ଶୋଇଥିବା ଦମ୍ପତିଙ୍କୁ ହତ୍ୟା: ହତ୍ୟାକାରୀ ଶଡ଼ୁ ଗିରଫ
ନାକଟୀଦେଉଳ, ୨୮ା୭(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ରେଢ଼ାଖୋଲ ଥାନା ତଥା ନାକଟୀଦେଉଳ ବ୍ଲକ ଘୋଷରାମାଳ ପଞ୍ଚାୟତ ଅଧୀନ ପାଣ୍ଡୁରିଶିଳା ଗ୍ରାମରେ ଦମ୍ପତିଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ଉକ୍ତ ଗ୍ରାମର ଆବ୍ରାହମ କୁଜୁର(୩୫) ଏବଂ ତାଙ୍କ ସ୍ତ୍ରୀ କୁଆଁରୀ କୁଜୁର(୩୦)। ଏହି ଘଟଣାରେ ଆବ୍ରାହମଙ୍କ ଶଡ଼ୁ ଶିରକା କାର୍ମାଙ୍କୁ ରବିବାର ପୋଲିସ ଗିରଫ କରିଛି। ତାଙ୍କଠାରୁ ହାତ୍ୟାକାଣ୍ଡରେ ବ୍ୟବହୃତ ଧାରୁଆ ଅସ୍ତ୍ର ପୋଲିସ ଜବତ କରିଛି। ଶିରକାଙ୍କ ଘର ପାଣ୍ଡୁରିଶିଳା ନିକଟସ୍ଥ ବୁଢ଼ୀପାଣି ଗ୍ରାମରେ। ଖବର ପାଇ […] The post ଶୋଇଥିବା ଦମ୍ପତିଙ୍କୁ ହତ୍ୟା: ହତ୍ୟାକାରୀ ଶଡ଼ୁ ଗିରଫ appeared first on Dharitri Odia News.
ନାକଟୀଦେଉଳ, ୨୮ା୭(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ରେଢ଼ାଖୋଲ ଥାନା ତଥା ନାକଟୀଦେଉଳ ବ୍ଲକ ଘୋଷରାମାଳ ପଞ୍ଚାୟତ ଅଧୀନ ପାଣ୍ଡୁରିଶିଳା ଗ୍ରାମରେ ଦମ୍ପତିଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ଉକ୍ତ ଗ୍ରାମର ଆବ୍ରାହମ କୁଜୁର(୩୫) ଏବଂ ତାଙ୍କ ସ୍ତ୍ରୀ କୁଆଁରୀ କୁଜୁର(୩୦)। ଏହି ଘଟଣାରେ ଆବ୍ରାହମଙ୍କ ଶଡ଼ୁ ଶିରକା କାର୍ମାଙ୍କୁ ରବିବାର ପୋଲିସ ଗିରଫ କରିଛି। ତାଙ୍କଠାରୁ ହାତ୍ୟାକାଣ୍ଡରେ ବ୍ୟବହୃତ ଧାରୁଆ ଅସ୍ତ୍ର ପୋଲିସ ଜବତ କରିଛି। ଶିରକାଙ୍କ ଘର ପାଣ୍ଡୁରିଶିଳା ନିକଟସ୍ଥ ବୁଢ଼ୀପାଣି ଗ୍ରାମରେ। ଖବର ପାଇ ସକାଳେ ରେଢ଼ାଖୋଲ ଏସ୍ଡିପିଓ ପ୍ରଶାନ୍ତ କୁମାର ମେହେର, ଥାନା ଅଧିକାରୀ ସବିତାବାଳା ସେଠୀ ଏବଂ ନାକଟୀଦେଉଳ ଥାନା ଅଧିକାରୀ ଝସକେତନ ଭୋଇ ସମ୍ବଲପୁରର ସାଇଣ୍ଟିଫିକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପରେ ଦମ୍ପତିଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ପଠାଯାଇଛି।
