ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ,ଉପ-ମୁଖ୍ୟମନ୍ତ୍ରୀ, କହିଲେ ଦୋଷୀ ପାଇବ କଠୋର ଦଣ୍ଡ

ଭୁବନେଶ୍ୱର ୧୫/୦୭: ଅଧ ରାତିରେ ସବୁ ସରିଗଲା । ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ । ୬୦ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ପରପାରିରେ ଏଫଏମ୍‌ ପୀଡିତା ।  ସୋମବାର ରାତି ୧୧.୪୬ ମିନିଟରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଭୁବନେଶ୍ୱର ଏମ୍‌ସ ପକ୍ଷରୁ ସୂଚନା ଦେଇଛନ୍ତି । ଏମ୍‌ସରେ ପୀଡ଼ିତାଙ୍କୁ ପୋଷ୍ଟମର୍ଟମ କରାଯାଇଥିଲା । ପରେ ସୌମ୍ୟାଶ୍ରୀଙ୍କ ମରଶରୀରକୁ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପରିବାରଙ୍କ ସହମତିରେ ଭୁବନେଶ୍ୱର ଏମ୍‌ସରୁ ଭୋଗରାଇକୁ ମୃତଦେହ ନିଆଯାଇଛି। ସେଠାରେ ତାଙ୍କ ଶେଷକୃତ୍ୟ କରାଯିବ। ତେବେ ବିଳମ୍ୱିତ ରାତିରେ ହୋଇଛି ପୀଡିତାଙ୍କ ମୃତଦେହ ବ୍ୟବଚ୍ଛେଦ । ବାଲେଶ୍ୱରର ଏହି ଘଟଣା କେବଳ ଓଡ଼ିଶାରେ ନୁହେଁ ରାଜଧାନୀ ଦିଲ୍ଲୀରେ ବି କମ୍ପନ ସୃଷ୍ଟି କରିଛି । ରାଜନୈତିକ ପାଣି ପାଗକୁ ଗରମ କରିଛି । ଘଟଣାଟି ଏତେ ସମ୍ୱେଦନଶୀଳ ଥିବା ଯେ ସୌମ୍ୟାଶ୍ରୀଙ୍କ ପାଇଁ ରାତି ଅଧରେ ଶବ ବ୍ୟବଚ୍ଛେଦ କରାଗଲା । ଯାହାକୁ ନେଇ ବିରୋଧୀ ଉଠାଇଛନ୍ତି ଅନେକ ପ୍ରଶ୍ନ । ଏମିତି କ'ଣ ଆବଶ୍ୟକ ପଡ଼ିଲା ଯେ, ରାତି ଅଧରେ ସୌମ୍ୟାଶ୍ରୀଙ୍କ ପୋଷ୍ଟମର୍ଟମ କରି ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଗଲା ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ। ସରକାରଙ୍କ ସମସ୍ତ ଦାୟିତ୍ୱ ନିର୍ବାହ ତଥା ବିଶେଷଜ୍ଞ ଡାକ୍ତରୀ ଦଳଙ୍

ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ,ଉପ-ମୁଖ୍ୟମନ୍ତ୍ରୀ, କହିଲେ ଦୋଷୀ ପାଇବ କଠୋର ଦଣ୍ଡ

ଭୁବନେଶ୍ୱର ୧୫/୦୭: ଅଧ ରାତିରେ ସବୁ ସରିଗଲା । ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ । ୬୦ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ପରପାରିରେ ଏଫଏମ୍‌ ପୀଡିତା ।  ସୋମବାର ରାତି ୧୧.୪୬ ମିନିଟରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଭୁବନେଶ୍ୱର ଏମ୍‌ସ ପକ୍ଷରୁ ସୂଚନା ଦେଇଛନ୍ତି । ଏମ୍‌ସରେ ପୀଡ଼ିତାଙ୍କୁ ପୋଷ୍ଟମର୍ଟମ କରାଯାଇଥିଲା । ପରେ ସୌମ୍ୟାଶ୍ରୀଙ୍କ ମରଶରୀରକୁ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। 

ପରିବାରଙ୍କ ସହମତିରେ ଭୁବନେଶ୍ୱର ଏମ୍‌ସରୁ ଭୋଗରାଇକୁ ମୃତଦେହ ନିଆଯାଇଛି। ସେଠାରେ ତାଙ୍କ ଶେଷକୃତ୍ୟ କରାଯିବ। ତେବେ ବିଳମ୍ୱିତ ରାତିରେ ହୋଇଛି ପୀଡିତାଙ୍କ ମୃତଦେହ ବ୍ୟବଚ୍ଛେଦ । ବାଲେଶ୍ୱରର ଏହି ଘଟଣା କେବଳ ଓଡ଼ିଶାରେ ନୁହେଁ ରାଜଧାନୀ ଦିଲ୍ଲୀରେ ବି କମ୍ପନ ସୃଷ୍ଟି କରିଛି । ରାଜନୈତିକ ପାଣି ପାଗକୁ ଗରମ କରିଛି । 

ଘଟଣାଟି ଏତେ ସମ୍ୱେଦନଶୀଳ ଥିବା ଯେ ସୌମ୍ୟାଶ୍ରୀଙ୍କ ପାଇଁ ରାତି ଅଧରେ ଶବ ବ୍ୟବଚ୍ଛେଦ କରାଗଲା । ଯାହାକୁ ନେଇ ବିରୋଧୀ ଉଠାଇଛନ୍ତି ଅନେକ ପ୍ରଶ୍ନ । ଏମିତି କ'ଣ ଆବଶ୍ୟକ ପଡ଼ିଲା ଯେ, ରାତି ଅଧରେ ସୌମ୍ୟାଶ୍ରୀଙ୍କ ପୋଷ୍ଟମର୍ଟମ କରି ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଗଲା ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । 


ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ଶୋକ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯିଏ ଦୋଷୀ ତାଙ୍କୁ ଦଣ୍ଡ ମିଳିବ । ମୁଁ ପୀଡିତାଙ୍କ ପରିବାରଖୁ ସମବେଦନା ଜଣାଉଛି । ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି । 


ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୋକବ୍ୟକ୍ତ କରିଛନ୍ତି। ସେ କହିଛନ୍ତି,  ଆଶା କରିଥିଲୁ ଝିଅ ବଞ୍ଚିଯିବ ବୋଲି, କିନ୍ତୁ ସମ୍ଭବ ହେଲାନି। ୬୦ ଘଣ୍ଟାର ସଂଘର୍ଷ ପରେ ଜୀବନ ଯୁଦ୍ଧରେ ହାରିଗଲେ। ଏହି ମାମଲାରେ ଯେଉଁମାନେ ବି ସଂପୃକ୍ତ ଅଛନ୍ତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ। ଦୋଷୀକୁ କଠୋର ଦଣ୍ଡ ମିଳିବ।


ସେହିପରି ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହବିଦ୍ୟାଳୟ ଘଟଣାରେ ଚିକିତ୍ସାଧୀନ ଥିବା ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଏହି ଦୁଃଖଦ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ…