ଶେଷରେ ସତମାନିଲା ପାକିସ୍ତାନ, ଭାରତୀୟ ସେନା ଆକ୍ରମଣରେ ପ୍ରାଣ ହରାଇଛନ୍ତି ନିଜ ସୈନ୍ୟ
ପେଶାଓ୍ୱାର ୧୩/୦୫: ଏପ୍ରିଲ ୨୨ ତାରିଖ । କାଶ୍ମୀରର ପହଲଗାମରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ । ଯେଉଁଥିରେ ପ୍ରାଣ ହରାଇଥିଲେ ୨୮ ଜଣ ପର୍ଯ୍ୟଟକ । ଅକାଳରେ ଚାଲିଯାଇଥିଲା ନୀରିହ ଜୀବନ । ଏହାର ପ୍ରତି ଜବାବରେ ଭାରତୀୟ ସେନା ଚଳିତମାସ ୬ ଓ ୭ ତାରିଖ ଦୁଇଦିନ ଧରି ପାକିସ୍ତାନ ଉପରେ ଜୋରଦାର ଆକ୍ରମଣ କରିଥିଲା । ଭାରତୀୟ ସେନା ପାକିସ୍ତାନ ଭିତରେ ପଶି ୯ଟି ଆତଙ୍କବାଦୀ ଠିକଣାକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିଲା । ଏଥିରେ ୧୦୦ ରୁ ଅଧିକ ପାକିସ୍ତାନ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିବା ନେଇ ଭାରତୀୟ ସେନା ତରଫରୁ ସୂଚନା ଦିଆଯାଇଛି । ସେପଟେ ଭାରତ ଆକ୍ରମଣର ପ୍ରତିଜବାବରେ ପାକିସ୍ତାନ ମଧ୍ୟ ଡ୍ରୋନ ସହାୟତାରେ ଭାରତ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ହେଲେ ଭାରତର ଡିଫେନ୍ସ ସିଷ୍ଟମ ଏସ-୪୦୦ ସେହି ଡ୍ରୋନଗୁଡିକୁ ଆକାଶରେ ନଷ୍ଟ କରିଦେଇଥିଲା । ଭାରତୀୟ ସେନାର ଆକ୍ରମଣରେ ପାକିସ୍ତାନର ୧୧ ଟି ଏୟାରବେସ୍ ମଧ୍ୟ ମାଟିରେ ମିଶିଯାଇଛି । ତେବେ ଏହାକୁ ନେଇ ଏବେ ପାକିସ୍ତାନ କହିଛି କି, ଭାରତୀୟ ସେନାଙ୍କ ଆକ୍ରମଣରେ ପାକିସ୍ତାନର ୧୧ ଜଣ ସୈନିକଙ୍କ ମୃତ୍ୟୁ ହୋଇଛି । ଏହାସହ ୭୮ଜଣ ଯବାନ ଗୁରୁତର ହୋଇଛନ୍ତି । ଏହି ଯବାନମାନଙ୍କ ମଧ୍ୟରୁ ୫ ଜଣ ବାୟୁସେନାର ବୋଲି ପାକିସ୍ତାନ ତରଫରୁ କୁହାଯାଇଛି ।ISPR କହିଛି ଯେ ଭାରତୀୟ ଆକ୍ରମଣରେ ନିହତ ହୋଇଥିବା ୬ ଜଣ ସେନା କର୍ମଚାରୀଙ୍କ ମଧ୍ୟରେ ନାୟକ ଅବଦୁଲ ରେହମାନ, ନାଏକ ୱାକର ଖାଲିଦ, ଲାନ