ପୋଲିସ ସୂଚନା ଅନୁସାରେ ଆବ୍ରାହମ କୁଜୁର ଓ କୁଆଁରୀ ପାଣ୍ଡୁରିଶିଳା ଗ୍ରାମ ନିକଟ ଜଙ୍ଗଲ ପାଖରେ ଘର କରି ରହୁଥଲେ। ସବୁଦିନ ଭଳି କୁଜୁର ଦମ୍ପତି ଶନିବାର ରାତିରେ ଭୋଜନ କରି ୩ବର୍ଷର ସାନଝିଅ ସହ ଶୋଇଥିଲେ। ମଧ୍ୟରାତ୍ରରେ ଚିତ୍କାର ଶୁଣି ପାଖ କୋଠରିରେ ଶୋଇଥିବା ଆବ୍ରାହମଙ୍କ ସାନଭାଇ ସୁରେନ୍ଦ୍ର କୁଜୁର ଉଠି ପଡ଼ିଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ମୁହଁ ଘୋଡ଼ାଇ ସେଠାରୁ ଦୌଡ଼ି ପଳାଇଥିବା ଦେଖିଥିଲେ। ଘର ଭିତରକୁ ଯିବା ପରେ ଖଟରେ ଆବ୍ରାହମ ଓ କିଛି ଦୂରରେ କୁଆଁରୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଉଭୟଙ୍କ ଛାତି, ବେକ ଓ ମୁହଁରେ ଗଭୀର କ୍ଷତ ଚିହ୍ନ ଥିଲା। ଏହା ପରେ ସୁରେନ୍ଦ୍ର ଗାଁକୁ ଯାଇ ସାହି ପଡ଼ିଶାଙ୍କୁ ଡାକି ଘଟଣା ସମ୍ପର୍କରେ ଜଣାଇଥିଲେ।
ଗାଁ ଲୋକଙ୍କଠାରୁ ଖବର ପାଇ ରେଢ଼ାଖୋଲ ଥାନା ପୋଲିସ ରବିବାର ଘଟଣାସ୍ଥଳରେ ପହଞ୍ଚି ଥିଲା। ଏହି ସମୟରେ ହତ୍ୟାକାଣ୍ଡରେ ଶିରକା କାର୍ମାଙ୍କ ସମ୍ପୃକ୍ତି ଥିବା ସୁରେନ୍ଦ୍ର ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଶିରକାଙ୍କୁ ଆଣି ପଚରାଉଚରା କରିବା ପରେ ସେ ହତ୍ୟା କରିଥିବା ସ୍ବୀକାର କରିଥିବା ରେଢ଼ାଖୋଲ ଏସଡିପିଓ ମେହେର କହିଛନ୍ତି। ଶିରକା ବହୁ ସମୟରେ ତାଙ୍କ ସ୍ତ୍ରୀଙ୍କୁ ମାରପିଟ କରୁଥିଲେ। ଏଥିରେ ଅତିଷ୍ଠ ହୋଇ ଶିରକାଙ୍କ ସ୍ତ୍ରୀ ଭିଣୋଇ ଆବ୍ରାହମଙ୍କ ଘରକୁ ଚାଲି ଆସୁଥିଲେ। ଏହାକୁ ନେଇ ଆବ୍ରାହମଙ୍କ ସହ ଶିରକାଙ୍କର ସମ୍ପର୍କ ତିକ୍ତ ରହିଥିଲା। ଏହି କାରଣରୁ ଶିରକା ତାଙ୍କ ଭାଇ ଭାଉଜଙ୍କୁ ହତ୍ୟା କରି ଥାଇପାରନ୍ତି ବୋଲି ସୁରେନ୍ଦ୍ର କହିଛନ୍ତି। ହେଲେ ପ୍ରକୃତ କାରଣ କ’ଣ ତାହା ତଦନ୍ତ କଲାପରେ ଜଣାପଡ଼ିବ ବୋଲି ପୋଲିସ କହିଛି। ଏ ନେଇ ରେଢ଼ାଖୋଲ ଥାନାରେ ଏକ ମାମଲା(ନଂ.୧୮୮/୨୦୨୪) ରୁଜୁ ହୋଇଛି।
The post ଶୋଇଥିବା ଦମ୍ପତିଙ୍କୁ ହତ୍ୟା: ହତ୍ୟାକାରୀ ଶଡ଼ୁ ଗିରଫ appeared first on Dharitri Odia News.