ଶେଷରେ ଈଶ୍ୱର ଦେଲେ ଦଣ୍ଡ, ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁରେ ଇସ୍ରାଏଲ୍ରେ ଖୁସିର ମାହୋଲ
ଜେରୁଜେଲମ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ଏବଂ ବୈଦେଶିକ ମନ୍ତ୍ରୀ ଆମୀର ଅବଦୁଲ୍ଲାୟାନଙ୍କ ପରଲୋକ ଘଟିଛି। ଏଥି ସହିତ ଇସ୍ରାଏଲର ଧାର୍ମିକ ନେତାମାନେ ଏହି ଦୁର୍ଘଟଣା ପରେ ନିଜ ଖୁସି ବ୍ୟକ୍ତ କରୁଛନ୍ତି। ଧାର୍ମିକ ନେତାମାନେ ଏହାକୁ ଈଶ୍ବରଙ୍କ ନ୍ୟାୟ ବୋଲି କହିଥିଲେ। ଇସ୍ରାଏଲ ମିଡିଆ ଜେରୁଜେଲମ ପୋଷ୍ଟ ଅନୁଯାୟୀ, ରବି ମିର୍ ଅବୃତବୁଲ ଏକ ଫେସବୁକ ପୋଷ୍ଟରେ କହିଛନ୍ତି, ଏମାନଙ୍କୁ ଫାଶୀ ଦେବାର ଥିଲା, ତେଣୁ ହେଲିକପ୍ଟର ଦୁର୍ଘଟଣାରେ ଈଶ୍ବର ତାଙ୍କୁ ଏବଂ […] The post ଶେଷରେ ଈଶ୍ୱର ଦେଲେ ଦଣ୍ଡ, ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁରେ ଇସ୍ରାଏଲ୍ରେ ଖୁସିର ମାହୋଲ appeared first on Dharitri Odia News.
ଜେରୁଜେଲମ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ଏବଂ ବୈଦେଶିକ ମନ୍ତ୍ରୀ ଆମୀର ଅବଦୁଲ୍ଲାୟାନଙ୍କ ପରଲୋକ ଘଟିଛି। ଏଥି ସହିତ ଇସ୍ରାଏଲର ଧାର୍ମିକ ନେତାମାନେ ଏହି ଦୁର୍ଘଟଣା ପରେ ନିଜ ଖୁସି ବ୍ୟକ୍ତ କରୁଛନ୍ତି। ଧାର୍ମିକ ନେତାମାନେ ଏହାକୁ ଈଶ୍ବରଙ୍କ ନ୍ୟାୟ ବୋଲି କହିଥିଲେ। ଇସ୍ରାଏଲ ମିଡିଆ ଜେରୁଜେଲମ ପୋଷ୍ଟ ଅନୁଯାୟୀ, ରବି ମିର୍ ଅବୃତବୁଲ ଏକ ଫେସବୁକ ପୋଷ୍ଟରେ କହିଛନ୍ତି, ଏମାନଙ୍କୁ ଫାଶୀ ଦେବାର ଥିଲା, ତେଣୁ ହେଲିକପ୍ଟର ଦୁର୍ଘଟଣାରେ ଈଶ୍ବର ତାଙ୍କୁ ଏବଂ ତାଙ୍କର ସମଗ୍ର ଇସ୍ରାଏଲକୁ ଘୃଣା କରୁଥିବା ଗୋଷ୍ଠୀକୁ ଧ୍ୱଂସ କରିଛନ୍ତି। ଏହି ଦୁର୍ଘଟଣା ହେଉଛି ଈଶ୍ବରଙ୍କ ଦଣ୍ଡର ଏକ ରୂପ।
ସୂଚନାଯୋଗ୍ୟ, ଏପ୍ରିଲରୁ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବିବାଦ ଚାଲିଛି। ଇରାନ ସରକାର ମଧ୍ୟ ଇସ୍ରାଏଲକୁ ଜଣେ ଶତ୍ରୁ ଭାବରେ ବିବେଚନା କରନ୍ତି ଏବଂ ଖୋଲା ପ୍ଲାଟଫର୍ମରେ ଯିହୁଦୀ ରାଜ୍ୟକୁ ଧ୍ୱଂସ କରିବାକୁ ନିଜର ଇଚ୍ଛା ପ୍ରକାଶ କରିଛନ୍ତି।
The post ଶେଷରେ ଈଶ୍ୱର ଦେଲେ ଦଣ୍ଡ, ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁରେ ଇସ୍ରାଏଲ୍ରେ ଖୁସିର ମାହୋଲ appeared first on Dharitri Odia News.