ଶୋଇଥିବା ବେଳେ ଲାଗିଲା ନିଆଁ; ଜଳିଗଲେ ଡିଏସପିଙ୍କ ସମେତ ୬ ଜଣ
କନକ ବ୍ୟୁରୋ : ନିଆଁ ନେଇଗଲା ୬ ଜୀବନ । ଜମ୍ମୁ-କଶ୍ମୀରର କାଠୁଆରେ ଘଟିଯାଇଛି ଭୟଙ୍କର ଅଗ୍ନିକାଣ୍ଡ । ଶିବ ନଗରରେ ଅବସରପ୍ରାପ୍ତ ଡିଏସ୍ପିଙ୍କ ଭଡା ଘରେ ନିଆଁ ଲାଗି ୬ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଅନ୍ୟ ୪ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଅବସର ନେବା ପରେ ଡିଏସପି ଘରେ ରହିବାକୁ ଆସିଥିଲେ । ଘରେ ଶୋଇଥିବା ବେଳେ ନିଆଁ ଲାଗି ୬ ଜଣଙ୍କ ଜୀବନ ଚାଲିଯାଇଛି । ଅଗ୍ନିକାଣ୍ଡରେ ଡିଏସ୍ପିଙ୍କ ବ୍ୟତୀତ ତାଙ୍କ ପତ୍ନୀ, ପୁଅ, ଝିଅ ଓ ଝିଅର ପୁଅଙ୍କର ମୃତ୍ୟୁ ଘଟିଛି । ସମସ୍ତ ଆହତଙ୍କୁ କାଠୁଆ ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଅବସରପ୍ରାପ୍ତ ଡିଏସ୍ପିଙ୍କ ଭଡା ଘରେ ନିଆଁ ଲାଗିଥିବା ସ୍ପଷ୍ଟ କରିଛନ୍ତି କାଠୁଆ ସରକାରୀ ମେଡିକାଲ କଲେଜର ପ୍ରିନ୍ସପାଲ ଏସ.କେ ଅଟ୍ରି । ଅଗ୍ନିକାଣ୍ଡ ପରେ ଶ୍ୱାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ଏସ.କେ ଅଟ୍ରି । ଦୁର୍ଘଟଣା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। କିପରି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇ ନଥିବା ବେଳେ ତଦନ୍ତ ପରେ ସତ ସାମ୍ନାକୁ ଆସିବ ।

କନକ ବ୍ୟୁରୋ : ନିଆଁ ନେଇଗଲା ୬ ଜୀବନ । ଜମ୍ମୁ-କଶ୍ମୀରର କାଠୁଆରେ ଘଟିଯାଇଛି ଭୟଙ୍କର ଅଗ୍ନିକାଣ୍ଡ । ଶିବ ନଗରରେ ଅବସରପ୍ରାପ୍ତ ଡିଏସ୍ପିଙ୍କ ଭଡା ଘରେ ନିଆଁ ଲାଗି ୬ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଅନ୍ୟ ୪ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଅବସର ନେବା ପରେ ଡିଏସପି ଘରେ ରହିବାକୁ ଆସିଥିଲେ । ଘରେ ଶୋଇଥିବା ବେଳେ ନିଆଁ ଲାଗି ୬ ଜଣଙ୍କ ଜୀବନ ଚାଲିଯାଇଛି ।
ଅଗ୍ନିକାଣ୍ଡରେ ଡିଏସ୍ପିଙ୍କ ବ୍ୟତୀତ ତାଙ୍କ ପତ୍ନୀ, ପୁଅ, ଝିଅ ଓ ଝିଅର ପୁଅଙ୍କର ମୃତ୍ୟୁ ଘଟିଛି । ସମସ୍ତ ଆହତଙ୍କୁ କାଠୁଆ ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଅବସରପ୍ରାପ୍ତ ଡିଏସ୍ପିଙ୍କ ଭଡା ଘରେ ନିଆଁ ଲାଗିଥିବା ସ୍ପଷ୍ଟ କରିଛନ୍ତି କାଠୁଆ ସରକାରୀ ମେଡିକାଲ କଲେଜର ପ୍ରିନ୍ସପାଲ ଏସ.କେ ଅଟ୍ରି । ଅଗ୍ନିକାଣ୍ଡ ପରେ ଶ୍ୱାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ଏସ.କେ ଅଟ୍ରି ।
ଦୁର୍ଘଟଣା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। କିପରି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇ ନଥିବା ବେଳେ ତଦନ୍ତ ପରେ ସତ ସାମ୍ନାକୁ ଆସିବ ।