟାରିସ୍ ଅଲିମ୍ପିକ୍ସ ହକି ସେମି ଫାଇନାଲରେ ୨-୩ରେ ଜର୍ମାନୀଠୁ ହାରିଲା ଭାରତ ।ମଙ୍ଗଳବାର ଖେଳାଯାଇଥିବା ସେମିଫାଇଇନାଲରେ ଜର୍ମାନୀ ୩-୨ରେ ହାରିଛି ହକି ଇଣ୍ଡିଆ ।
ପ୍ୟାରିସ ଅଲିମ୍ପିକ୍ସର ଟିକିନିକି ଖବର ପାଇଁ ପଢନ୍ତୁ
ପ୍ରଥମ କ୍ବାର୍ଟରରୁ ହିଁ ଭାରତ ନିଜ ଆକ୍ରମଣାତ୍ମକ ଆଭିମୁଖ୍ୟକୁ ସ୍ପଷ୍ଟ କରିଥିଲା। ପ୍ରଥମ କ୍ବାର୍ଟରକୁ ଭାରତ ୧-୦ରେ ଶେଷ କରିଥିଲେ ମଧ୍ୟ ୧୮ତମ ମିନିଟ୍ ରେ ଗଞ୍ଜାଲୋ ପିଲାଟ୍ ଙ୍କ ଶକ୍ତିଶାଳୀ ସଟ୍ ପିଆର୍ ଶ୍ରୀଜେଶ ଓ ଜର୍ମନପ୍ରୀତ୍ ସିଂହଙ୍କ ମଝିରେ ଚାଲିଯିବାରୁ ମ୍ୟାଚ୍ ବରାବର ସ୍ତରକୁ ଚାଲି ଆସିଥିଲା। ୨୭ତମ ମିନିଟ୍ ରେ ରୁର୍ ଙ୍କ ଆକ୍ରମଣାତ୍ମକ ସଟ୍ ଯୋଗୁଁ ଭାରତ ୧-୨ରେ ପଛୁଆ ହୋଇ ଚାପରେ ପଡ଼ିଥିଲା। ତୃତୀୟ କ୍ବାର୍ଟର ପ୍ରାରମ୍ଭରୁ ଭାରତ ଏକାଧିକ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ ରେ ପରିଣତ କରିବାରେ ବିଫଳ ହୋଇଥିଲା। ୩୬ତମ ମିନିଟରେ ଅଭିଷେକ ଆଉ ଏକ ପିସି ଅର୍ଜନ କରିଥିଲେ। ସୁଖଜିତ୍ ସିଂହ ଏହାକୁ ଗୋଲ୍ ରେ ପରିଣତ କରି ମ୍ୟାଚ୍ କୁ ବରାବର ସ୍ତରକୁ ଆଣିବା ସହ ରୋମାଞ୍ଚ ବଢ଼ାଇଥିଲେ। ହେଲେ ୫୪ ମିନିଟ୍ ରେ ମାର୍କୋ ମିଲଟାଙ୍କ ଗୋଲ୍ ସବୁ ଆଶା ଚୂରମାର କରିଦେଇଥିଲା ।
Also Read: ସେମି ଜିତିଲେ ଭିନେଶ ଫୋଗାଟ୍, ସ୍ଵର୍ଣ୍ଣ ପଦକଠୁ ଗୋଟିଏ ପାଦ ଦୂରରେ ଷ୍ଟାର ରେସଲର
ତେବେ ଗତବର୍ଷ ବିଶ୍ବକପ୍ ଜିତିଥିବା ଜର୍ମାନୀ ଏବେ ଅଲିମ୍ପିକ୍ସ ଗୋଲ୍ଡ ମେଡାଲ ହାତେଇବା ସମ୍ଭାବନା ମଧ୍ୟ ବଢ଼ାଇଛି। ସେପଟେ ପ୍ରଥମ ସେମି ଫାଇନାଲ ମ୍ୟାଚରେ ନେଦରଲ୍ୟାଣ୍ଡସ୍ ୪-୦ରେ ସ୍ପେନ୍ କୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଆସନ୍ତାକାଲି ସ୍ବର୍ଣ୍ଣ ପଦକ ପାଇଁ ଜର୍ମାନୀ-ନେଦରଲାଣ୍ଡ୍ ସ ଏବଂ କାଂସ୍ୟ ପାଇଁ ଭାରତ-ସ୍ପେନ୍ ମୁକାବିଲା ହେବ।