ଶୋଇଥିବାବେଳେ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ

ବଲାଙ୍ଗୀର,୨ା୪(ସୁନୀଲ କୁମାର ମହାନ୍ତି): ଶୋଇଥିବାବେଳେ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି ସ୍ବାମୀ। ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଲା ଗାଁରେ ମଙ୍ଗଳବାର ରାତିରେ ଘଟିଛି ଏଭଳି ବୀଭତ୍ସ କାଣ୍ଡ। ଗତକାଲି ବିଳମ୍ବିତ ରାତିରେ ଅମୂଲ୍ୟା ବିଶ୍ୱାଳ (୩୫) ତାଙ୍କ ଘରେ ଶୋଇଥିବାବେଳେ ଟାଙ୍ଗିଆ ଚୋଟ ମାରି ହତ୍ୟା କରିଛନ୍ତି ସ୍ବାମୀ ଗୌତମ ବିଶ୍ୱାଳ (୪୧)। ଖବର ପାଇ ଦେଓଗାଁ ଥାନା ପୋଲିସ ଅମୂଲ୍ୟଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ସେଠାରୁ ଉଦ୍ଧାର କରି ବୁଧବାର ଭୀମଭୋଇ ମେଡିକାଲ […] The post ଶୋଇଥିବାବେଳେ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ appeared first on Dharitri Odia News.

ଶୋଇଥିବାବେଳେ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ

ବଲାଙ୍ଗୀର,୨ା୪(ସୁନୀଲ କୁମାର ମହାନ୍ତି): ଶୋଇଥିବାବେଳେ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି ସ୍ବାମୀ। ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଲା ଗାଁରେ ମଙ୍ଗଳବାର ରାତିରେ ଘଟିଛି ଏଭଳି ବୀଭତ୍ସ କାଣ୍ଡ। ଗତକାଲି ବିଳମ୍ବିତ ରାତିରେ ଅମୂଲ୍ୟା ବିଶ୍ୱାଳ (୩୫) ତାଙ୍କ ଘରେ ଶୋଇଥିବାବେଳେ ଟାଙ୍ଗିଆ ଚୋଟ ମାରି ହତ୍ୟା କରିଛନ୍ତି ସ୍ବାମୀ ଗୌତମ ବିଶ୍ୱାଳ (୪୧)। ଖବର ପାଇ ଦେଓଗାଁ ଥାନା ପୋଲିସ ଅମୂଲ୍ୟଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ସେଠାରୁ ଉଦ୍ଧାର କରି ବୁଧବାର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତ। ନିଶାସକ୍ତ ଅବସ୍ଥାରେ ଅଭିଯୁକ୍ତ ସ୍ବାମୀ ଏଭଳି କାଣ୍ଡ ଭିଆଇ ଥିବା ପୋଲିସ ପକ୍ଷରୁ ଅନୁମାନ କରୁଛି। ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ଦେଓଗାଁ ପୋଲିସ ଅଭିଯୁକ୍ତ ଗୌତମକୁ ଅଟକ ରଖି ପଚରାଉଚରା କରୁଛି। ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ପୋଲିସ ଜବତ କରିଥିବା ଜଣାପଡ଼ିଛି।

The post ଶୋଇଥିବାବେଳେ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ appeared first on Dharitri Odia News.