ଶୌଚ ପାଇଁ ଯାଇଥିବାବେଳେ ମହିଳାଙ୍କୁ ଟାଣିନେଲା କୁମ୍ଭୀର: ପଟ୍ଟାମୁଣ୍ଡାଇରୁ ଆସିଲା ଅଭାବନୀୟ ଘଟଣା 

କନକ ବ୍ୟୁରୋ: କେନ୍ଦ୍ରାପଡ଼ାରେ ପୁଣି କୁମ୍ଭୀର ଆତଙ୍କ । ବ୍ରାହ୍ମଣୀ ନଦୀରେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର । ଏଭଳି ଦୁଃଖଦ ଘଟଣା ଘଟିଛି ପଟ୍ଟମୁଣ୍ଡାଇ ବ୍ଲକ ଆଳପୁଆ ଗାଁରେ । ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ କୁମ୍ଭୀର ଟାଣିନେଇଥିବା ଜଣାପଡ଼ିଛି । ମହିଳା ଜଣକ ଆଳପୁଆ ଗାଁର ମଞ୍ଜୁଲତା ଭଞ୍ଜ । ନଦୀ କୂଳରେ ତାଙ୍କ ଚପଲ ଓ କିଛି ବାସନ ପଡ଼ିଥିବା ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ ପକ୍ଷରୁ ନଦୀରେ ଖୋଜାଖୋଜି ଚାଲିଥିଲେ […] The post ଶୌଚ ପାଇଁ ଯାଇଥିବାବେଳେ ମହିଳାଙ୍କୁ ଟାଣିନେଲା କୁମ୍ଭୀର: ପଟ୍ଟାମୁଣ୍ଡାଇରୁ ଆସିଲା ଅଭାବନୀୟ ଘଟଣା  first appeared on Kanak News.

ଶୌଚ ପାଇଁ ଯାଇଥିବାବେଳେ ମହିଳାଙ୍କୁ ଟାଣିନେଲା କୁମ୍ଭୀର: ପଟ୍ଟାମୁଣ୍ଡାଇରୁ ଆସିଲା ଅଭାବନୀୟ ଘଟଣା 

କନକ ବ୍ୟୁରୋ: କେନ୍ଦ୍ରାପଡ଼ାରେ ପୁଣି କୁମ୍ଭୀର ଆତଙ୍କ । ବ୍ରାହ୍ମଣୀ ନଦୀରେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର । ଏଭଳି ଦୁଃଖଦ ଘଟଣା ଘଟିଛି ପଟ୍ଟମୁଣ୍ଡାଇ ବ୍ଲକ ଆଳପୁଆ ଗାଁରେ । ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ କୁମ୍ଭୀର ଟାଣିନେଇଥିବା ଜଣାପଡ଼ିଛି । ମହିଳା ଜଣକ ଆଳପୁଆ ଗାଁର ମଞ୍ଜୁଲତା ଭଞ୍ଜ । ନଦୀ କୂଳରେ ତାଙ୍କ ଚପଲ ଓ କିଛି ବାସନ ପଡ଼ିଥିବା ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ ପକ୍ଷରୁ ନଦୀରେ ଖୋଜାଖୋଜି ଚାଲିଥିଲେ ବି ମହିଳାଙ୍କ ପତ୍ତା ମିଳିନାହିଁ । ଗତବର୍ଷ ମଧ୍ୟ ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଥିଲା । କୁମ୍ଭୀର ଆକ୍ରମଣରେ ଅନେକ ଜୀବନ ଯାଉଥିବା ବେଳେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଅଞ୍ଚଳବାସୀ ।

The post ଶୌଚ ପାଇଁ ଯାଇଥିବାବେଳେ ମହିଳାଙ୍କୁ ଟାଣିନେଲା କୁମ୍ଭୀର: ପଟ୍ଟାମୁଣ୍ଡାଇରୁ ଆସିଲା ଅଭାବନୀୟ ଘଟଣା  first appeared on Kanak News.