ପେଶାଓ୍ୱାର ୧୩/୦୫: ଏପ୍ରିଲ ୨୨ ତାରିଖ । କାଶ୍ମୀରର ପହଲଗାମରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ । ଯେଉଁଥିରେ ପ୍ରାଣ ହରାଇଥିଲେ ୨୮ ଜଣ ପର୍ଯ୍ୟଟକ । ଅକାଳରେ ଚାଲିଯାଇଥିଲା ନୀରିହ ଜୀବନ । ଏହାର ପ୍ରତି ଜବାବରେ ଭାରତୀୟ ସେନା ଚଳିତମାସ ୬ ଓ ୭ ତାରିଖ ଦୁଇଦିନ ଧରି ପାକିସ୍ତାନ ଉପରେ ଜୋରଦାର ଆକ୍ରମଣ କରିଥିଲା । ଭାରତୀୟ ସେନା ପାକିସ୍ତାନ ଭିତରେ ପଶି ୯ଟି ଆତଙ୍କବାଦୀ ଠିକଣାକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିଲା ।
ଏଥିରେ ୧୦୦ ରୁ ଅଧିକ ପାକିସ୍ତାନ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିବା ନେଇ ଭାରତୀୟ ସେନା ତରଫରୁ ସୂଚନା ଦିଆଯାଇଛି । ସେପଟେ ଭାରତ ଆକ୍ରମଣର ପ୍ରତିଜବାବରେ ପାକିସ୍ତାନ ମଧ୍ୟ ଡ୍ରୋନ ସହାୟତାରେ ଭାରତ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ହେଲେ ଭାରତର ଡିଫେନ୍ସ ସିଷ୍ଟମ ଏସ-୪୦୦ ସେହି ଡ୍ରୋନଗୁଡିକୁ ଆକାଶରେ ନଷ୍ଟ କରିଦେଇଥିଲା ।
ଭାରତୀୟ ସେନାର ଆକ୍ରମଣରେ ପାକିସ୍ତାନର ୧୧ ଟି ଏୟାରବେସ୍ ମଧ୍ୟ ମାଟିରେ ମିଶିଯାଇଛି । ତେବେ ଏହାକୁ ନେଇ ଏବେ ପାକିସ୍ତାନ କହିଛି କି, ଭାରତୀୟ ସେନାଙ୍କ ଆକ୍ରମଣରେ ପାକିସ୍ତାନର ୧୧ ଜଣ ସୈନିକଙ୍କ ମୃତ୍ୟୁ ହୋଇଛି । ଏହାସହ ୭୮ଜଣ ଯବାନ ଗୁରୁତର ହୋଇଛନ୍ତି । ଏହି ଯବାନମାନଙ୍କ ମଧ୍ୟରୁ ୫ ଜଣ ବାୟୁସେନାର ବୋଲି ପାକିସ୍ତାନ ତରଫରୁ କୁହାଯାଇଛି ।
ISPR କହିଛି ଯେ ଭାରତୀୟ ଆକ୍ରମଣରେ ନିହତ ହୋଇଥିବା ୬ ଜଣ ସେନା କର୍ମଚାରୀଙ୍କ ମଧ୍ୟରେ ନାୟକ ଅବଦୁଲ ରେହମାନ, ନାଏକ ୱାକର ଖାଲିଦ, ଲାନ୍ସ ନାଏକ ଦିଲୱାର ଖାନ, ଇକ୍ରାମୁଲ୍ଲା, ସେପୋଇ ଆଦିଲ ଆକବର ଏବଂ ସେପୋ ନିସର ଅଛନ୍ତି। ଆଇଏସ୍ପିଆର ମଧ୍ୟ ସ୍ୱୀକାର କରିଛି ଯେ ଭାରତୀୟ ଆକ୍ରମଣରେ ପାକିସ୍ତାନୀ ବାୟୁସେନାର ମଧ୍ୟ ବହୁତ କ୍ଷତି ହୋଇଛି, ଯେଉଁଥିରେ ୫ ଜଣ ବାୟୁସେନା ଅଧିକାରୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସ୍କ୍ୱାଡ୍ରନ୍ ଲିଡର ଉସମାନ ୟୁସୁଫ୍, ମୁଖ୍ୟ ଟେକ୍ନିସିଆନ୍ ଔରଙ୍ଗଜେବ, ବରିଷ୍ଠ ଟେକ୍ନିସିଆନ୍ ନଜୀବ, ବରିଷ୍ଠ ଟେକ୍ନିସିଆନ୍ ମୁବାଶିର ଏବଂ କର୍ପୋରାଲ୍ ଟେକ୍ନିସିଆନ୍ ଫାରୁକ୍ ଅନ୍ତର୍ଭୁକ୍ତ।