ଶୌଚ ପାଇଁ ଯାଇଥିଲେ, ଦଳି ଦେଲା ଦନ୍ତା

ଦେବଗଡ଼: ଦନ୍ତା ହାତୀ ଆକ୍ରମଣରେ ଜଣେ ମୃତ। ଶନିବାର ସନ୍ଧ୍ୟାରେ  ରିଆମାଳ ବ୍ଳକ ତୁଙ୍ଗାମାଳ ପଞ୍ଚାୟତ ଅନ୍ତର୍ଗତ କାଞ୍ଜିଆମ ଗ୍ରାମରେ ଦନ୍ତା ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସେହି ଗ୍ରାମର ୫୧ ବର୍ଷ ବୟସ୍କ ଯାତ୍ରାକର ପ୍ରଧାନ। ସୂଚନା ଅନୁଯାୟୀ, ମୃତ ଯାତ୍ରାକର ସନ୍ଧ୍ୟା ସମୟରେ ଶୌଚ ପାଇଁ ଘର ବାହାରକୁ ଯାଇଥିବା ବେଳେ ଦନ୍ତା ହାତୀ ଆକ୍ରମଣ କରିଥିଲା। ଗତ କିଛିଦିନ ହେଲା ସଂପୃକ୍ତ ଅଞ୍ଚଳରେ ୧୬ ଜଣିଆ ହାତୀପଲ ରହିଥିବା ବେଳେ ଦନ୍ତା ହାତୀ ଆକ୍ରମଣ କରିଥିଲା। ହାତୀ ଆକ୍ରମଣରେ ଘଟଣାସ୍ଥଳରେ ଯାତ୍ରାକରଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ରିଆମାଳ ରେଞ୍ଜ ଜଙ୍ଗଲ ବିଭାଗ କର୍ମଚାରୀ ଓ କୁଣ୍ଢେଇଗୋଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି।   

ଶୌଚ ପାଇଁ ଯାଇଥିଲେ, ଦଳି ଦେଲା ଦନ୍ତା

ଦେବଗଡ଼: ଦନ୍ତା ହାତୀ ଆକ୍ରମଣରେ ଜଣେ ମୃତ। ଶନିବାର ସନ୍ଧ୍ୟାରେ  ରିଆମାଳ ବ୍ଳକ ତୁଙ୍ଗାମାଳ ପଞ୍ଚାୟତ ଅନ୍ତର୍ଗତ କାଞ୍ଜିଆମ ଗ୍ରାମରେ ଦନ୍ତା ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସେହି ଗ୍ରାମର ୫୧ ବର୍ଷ ବୟସ୍କ ଯାତ୍ରାକର ପ୍ରଧାନ। 

ସୂଚନା ଅନୁଯାୟୀ, ମୃତ ଯାତ୍ରାକର ସନ୍ଧ୍ୟା ସମୟରେ ଶୌଚ ପାଇଁ ଘର ବାହାରକୁ ଯାଇଥିବା ବେଳେ ଦନ୍ତା ହାତୀ ଆକ୍ରମଣ କରିଥିଲା। ଗତ କିଛିଦିନ ହେଲା ସଂପୃକ୍ତ ଅଞ୍ଚଳରେ ୧୬ ଜଣିଆ ହାତୀପଲ ରହିଥିବା ବେଳେ ଦନ୍ତା ହାତୀ ଆକ୍ରମଣ କରିଥିଲା। ହାତୀ ଆକ୍ରମଣରେ ଘଟଣାସ୍ଥଳରେ ଯାତ୍ରାକରଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ରିଆମାଳ ରେଞ୍ଜ ଜଙ୍ଗଲ ବିଭାଗ କର୍ମଚାରୀ ଓ କୁଣ୍ଢେଇଗୋଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି।