ଶୋଇଥିବା ବେଳେ ଚୋଟ ମାରିଲା ସାପ: ଚାଲିଗଲା ଛାତ୍ରୀଙ୍କ ଜୀବନ, ଜଣେ ଗୁରୁତର

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନାରିଙ୍ଗିପଲ୍ଲୀ ଗ୍ରାମର ତେଜସୀନି ପ୍ରଧାନ(୯) ସର୍ପ ଦଂଶନରେ ମୃତ୍ୟୁବରଣ କରିଛନ୍ତି। ଭଞ୍ଜନଗର ପୋଲିସ ତାଙ୍କ ମରଶରୀରକୁ ଜବତ କରି ରବିବାର ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍‌ପିଟାଲକୁ ପଠାଇ ଦେଇଛି। ସେହିଭଳି ଅନ୍ୟ ଏକ ସର୍ପ ଦଂଶନରେ ବେରୁଆବାଡି ଗ୍ରାମର ସୁଜାତା ନାୟକ ଗୁରୁତର ହୋଇପଡିଛନ୍ତି । ଘଟଣାରୁ ପ୍ରକାଶ ଯେ ବାଇବାଲି ପଞ୍ଚାୟତ ନାରିଙ୍ଗିପଲ୍ଲୀ ଗ୍ରାମର ନଟିଆ ପ୍ରଧାନଙ୍କ ଝିଅ ତେଜସ୍ବନୀ ଶନିବାର ରାତିରେ ପରିବାର ଲୋକଙ୍କ […] The post ଶୋଇଥିବା ବେଳେ ଚୋଟ ମାରିଲା ସାପ: ଚାଲିଗଲା ଛାତ୍ରୀଙ୍କ ଜୀବନ, ଜଣେ ଗୁରୁତର appeared first on Dharitri Odia News.

ଶୋଇଥିବା ବେଳେ ଚୋଟ ମାରିଲା ସାପ: ଚାଲିଗଲା ଛାତ୍ରୀଙ୍କ ଜୀବନ, ଜଣେ ଗୁରୁତର

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନାରିଙ୍ଗିପଲ୍ଲୀ ଗ୍ରାମର
ତେଜସୀନି ପ୍ରଧାନ(୯) ସର୍ପ ଦଂଶନରେ ମୃତ୍ୟୁବରଣ କରିଛନ୍ତି। ଭଞ୍ଜନଗର ପୋଲିସ ତାଙ୍କ ମରଶରୀରକୁ ଜବତ କରି ରବିବାର ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍‌ପିଟାଲକୁ ପଠାଇ ଦେଇଛି। ସେହିଭଳି ଅନ୍ୟ ଏକ ସର୍ପ ଦଂଶନରେ ବେରୁଆବାଡି ଗ୍ରାମର ସୁଜାତା ନାୟକ ଗୁରୁତର ହୋଇପଡିଛନ୍ତି ।

ଘଟଣାରୁ ପ୍ରକାଶ ଯେ ବାଇବାଲି ପଞ୍ଚାୟତ ନାରିଙ୍ଗିପଲ୍ଲୀ ଗ୍ରାମର ନଟିଆ ପ୍ରଧାନଙ୍କ ଝିଅ ତେଜସ୍ବନୀ ଶନିବାର ରାତିରେ ପରିବାର ଲୋକଙ୍କ ସହ ମିଶି ଶୋଇଥିଲେ । ଏହି ସମୟରେ ଏକ ସର୍ପ ତେଜସୀନିଙ୍କୁ ଦଂଶନ କରିଥିଲା। ଏହା ଜାଣିବା ପରେ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ମେଡିକାଲ ଆଣିଥିଲେ। ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି। ସେହିଭଳି ବେରୁଆଁବାଡିର ସୂଜାତା ମଧ୍ୟ ଶନିବାର ସାପ କାମୁଡାରେ ଗୁରୁତର ହୋଇ ଭଞ୍ଜନଗର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଏଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲ କୁ ପଠାଯାଇଛି।

The post ଶୋଇଥିବା ବେଳେ ଚୋଟ ମାରିଲା ସାପ: ଚାଲିଗଲା ଛାତ୍ରୀଙ୍କ ଜୀବନ, ଜଣେ ଗୁରୁତର appeared first on Dharitri Odia News.